ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ଭାରତୀୟଙ୍କୁ ଖୁବ୍‌ଶୀଘ୍ର ମିଳିବ ସାଟେଲାଇଟ୍‌ ଇଣ୍ଟର୍‌ନେଟ୍‌ ସେବା, ୮୪୦ ଟଙ୍କାରେ ଅସୀମିତ ଡାଟା ଦେବ ଷ୍ଟାର୍‌ଲିଙ୍କ୍‌

Published By : Prameya | May 25, 2025 11:22 AM

ନୂଆଦିଲ୍ଲୀ,୨୫/୦୫: ଭାରତୀୟଙ୍କୁ ଖୁବ୍‌ଶୀଘ୍ର ସାଟେଲାଇଟ୍‌ ଇଣ୍ଟର୍‌ନେଟ୍‌ ସେବା  ମିଳିବ । ଏଲନ୍‌ ମସ୍କଙ୍କ ଷ୍ଟାର୍‌ଲିଙ୍କ୍‌ ସମେତ  କେତେକ ସାଟେଲାଇଟ୍‌ କମ୍ୟୁନିକେଶନ୍‌ କମ୍ପାନି କିଛି ଦିନ ମଧ୍ୟରେ ଭାରତରେ ନିଜ ନିଜର ସେବା ଆରମ୍ଭ କରିପାରନ୍ତି ।  ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି  କମ୍ପାନିଗୁଡ଼ିକ ମାସିକ ୧୦ ଡଲାର ବା ପ୍ରାୟ  ୮୪୦ ଟଙ୍କାରେ ସୁଲଭ ପ୍ରମୋସନାଲ  ଅସୀମିତ ଡାଟା ପ୍ଲାନ୍‌ ଜାରି କରିବେ । 

ତେବେ ଭାରତରେ ସେବା ଆରମ୍ଭ  କରିବା ପାଇଁ ଷ୍ଟାର୍‌ଲିଙ୍କ୍‌ ଇନ୍‌-ସ୍ପେସ୍‌ରୁ  ମଞ୍ଜୁରି ଅପେକ୍ଷାରେ ଅଛି । ଷ୍ଟାର୍‌ଲିଙ୍କ୍‌  ସମେତ ସାଟେଲାଇଟ୍‌ କମ୍ୟୁନିକେଶନ୍‌  କମ୍ପାନିଗୁଡ଼ିକର ଟାର୍ଗେଟ୍‌ ହେଉଛି ନିଜ  ୟୁଜର ସଂଖ୍ୟା ଦ୍ରୁତ ବେଗରେ ବଢ଼ାଇବା ।  ଏହା ଦୀର୍ଘମିଆଦୀ ଭାବେ ୧ କୋଟି  ଗ୍ରାହକ ପର୍ଯ୍ୟନ୍ତ ପହଞ୍ଚିପାରେ । ଏହା  କମ୍ପାନିଗୁଡ଼ିକୁ ବୃହତ୍‌ ପରିମାଣର ସ୍ପେକ୍ଟ୍ରମ  ବାବଦ ରାଶିର ଭରଣାରେ ସହାୟକ ହେବ । ଭାରତୀୟ ଟେଲିକମ୍‌ ନିୟାମକ  ଟ୍ରାଇ ସାଟେଲାଇଟ୍‌ କମ୍ୟୁନିକେଶନ  କମ୍ପାନିଗୁଡ଼ିକୁ ସହରୀ ୟୁଜରମାନଙ୍କ  ପାଇଁ ମାସିକ ଦେୟ ୫୦୦ ଟଙ୍କା ରଖିବା  ପାଇଁ ସୁପାରିସ କରିଛି । ବିଶେଷଜ୍ଞଙ୍କ  କହିବାନୁସାରେ, ପ୍ରିମିୟମ ପ୍ରାଇସିଂ  ମଧ୍ୟରେ ଷ୍ଟାର୍‌ଲିଙ୍କ୍‌ ଭଳି ବିତ୍ତୀୟ ମଜଭୂତ କମ୍ପାନିଗୁଡ଼ିକୁ ଭାରତର ସହରୀ ବଜାରରେ  ଅନ୍ୟ କମ୍ପାନିଗୁଡ଼ିକ ସହ ପ୍ରତିଯୋଗିତା  କରିବାରେ କୌଣସି ସମସ୍ୟା ହେବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.