ଭୁବନେଶ୍ୱର,୩୦/୧୦: ଚଳିତ ମାସ ୨୮ ତାରିଖରେ ବିହାରର ପାଟଣାଠାରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପରେ ଦୁର୍ଘଟଣା ଘଟି ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ମୃତକ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଗୋଛାବାଡି ଗାଁର ମନୋଜ ବେହେରା ଏବଂ କାଦୁଆ ଗାଁର ବିଜୟ ବେହେରା ବୋଲି ଜଣାପଡ଼ିଛି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୁଇ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୬ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।