ନୂଆଦିଲ୍ଲୀ,୨୫/୦୫: ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ହେନରିଚ୍ କ୍ଲାସେନ୍ ଆଇପିଏଲର ଚଳିତ ସିଜିନରେ ଇତିହାସ ରଚିଛନ୍ତି। କ୍ଲାସେନ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷରେ ୩୭ ବଲ୍ରେ ଶତକ ହାସଲ କରିଥିଲେ। ଏହି ଶତକ ସହିତ, କ୍ଲାସେନ୍ ଏସ୍ଆର୍ଏଚ୍ ପାଇଁ ଦ୍ରୁତତମ ୧୦୦ ସ୍କୋର କରିଥିବା ଖେଳାଳି ହୋଇପାରିଛନ୍ତି।
କେକେଆର୍ ବିପକ୍ଷରେ ହେନରିଚ୍ କ୍ଲାସେନଙ୍କ ଏହି ଶତକ ଆଇପିଏଲ୍ ଇତିହାସର ତୃତୀୟ ଦ୍ରୁତତମ ଶତକ। ଦ୍ରୁତତମ ଶତକ ହାସଲ କରିବାରେ, କ୍ଲାସେନ କେବଳ ରାଜସ୍ଥାନ ରୟାଲ୍ସ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବଂ କ୍ରିସ୍ ଗେଲ୍ଙ୍କ ପଛରେ ଅଛନ୍ତି। କ୍ରିସ୍ ଗେଲ୍ ହେଉଛନ୍ତି ଆଇପିଏଲରେ ଏପର୍ଯ୍ୟନ୍ତ ସବୁଠାରୁ ଦ୍ରୁତତମ ଶତକ ମାରିଥିବା ଖେଳାଳି।
୨୦୧୩ରେ, ବାଙ୍ଗାଲୋର ପାଇଁ ବ୍ୟାଟିଂ କରୁଥିବା ସମୟରେ, କ୍ରିସ୍ ଗେଲ୍ ପୁନେ ୱାରିୟର୍ସ ବିପକ୍ଷରେ ୩୦ ବଲ୍ରେ ଶତକ ହାସଲ କରିଥିଲେ। ଏହି ପରିପ୍ରେକ୍ଷୀରେ ଚଳିତ ସିଜିନ୍ ଆଇପିଏଲ୍ ୨୦୨୫ରେ, ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲ୍ରେ ଶତକ ହାସଲ କରିଥିଲେ। ଏବେ ହେନରିଚ୍ କ୍ଲାସେନ୍ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୩୭ ବଲ୍ରେ ଶତକ ହାସଲ କରି ଆଇପିଏଲର ଏହି ରେକର୍ଡ ତାଲିକାରେ ନିଜ ନାମ ପଞ୍ଜିକୃତ କରିଛନ୍ତି।