ଜୟପୁର: ଆଇପିଏଲର ୬୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ପ୍ଲେଅଫରେ ପହଞ୍ଚିଥିବା ପଞ୍ଜାବ ପାଇଁ ଶ୍ରେଷ୍ଠ-୨ରେ ରହିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀ ୧୫ ପଏଣ୍ଟ ସହିତ ୫ମ ସ୍ଥାନରେ ରହି ଚଳିତ ଆଇପିଏଲରେ ଲିଗ୍ ପର୍ଯ୍ୟାୟର ଯାତ୍ରା ଶେଷ କରିଛି।
ଶନିବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା ଆଜିର ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ବୋଲିଂ କରିବାକୁ ବାଛିଥିଲା। ୮ ୱିକେଟ୍ ହରାଇ ପଞ୍ଜାବ ମୋଟ୍ ୨୦୬ ରନ୍ ସଂଗ୍ରହ କରିଥିଲା। ଶ୍ରେୟସ ଆୟର ୫୩ ଏବଂ ମାର୍କସ୍ ଷ୍ଟୋଇନିସ୍ ୪୬ ରନ୍ ହାସଲ କରିଥିଲେ। ଦିଲ୍ଲୀ ୧୯.୩ ଓଭର ସୁଦ୍ଧା ୪ ୱିକେଟ ହରାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିଲା। ସମୀର ରିଜଭି ଏକ ଅର୍ଦ୍ଧଶତକ ହାସଲ କରିଥିଲେ। କରୁଣ ନାୟାର ୪୪ ରନର ପାରି ଖେଳିଥିଲେ। ଦଳ ପକ୍ଷରୁ ମୁସ୍ତାଫିଜୁର ରହମାନ ୩ଟି ୱିକେଟ ନେଇଥିଲେ।