ନୂଆଦିଲ୍ଲୀ,୨୫/୦୫: ୨୪ ଥର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ତଥା ସର୍ବିୟାର ପ୍ରସିଦ୍ଧ ଖେଳାଳି ନୋଭାକ ଜୋକୋଭିକ କ୍ୟାରିୟରେ ୧୦୦ତମ ଏଟିପି ଟାଇଟଲ୍ ହାସଲ କରିଛନ୍ତି । ସ୍ୱିଜରଲାଣ୍ଡରେ ଆୟୋଜିତ ଜେନେଭା ଓପନରେ ଚାମ୍ପିଅନ ହେବା ସହ ସେ ଏହି ସଫଳତା ଲାଭ କରିଛନ୍ତି ।
ପୁରୁଷ ବର୍ଗ ଫାଇନାଲ୍ରେ ଦ୍ୱିତୀୟ ସିଡ୍ ଜୋକୋଭିକ ୫-୭, ୭-୬ (୭-୨), ୭-୬ (୭-୨) ସେଟ୍ରେ ପୋଲାଣ୍ଡର ହ୍ୟୁବର୍ଟ ହର୍କାଜଙ୍କୁ ପରାସ୍ତ କରିଥିଲେ । ମ୍ୟାଚ୍ ଜିତିବା ପାଇଁ ତାଙ୍କୁ ୩ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଲାଗି ଯାଇଥିଲା । ଓପନ ଏରାରେ ତୃତୀୟ ଖେଳାଳି ଭାବେ ଜୋକୋଭିକ୍ ୧୦୦ ଏଟିପି ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଜିମ୍ମି କନ୍ନର୍ସ (୧୦୯ଟି) ଓ ରୋଜର ଫେଡେରର (୧୦୩ଟି) ଏହି କାରନାମା କରିଥିଲେ ।