ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଲଗାଣ ବର୍ଷାରେ ବେହାଲ ମାଲକାନଗିରି; ବଢ଼ିଲା ଦୁର୍ଦ୍ଦଶା, ଧୋଇଗଲା ରାସ୍ତା

ମାଲକାନଗିରି, ୨୧।୭: ମାଲକାନଗିରି ଜିଲ୍ଲାରେ ଜାରି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ହେଲେ ଗତ ୩ ଦିନ ଧରି ବର୍ଷା ପାଣିରେ ବୁଡ଼ି ରହିଥିବା ପାଙ୍ଗାମ, ଏମଭି-୯୦, ଏମଭି-୯୬, ମହାରାଜପାଲି ଓ ପୋଟେରୂ ପୋଲ ଉପରୁ ପାଣି ତଳକୁ ଖସିଥିବା ବେଳେ କାଙ୍କୁରୁକୋଣ୍ଡା ପୋଲ ଉପରେ ସାମାନ୍ୟ ପାଣି ପ୍ରବାହିତ ହେଉଛି । ହେଲେ ମାଲକାନଗିରିଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନଂ ଜାତୀୟ ରାଜପଥର ଗମନାଗମନ ସ୍ୱାଭାବିକ ହୋଇନାହିଁ । 

ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି ପୋଟେରୁ ପୋଲ । ପୋଲ ଉପରେ ବଡ଼ ବଡ଼ ଗଛ ଆସି ଲାଗି ରହିଥିବା ବେଳେ କଂକ୍ରିଟ୍ ଛାତ ଉଠି ଯାଇଥିବା ଦେଖିବାକୁ ମିଳିଛି । ରାଜପଥ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ପୋଲ ମରାମତି ପରେ ଯାନ ବାହାନ ଚଳାଚଳ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ମାଲକାନଗିରିଠାରୁ କାଲିମେଳା ମୋଟୁ ଓ ପଡ଼ିଆ ମଧ୍ୟରେ ଯୋଗାଯୋଗ ବର୍ତ୍ତମାନ ସୁଦ୍ଧା ବିଚ୍ଛିନ୍ନ ରହିଛି । ଅନେକ ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସବୁଠି ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।

ଅପରପକ୍ଷରେ ବିଭିନ୍ନ ଅଞ୍ଚଳର ଚାଷ ଜମିରେ ପାଣି ମାଡ଼ିଯାଇଥିବା ବେଳେ ଅନେକ ଜାଗାରେ ପୋଲ ଭୁଷୁଡ଼ି ଥିବା ଜଣାପଡ଼ିଛି । ଖଇରପୁଟ ବ୍ଳକର ଦୁଇଟି ଗାଁକୁ ସଂଯୋଗ କରୁଥିବା ଦୁଇଟି ପୋଲ ଭୁଶୁଡ଼ିଯାଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ପୋଲ ଉପରେ ପାଣି ବଢ଼ି ଯାଇଥିଲା କିନ୍ତୁ, ବର୍ତ୍ତମାନ ସମସ୍ତ ପୋଲ ଉପରୁ ପାଣି କମିଛି କିନ୍ତୁ ବିଭିନ୍ନ ଗାଁର ଦୁଃଖ ଦୁର୍ଦ୍ଦଶା ବଢାଇ ଦେଇଛି । ବଣ୍ଡାଘାଟିକୁ ଯାତାୟତ ସ୍ୱାଭାବିକ ହୋଇଛି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.