ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ

Published By : Harapriya Sethi | October 30, 2024 2:48 PM

ଭୁବନେଶ୍ୱର, ୩୦/୧୦: ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲା... ସାରା ଜୀବନ ସୁଖରେ ରଖିବାକୁ ପ୍ରତିଜ୍ଞା କରିଥିଲା... ହେଲେ ୭ ବର୍ଷ ପାଇଁ ସାଥ୍ ଦେଲାନି ସଇତାନ ସ୍ଵାମୀ। ବାପ ଘରୁ ସ୍ତ୍ରୀକୁ ଡାକି ଆଣି ନିର୍ମମ ଭାବେ ହତ୍ୟା କଲା ସ୍ଵାମୀ। ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ମୃତ ମହିଳା ଜଣକ ହେଲେ ଶୁଭଶ୍ରୀ ନାଏକ। ଅଭିଯୁକ୍ତ ସ୍ୱାମୀ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ କୁମାର। ଏହି ଘଟଣାରେ ପୋଲିସ ୨ ଜଣ ଯୁବତୀଙ୍କ ସହ ସ୍ୱାମୀ ପ୍ରଦ୍ୟୁମ୍ନ କୁମାରଙ୍କୁ ଗିରଫ କରିଛି । 

ସୂଚନା ମୁତାବକ, ଶୁଭଶ୍ରୀଙ୍କ ବାପ ଘର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବିଜେବି ନଗରରେ। ସେ ୨୦୨୦ ମସିହାରେ ପ୍ରଦ୍ୟୁମ୍ନଙ୍କ ସହ ପ୍ରଥମେ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ପରେ ପୁଣି କୋର୍ଟ ମ୍ୟାରେଜ କରିଥିଲେ । ବିବାହ ପରେ ଉଭୟ ଏକାଠି ରହୁଥିଲେ । କିଛି ଦିନ ଭଲରେ ସମୟ କଟିଥିଲା । କିନ୍ତୁ ପରେ ପ୍ରଦ୍ୟୁମ୍ନ, ଶୁଭଶ୍ରୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଅନେକ ସମୟରେ ଶୁଭଶ୍ରୀଙ୍କୁ ମାରଧର କରୁଥିଲେ। ଖାଲି ସେତିକି ନୁହେଁ ପ୍ରଦ୍ୟୁମ୍ନ ଶୁଭଶ୍ରୀଙ୍କୁ ଗାଡିରେ ନେଇ ଠେଲି ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ନିର୍ଯାତନା ବଢିବାରୁ ଶୁଭଶ୍ରୀ ସବୁ କଥା ପରିବାର ଲୋକଙ୍କୁ ଜଣାଇଥିଲେ। ୪/୫ ମାସ ହେବ ଆସି ବାପଘରେ ରହୁଥିଲେ। ଗତ ୨୬ ତାରିଖରେ ପ୍ରଦ୍ୟୁମ୍ନ ଶ୍ଵଶୁର ଘରେ ପହଞ୍ଚିଥିଲେ। ଅନୁତାପ କରି ସ୍ତ୍ରୀ ଶୁଭଶ୍ରୀଙ୍କୁ ସାଥୀରେ ନେବାପାଇଁ କହିଥିଲେ। କିନ୍ତୁ ପୂର୍ବରୁ ଶୁଭଶ୍ରୀଙ୍କୁ ବାରମ୍ବାର ମାରିବାକୁ ଉଦ୍ୟମ କରିଥିବାରୁ ପ୍ରଦ୍ୟୁମ୍ନ ସହ ଛାଡିବାକୁ ପରିବାର ଲୋକ ରାଜି ହୋଇନଥିଲେ । ପରେ ବହୁ ବାଧ୍ୟ କରିବାରୁ ଜଣେ ଆଇନଜୀବୀଙ୍କ ନିକଟରେ ଲେଖାପଢା କରି ସାକ୍ଷୀମାନଙ୍କ ଉପସ୍ଥିତିରେ ଝିଅକୁ ଛାଡ଼ିଥିଲେ।

ପ୍ରଦ୍ୟୁମ୍ନ ଶୁଭଶ୍ରୀଙ୍କୁ ୨୭ ତାରିଖ ଦିନ ଖୋର୍ଦ୍ଧାରୁ ଆଣି ଭୁବନେଶ୍ୱର କେଶୁରାରେ ରଖିଥିଲେ। ଏହାପରେ ଦୁହେଁ କେଶୁରାରୁ ଆସି ଭରତପୁର କଳିଙ୍ଗନଗରରେ ଆଉ ଏକ ଭଡା ଘରେ ରହିଥିଲେ। ସୋମବାର ଦ୍ଵିପ୍ରହରରେ ଶୁଭଶ୍ରୀଙ୍କ ମାଆ ଝିଅକୁ ଫୋନ୍ କରିବାରୁ ୨ ଜଣ ଯୁବତୀ ଫୋନ୍ ଉଠାଇଥିଲେ। ଶୁଭଶ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ କ୍ୟାପିଟାଲ ହସ୍ପିଟାଲ ଯାଉଛନ୍ତି ବୋଲି କହିଥିଲେ। ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ବେଳକୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। ହେଲେ ଏହି ଯୁବତୀ ୨ ଜଣ କିଏ ? ସେମାନେ କେଉଁଠାରୁ ଶୁଭଶ୍ରୀଙ୍କୁ ପାଇଲେ ତାହା ସ୍ପଷ୍ଟ କହି ନଥିଲେ। ଫଳରେ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା। ଭରତପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ। 

ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ବେଳେ ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଛି । ଶୁଭଶ୍ରୀଙ୍କ ନାକରୁ ରକ୍ତ ବାହାରୁଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି । ତାଙ୍କ ହାତରେ ଇଞ୍ଜେକ୍ସନ ସିରିଞ୍ଜର ଚିହ୍ନ ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଘଟଣାରେ ୨ ଜଣ ଯୁବତୀଙ୍କ ସମ୍ପୃକ୍ତି ଥିବାରୁ ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ସନ୍ଦେହ ବଢିଛି । ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଯାଇଥିବା ନେଇ ପୋଲିସ ସ୍ପଷ୍ଟ ହୋଇଛି । ପୋଲିସ ଏବେ ୨ ଯୁବତୀଙ୍କ ସମେତ ସ୍ଵାମୀ ପ୍ରଦ୍ୟୁମ୍ନଙ୍କୁ  ଗିରଫ କରିଛି । ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରୁ ଜଣେ ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ଜଣାପଡ଼ିଛି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଶୁଭଶ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.