କରଞ୍ଜିଆ,୧୩/୧୨: ଶୀତରେ ଥରୁଛି ଶିମିଳିପାଳ । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର, ରରୁଆଁ, ଶୁକ୍ରୁଳି, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । ଶିମିଳିପାଳର ଉପର ବାର୍ହାକାମୁଡ଼ା ଠାରେ ସର୍ବନିମ୍ନ ୩° ଡିଗ୍ରୀ ଓ ଚହଲା ଠାରେ ସର୍ବନିମ୍ନ ୪° ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଅତ୍ୟଧିକ କୁହୁଡ଼ି କାରଣରୁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଉଛି । ଶୀତରେ ଲୋକେ ଘରୁ ବାହାରି ପାରୁ ନାହାନ୍ତି । ପିଲା ମାନେ ସ୍କୁଲ ଯିବାରେ ଅନେକ ବାଧା ଉପୁଜୁଛି । ଶୀତରୁ ରକ୍ଷା ପାଇବା ପାଇଁ ଚା ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।