ଭୁବନେଶ୍ୱର, ୩୦/୧୦: ରାଜଧାନୀରେ ହତ୍ୟାକାଣ୍ଡ । ମାଛ ଖାଇବାକୁ ନଦେବାରୁ ହୋଟେଲ କର୍ମଚାରୀଙ୍କୁ ପନିକିରେ ହାଣିଲା ଆଉ ଜଣେ ହୋଟେଲ କର୍ମଚାରୀ । ମୃତକ ପିତାମ୍ବର ଜେନା ଏବଂ ସେ ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ୱରର ଡ଼ମଣା ସ୍ଥିତ ହୋଟେଲ ମା' ତାରାଦେଇରେ ଏଭଳି ହତ୍ୟାକାଣ୍ଡ ଘଟିଛି ।
ସୂଚନା ମୁତାବକ, ପିତାମ୍ବର ଜେନା ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଡମଣା ସ୍ଥିତ ମା' ତାରାଦେଇ ହୋଟେଲରେ କାମ କରୁଥିଲେ । ହୋଟେଲର ସମସ୍ତ କାମ ସରିବା ପରେ ହୋଟେଲର ଆଉ ଜଣେ କର୍ମଚାରୀ ପିତାମ୍ୱରଙ୍କୁ ମାଛ ଖାଇବାକୁ ମାଗିଥିଲେ । ସେ ମାଛ ଖାଇବାକୁ ନ ଦେବାରୁ ଘଟିଗଲା ଏହି ଅଘଟଣ । କ୍ରୋଧରେ ଆସି ହୋଟେଲର କର୍ମଚାରୀ ପିତାମ୍ବରଙ୍କୁ ପନିକିରେ ହାଣି ହତ୍ୟା କଲା ଦୁର୍ବୃତ୍ତ । ଏହା ଦେଖି ହୋଟେଲ ମାଲିକ ତୁରନ୍ତ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀକୁ ଅଟକ ରଖି ଘଟଣା ତଦନ୍ତ ଚଳାଇଛି ।