ଜୟପୁର: ଦିଲ୍ଲୀ କ୍ୟାପିଟାଲ୍ସକୁ ୨୦୭ ରନ୍ର ଟାର୍ଗେଟ ଦେଇଛି ପଞ୍ଜାବ କିଙ୍ଗସ୍ । ଜୟପୁରରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ କିଙ୍ଗସ୍ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୬ ରନ୍ କରିଛି । ଦଳ ପକ୍ଷରୁ ଶ୍ରେୟସ ଆୟର ୫୩ ଏବଂ ମାର୍କସ୍ ଷ୍ଟୋଇନିସ୍ ଅପରାଜିତ ୪୪ ରନ୍ କରିଛନ୍ତି । ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ରହମାନ ତିନୋଟି ୱିକେଟ୍ ନେଇଥିବା ବେଳେ ବିପ୍ରଜ ନିଗମ ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ସେହିଭଳି ମୁକେଶ କୁମାର ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।
IPL 2025ର ୬୬ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ହେଉଛି। ଏହି ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ରେ ଖେଳାଯାଉଛି। ପଞ୍ଜାବ କିଙ୍ଗସ୍ ଦଳ ୧୨ ମ୍ୟାଚ୍ ଖେଳି ୧୭ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଜିତି ଶ୍ରେଷ୍ଠ ୨ରେ ରହିବାକୁ ପଞ୍ଜାବ ଚେଷ୍ଟା କରିବ । ଦିଲ୍ଲୀ ଦଳ ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିସାରିଛି। ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତିଥିଲେ ଏବଂ ତାଙ୍କ ଦଳ ପ୍ରଥମେ ବୋଲିଂ କରିବାକୁ ଆସିଥିଲା । ଏହି ମ୍ୟାଚ୍ରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା । ଶ୍ରେୟସ ଆୟର ୫୩ ରନର ଇନିଂସ ଖେଳିଥିଲେ।