ନୂଆଦିଲ୍ଲୀ,୨୫/୦୫: ଇଂଲଣ୍ଡ ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏହା ସହିତ ଭାରତକୁ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ମଧ୍ୟ ମିଳିଛି । ଶୁବମନ୍ ଗିଲ୍ଙ୍କୁ ଟେଷ୍ଟ ଦଳର କ୍ୟାପ୍ଟେନ୍ କରାଯାଇଛି । ୧୯୩୨ରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା । ସେବେଠୁ ଏବେ ଯାଏଁ ୫୮୯ ଟେଷ୍ଟରେ ୩୬ ଖେଳାଳି ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଛନ୍ତି । ଏବେ ୩୭ତମ ଅଧିନାୟକ ହିସାବରେ ଶୁବମନ୍ଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ଇଣ୍ଡିଆ ଟେଷ୍ଟ ଦଳର ପ୍ରଥମ ଅଧିନାୟକ ଥିଲେ ସିକେ ନାଇଡୁ । ଆସନ୍ତୁ ଦେଖିବା ଭାରତୀୟ ଟେଷ୍ଟ ଦଳର କ୍ୟାପ୍ଟେନ୍ ତାଲିକା ।
ଭାରତୀୟ କ୍ରିକେଟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ ୨୫ରୁ ୨୮ ଜୁନ୍ ମଧ୍ୟରେ ୧୯୩୨ରେ ଲଣ୍ଡନର ଲଡର୍ସରେ ଖେଳାଯାଇଥିଲା । ସିକେ ନାଇଡୁ ନେତୃତ୍ୱ ନେଇଥିଲେ । ଏଥିରେ ଇଂଲଣ୍ଡ ୧୫୮ ରନ୍ରେ ଭାରତକୁ ହରାଇଥିଲା । ପ୍ରଥମ ପାଳିରେ ଇଂଲଣ୍ଡ ୨୫୯ ରନ୍ କରିଥିଲା । ଦ୍ୱିତୀୟ ପାଳିରେ ୨୭୫/୮ରେ ପାଳି ଘୋଷଣା ହୋଇଥିଲା । ଭାରତ ପ୍ରଥମ ପାଳିରେ ୧୮୯ ଦ୍ୱିତୀୟ ପାଳିରେ ୧୮୭ରେ ଅଲଆଉଟ ହୋଇଥିଲା । ଭାରତ ଏବେ ଯାଏଁ ୫୮୯ ଟେଷ୍ଟ ମ୍ୟାଚ ଖେଳିଛି । ସେଥିରୁ ୧୮୧ ମ୍ୟାଚ ଜିତିଛି । ୨୨୩ଟି ମ୍ୟାଚ ହାରିଛି । ସବୁଠୁ ସଫଳ ଟେଷ୍ଟ ଅଧିନାୟକ ହୋଇଛନ୍ତି ବିରାଟ କୋହଲି । ତାଙ୍କ ନେତୃତ୍ୱରେ ୬୮ ଟେଷ୍ଟରୁ ୪୦ଟି ଜିତିଛି ଭାରତ ।
୧. ସିକେ ନାଇଡୁ (୧୯୩୨-୧୯୩୪)
୨. ମହାରାଜକୁମାର ଅଫ୍ ବିଜୟନଗରମ (୧୯୩୬)
୩. ଇଫ୍ତିଖାର ଅଲୀ ଖାନ ପଟୋଦୀ (୧୯୪୬)
୪. ଲାଲା ଅମରନାଥ (୧୯୪୭-୧୯୫୨)
୫. ବିଜୟ ହଜାରେ ( ୧୯୫୧-୧୯୫୩)
୬. ବିନୁ ମାଁକଡ଼ ( ୧୯୫୫-୧୯୫୯ )
୭. ଗୁଲାମ ଅହମଦ ( ୧୯୫୫-୧୯୫୯ )
୮. ପାଲି ଉମରୀଗର ( ୧୯୫୫-୧୯୫୮)
୯. ହେମୁ ଅଧିକାରୀ( ୧୯୫୯)
୧୦.ଦତ୍ତା ଗାଏକ୍ୱାଡ ( ୧୯୫୯)
୧୧. ପଙ୍କଜ ରାଏ ( ୧୯୫୯)
୧୨. ଗୁଲାବରାୟ ରାମଚନ୍ଦ ( ୧୯୫୯-୧୯୬୦)
୧୩. ନାରୀ କାଣ୍ଟ୍ରକ୍ଟର (୧୯୬୦- ୧୯୬୨)
୧୪. ମସୁର ଅଲୀ ଖାନ ପଟୋଦୀ ( ୧୯୬୨-୧୯୭୫)
୧୫. ଚନ୍ଦୁ ବୋର୍ଡ଼ (୧୯୬୭)
୧୬. ଅଜିତ୍ ୱାଡ଼େକର ( ୧୯୭୧- ୧୯୭୪)
୧୭.ଏସ୍ ଭେଙ୍କରାଧବନ ( ୧୯୭୪-୧୯୭୯)
୧୮. ସୁନୀଲ ଗାଭାସ୍କର( ୧୯୭୬-୧୯୮୫)
୧୯. ବିଶନ ସିଂବ ବେଦୀ ( ୧୯୭୬-୧୯୭୮)
୨୦.ଗୁଡ୍ଡପା ବିଶ୍ୱନାଥ ( ୧୯୮୦)
୨୧. କପିଳ ଦେବ ( ୧୯୮୩-୧୯୮୭)
୨୨. ଦିଲୀପ ବେଙ୍ଗସରକର( ୧୮୭-୧୯୮୯)
୨୩. ରବି ଶାସ୍ତ୍ରୀ ( ୧୯୮୮)
୨୪. କୃଷ୍ଣମାଚାରୀ ଶ୍ରୀକାନ୍ତ ( ୧୯୮୯)
୨୫. ମହମ୍ମଦ ଅଜହରଋଦ୍ଦିନ ( ୧୯୯୦-୧୯୯୯)
୨୬. ସଚିନ ତେନ୍ଦୁଲକର ( ୧୯୯୬-୨୦୦୦)
୨୭.ସୌରଭ ଗାଙ୍ଗୁଲି ( ୨୦୦୦-୨୦୦୫)
୨୮. ରାହୁଲ ଦ୍ରାବିଡ଼ ( ୨୦୦୩-୨୦୦୭)
୨୯.ବୀରେନ୍ଦ୍ର ସେହ୍ୱାଗ ( ୨୦୦୫-୨୦୧୨)
୩୦.ଅନୀଲ କୁମ୍ବଲେ ( ୨୦୦୭-୨୦୦୮)
୩୧. ମହେନ୍ଦ୍ର ସିଂହ ଧୋନୀ ( ୨୦୦୮-୨୦୧୪)
୩୨. ବିରାଟ କୋହଲି ( ୨୦୧୪-୨୦୨୨)
୩୩. ଅଜିଙ୍କ୍ୟ ରାହାଣେ ( ୨୦୧୭-୨୦୨୧)
୩୪. କେଏଲ ରାହୁଲ ( ୨୦୨୨)
୩୫. ରୋହିତ ଶର୍ମା ( ୨୦୨୨-୨୦୨୪)
୩୬.ଯଶପ୍ରୀତ ବୁମରା ( ୨୦୨୨-୨୦୨୫)
୩୭. ଶୁବମନ୍ ଗିଲ୍ (୨୦୨୫)
ଇଂଲଣ୍ଡରେ କ୍ୟାପ୍ଟେନ୍ସି କରିଥିବା ଖେଳାଳି- ବିରାଟ କୋହଲି (୨୦୧୮-୨୦୨୧)ରେ ଇଂଲଣ୍ଡ ବିପକ୍ଷରେ ତାରି ଘରୋଇ ମାଟିରେ ୯ଟେଷ୍ଟ ମ୍ୟାଚରେ ନେତୃତ୍ୱ ନେଇଥିଲେ । ୩ଟି ମ୍ୟାଚ ଜିତିଥିଲା ଭାରତ । ୨୦୨୨ରେ ଯଶପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ନେତୃତ୍ୱ ନେଇଥିଲେ । ଭାରତ ହାରିଥିଲା । ରୋହିତ ଶର୍ମା କେବେ ବି ଟେଷ୍ଟରେ ଇଂଲଣ୍ଡ ମାଟିରେ କ୍ୟାପ୍ଟେନ୍ସି କରିନାହାନ୍ତି । ସେ ଡବ୍ଲୁଟିସି ଫାଇନାଲ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓଭାଲରେ କ୍ୟାପ୍ଟେନ୍ସି କରିଥିଲେ ।
ଇଂଲଣ୍ଡ ମାଟିରେ ଭାରତର ରେକର୍ଡ- ଆସନ୍ତା ଜୁନ୍ ୨୦ରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଇଂଲଣ୍ଡ ମାଟିରେ ଭାରତର ରେକର୍ଡ ଭଲ ନାହିଁ । ୧୯୩୨-୨୦୨୨ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ତାରି ଘରେ ଭାରତ ୬୭ ଟେଷ୍ଟ ମ୍ୟାଚ ଖେଳିଛି । ସେଥିରୁ ଭାରତ କେବଳ ୯ଟି ମ୍ୟାଚ ଜିତିଛି । ୩୬ ମ୍ୟାଚ ହାରିଛି । ୨୨ଟି ମ୍ୟାଚ ଡ୍ର ହୋଇଛି । ମହେନ୍ଦ୍ର ସିଂହ ଧୋନୀ (୨୦୧୧-୨୦୧୪)ରେ ଅଧିନାୟକତ୍ୱ କରିଥିଲେ । ଏହି ସମୟରେ ବି ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । ୯ ଟେଷ୍ଟ ମ୍ୟାଚରୁ ଭାରତ ମାତ୍ର ଗୋଟିଏ ଜିତିଥିଲା । ଇଂଲଣ୍ଡ ୭ଟି ଜିତିଥିବାବେଳେ ଗୋଟିଏ ଡ୍ର ହୋଇଥିଲା ।
ଭାରତ ବନାମ ଇଂଲଣ୍ଡ ସିରିଜ ସିଡ୍ୟୁଲ-
ପ୍ରଥମ ଟେଷ୍ଟ- ୨୦-୨୪ ଜୁନ୍ (ହେଡିଙ୍ଗଲେ, ଲିଡ଼ସ୍)
ଦ୍ବିତୀୟ ଟେଷ୍ଟ- ୨-୬ ଜୁଲାଇ (ଏଜବେଷ୍ଟନ୍, ବର୍ମିହାମ୍ )
ତୃତୀୟ ଟେଷ୍ଟ-୧୦-୧୪ ଜୁଲାଇ (ଲଡ଼ର୍ସ, ଲଣ୍ଡନ)
ଚତୁର୍ଥ ଟେଷ୍ଟ- ୨୩-୧୭ ଜୁଲାଇ ( ମଞ୍ଚେଷ୍ଟର)
ପଞ୍ଚମ ଟେଷ୍ଟ- ଜୁଲାଇ ୩୧-୪ ଅଗଷ୍ଟ ( ଓଭାଲ, ଲଣ୍ଡନ)