ପ୍ରମୂଖ ଖବର
  • ବ୍ରହ୍ମପୁର : ବାଇକ୍ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଜଣେ ମୃତ
  • ||
  • ସମ୍ୱଲପୁର : ଜମିବାଡ଼ି ବିବାଦରୁ ରକ୍ତପାତ, ଛୁରାମାଡ଼ରେ ଜଣେ ଗୁରୁତର
  • ||
  • ଇଂଲଣ୍ଡ ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ୍ କ୍ୟାପ୍ଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଫେସବୁକ୍‌ରେ ୧୨ ବର୍ଷର ପ୍ରେମ ସଂପର୍କରେ ଘୋଷଣା କଲେ ତେଜ ପ୍ରତାପ, କିଛି ସମୟ ପରେ ଡିଲିଟ୍‌ କରିଦେଲେ ପୋଷ୍ଟ

Published By : Tapas Panda | May 24, 2025 8:58 PM

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଅନୁଷ୍କା ଯାଦବ ନାମ୍ନୀ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ବିଷୟରେ ପୋଷ୍ଟ କରିଥିଲେ । ତାଙ୍କର ଏହି ପୋଷ୍ଟ ଭାଇରାଲ ହେବା ପରେ ଏହାକୁ ସେ ଡିଲିଟ୍‌ କରି ଦେଇଛନ୍ତି । ଯଦିଓ ତେଜ ପ୍ରତାପ ପୋଷ୍ଟ ଡିଲିଟ୍‌ କରି ଦେଇଛନ୍ତି, କିନ୍ତୁ ୟୁଜର୍ସ ସ୍କ୍ରିନ୍‌ସଟ୍‌ ନେଇ ପୋଷ୍ଟକୁ ଭାଇରାଲ କରୁଛନ୍ତି । 

ତେଜ ପ୍ରତାପ ଫେସବୁକ୍ ପୋଷ୍ଟରେ ଲେଖିଥିଲେ, ‘ମୁଁ ତେଜ ପ୍ରତାପ ଯାଦବ ଏବଂ ଏହି ଫଟୋରେ ମୋ ସହିତ ଦେଖାଯାଉଥିବା ଝିଅଜଣଙ୍କ ହେଉଛନ୍ତି ଅନୁଷ୍କା ଯାଦବ । ଆମେ ଦୁହେଁ ଦୀର୍ଘ ୧୨ ବର୍ଷ ଧରି ପରସ୍ପରକୁ ଜାଣିଛୁ ଏବଂ ଉଭୟ ଉଭୟଙ୍କୁ ଭଲ ପାଉ । ଆମେ ୧୨ ବର୍ଷ ଧରି ଏକ ସମ୍ପର୍କରେ ଅଛୁ । ମୁଁ ବହୁତ ଦିନ ଧରି ଆପଣମାନଙ୍କୁ ଏହା କହିବାକୁ ଚାହୁଁଥିଲି, କିନ୍ତୁ ମୁଁ ଏହାକୁ କିପରି କହିବି ବୁଝିପାରୁ ନଥିଲି। ତେଣୁ ଆଜି, ଏହି ପୋଷ୍ଟ ମାଧ୍ୟମରେ ମୁଁ ଆପଣଙ୍କ ସମସ୍ତଙ୍କ ସହିତ ମୋ ହୃଦୟର ଭାବନା ବାଣ୍ଟିଛି । ମୁଁ ଆଶା କରୁଛି ଆପଣମାନେ ସମସ୍ତେ ମୁଁ କ'ଣ କହୁଛି ତାହା ବୁଝିପାରିବେ।’

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ତେଜ ପ୍ରତାପ ଯାଦବ ୨୦୧୮ରେ ବିବାହ କରିଥିଲେ । କିନ୍ତୁ କିଛି ମାସ ପରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଏବଂ ତେଜ ପ୍ରତାପଙ୍କ ମଧ୍ୟରେ ମତଭେଦ ଏବଂ ବିବାଦ ଯୋଗୁଁ ଦୁହେଁ ଅଲଗା ହୋଇ ଯାଇଥିଲେ ।  ସେମାନଙ୍କ ମଧ୍ୟରେ ଛାଡପତ୍ର ମାମଲା କୋର୍ଟରେ ଚାଲିଛି । ହେଲେ ଏବେ ନିଜର ପୁରୁଣା ପ୍ରେମ ସଂପର୍କରେ ସୋସିଆଲ ମିଡିଆରେ ଘୋଷଣା କରିବା ପରେ ଉଭୟ ତେଜ ପ୍ରତାପ ଏବଂ ତାଙ୍କର କଥିତ ପ୍ରେମିକା ଅନୁଷ୍କା ଯାଦବ ଚର୍ଚ୍ଚାକୁ ଆସିଛନ୍ତି । 

ସେପଟେ ଯଦିଓ ଆରଜେଡି ନେତା ତେଜ ପ୍ରତାପ ଯାଦବ ତାଙ୍କ ଫେସବୁକ୍ ପୋଷ୍ଟ ଡିଲିଟ୍ କରିଦେଇଥିଲେ, ତାଙ୍କ ପୋଷ୍ଟର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କ ସମ୍ପର୍କ ଉପରେ ବିଭିନ୍ନ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି । ଅନୁଷ୍କା ଯାଦବ ଭବିଷ୍ୟତରେ ତେଜ ପ୍ରତାପ ଯାଦବଙ୍କୁ ବିବାହ କରିପାରନ୍ତି ବୋଲି ଅନୁମାନ କରାଯାଉଛି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.