ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ

Published By : Ankita S | May 25, 2025 2:02 PM

ନୂଆଦିଲ୍ଲୀ,୨୫/୦୫: ଉପନିର୍ବାଚନ ନେଇ ବିଗୁଲ ବାଜିଛି । ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଗୁଜରାଟ, ପଶ୍ଚିମବଙ୍ଗ, ପଞ୍ଜାବ ଓ କେରଳ ବିଧାନସଭା ଆସନରେ ଭୋଟ୍ ହେବ । ଆସନ୍ତା ଜୁନ୍‌ ୧୯ରେ ଭୋଟ୍ ଗ୍ରହଣ ହେବ । ଜୁନ୍‌ ୨୩ରେ ମତଗଣନା ସହିତ ଫଳାଫଳ ପ୍ରକାଶ ପାଇବ । ଏ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଗୁଜରାଟର ଦୁଇଟି ଆସନ୍‌ରେ ଭୋଟ୍ ହେବ । କଡ଼ି ଏବଂ ବିସାବଦର ଆସନ ଖାଲି ପଡ଼ିଛି । କଡି ବିଧାୟକ କର୍ସନଭାଇ ପଞ୍ଜାଭାଇ ସୋଲନୀଙ୍କ ବିୟୋଗ ପରେ ଆସନ ଖାଲି ରହିଛି । ସେହିପରି ବିସାବଦର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ଭୟାନୀ ଭୂପେନ୍ଦ୍ରଭାଇଙ୍କ ଇସ୍ତଫା ପରେ ଆସନ ଖାଲି ରହିଛି । ପଶ୍ଚିମବଙ୍ଗର କାଳିଗଞ୍ଜ, ପଞ୍ଜାବର ପଶ୍ଚିମ ଲୁଧିଆନା ଏବଂ କେରଳର ନିଳାମ୍ବୁର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସେହିପରି କେରଳର ନିଳାମ୍ବୁରରୁ ବିଧାୟକ ଥିବା ପିଭି ଅନୱାର ଇସ୍ତଫା ଦେଇଥିଲେ । ଯେଉଁଥିପାଇଁ ଏହି ଆସନ୍ ଖାଲି ପଡିଛି । ସେହିପିର ପଞ୍ଜାବ ଲୁଧିଆନା ପଶ୍ଚିମ ଆସନରୁ ବିଧାୟକ ହୋଇଥିବା ଗୁରପ୍ରୀତ ବାସୀ ଗୋଗୀଙ୍କ ବିୟୋଗ ପରେ ଆସନ ଖାଲି ପଡିଛି । ପଶ୍ଚିମବଙ୍ଗ କାଳିଗଞ୍ଜରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନସିରୁଦ୍ଦିନ ଅହମ୍ମଦଙ୍କ ଦେହାନ୍ତ ପରେ ଆସନ ଖାଲି ରହିଛି । 

ଜୁନ୍ ୧୯ରେ ଭୋଟ୍ ଗ୍ରହଣ ହେବ । ଏ  ନେଇ ନାମାଙ୍କନ ଦାଖଲର ଶେଷ ଦିନ ଜୁନ୍ ୨ ରହିଛି । ଜୁନ୍ ୫ରେ ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଛି । ଜୁନ୍‌ ୨୩ରେ ଭୋଟ୍ ଗଣନା ସହିତ ଫଳାଫଳ ପ୍ରକାଶ ପାଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.