ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ବିଜୟ ସହ ଆଇପିଏଲ୍‌ ୨୦୨୫ରୁ ବିଦାୟ ନେଲା ସିଏସ୍‌କେ, ମଉଳିଲା ଗୁଜରାଟର ଶୀର୍ଷ ୨ ଆଶା

Published By : Tapas Panda | May 25, 2025 7:22 PM

Image Courtesy: tv9hindi

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗ୍ସ IPL 2025 ରେ ବିଜୟ ସହିତ ନିଜର ଯାତ୍ରା ଆରମ୍ଭ କରିଥିଲା ଏବଂ ବିଜୟ ସହିତ ଶେଷ କରିଛି । ଅହମ୍ମଦାବାଦରେ ଖେଳାଯାଇଥିବା ମ୍ୟାଚ୍‌ରେ ଏମ୍‌ଏସ୍‌ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପ୍ଲେଅଫ୍‌ରେ ପହଞ୍ଚିସାରିଥିବା ଏବଂ ଫାଇନାଲ୍‌ ପାଇଁ ଦାବିଦାର ବିବେଚିତ ଗୁଜରାଟ ଟାଇଟାନ୍ସକୁ ୮୩ ରନ୍‌ରେ ପରାସ୍ତ କରିଛି । କିନ୍ତୁ ଏହି ବିଜୟ ସତ୍ତ୍ୱେ, CSK ଚଳିତ ଆଇପିଏଲୁ ବିଦାୟ ନେଇଛି ।  ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ଯେ, ଚେନ୍ନାଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହି ସିଜିନରୁ ବିଦା ହୋଇଛି । 

ବ୍ୟାଟର ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସିଏସକେ ଗୁଜରାଟ ଟାଇଟନ୍ସକୁ ୮୩ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି CSK ୨୦ ଓଭରରେ ୫ ୱିକେଟ ହରାଇ ୨୩୦ ରନ କରିଥିଲା । ଜବାବରେ, ଗୁଜରାଟ ଦଳ ୧୮.୩ ଓଭରରେ ୧୪୭ ରନରେ ଅଲଆଉଟ୍ ହୋଇଛି । ଏହିପରି ଗୁଜରାଟ କ୍ରମାଗତ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି ।  ଆଇପିଏଲରେ ରନ ଦୃଷ୍ଟିରୁ ସିଏସକେ ବିପକ୍ଷରେ ଗୁଜରାଟର ସବୁଠାରୁ ବଡ଼ ପରାଜୟ । ଏହି ମ୍ୟାଚ୍‌ରେ ଗୁଜରାଟର ବ୍ୟାଟିଂ ବହୁତ ଖରାପ ଥିଲା ଏବଂ ଦଳର କୌଣସି ବ୍ୟାଟର ବଡ଼ ଇନିଂସ ଖେଳିପାରି ନଥିଲେ।

 ଟାର୍ଗେଟର ପିଛା କରି ଗୁଜୁରାଟର ଓପନର ସାଇ ସୁଦର୍ଶନ ସର୍ବାଧିକ ୪୧ ରନ କରିଥିଲେ । ଅରଶଦ ଖାନ ୨୦, ଶାହରୁଖ ଖାନ ୧୯, ରାହୁଲ ତେୱତିଆ ୧୪, ଅଧିନାୟକ ଶୁଭମନ ଗିଲ ୧୩ ଏବଂ ରସିଦ ଖାନ ୧୨ ରନ କରିଥିଲେ । ୱିକେଟକିପର-ବ୍ୟାଟର ଜସ୍ ବଟଲର୍ ଏବଂ ଜେରାଲ୍ଡ କୋଏତଜୀ ପାଞ୍ଚ ରନ୍ କରି ଆଉଟ ହୋଇଥିଲେ। ଗୁଜରାଟ ପକ୍ଷରୁ ଅଂଶୁଲ କାମ୍ବୋଜ ଏବଂ ନୁର ଅହମ୍ମଦ ତିନୋଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଦୁଇଟି ୱିକେଟ୍ ନେଇଥିଲେ। ସେହିପରି ଖଲିଲ ଅହମ୍ମଦ ଏବଂ ମଥିଶା ପାଥିରାନା ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.