ଲମତାପୁଟ,୦୫/୦୧: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ଭଙ୍ଗା ଶୀତ ସହ ତୁଷାର ପାତ ଜାରି ରହିଛି । ଲଗାତାର ୩ ଦିନ ହେଲାଣି ପାରଦ ତଳ ମୁହାଁ ହେବାପରେ ବିଭିନ୍ନ ଜାଗାରେ ତୁଷାର ପାତ ଜାରି ରହିଛି । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ୪ ଡିଗ୍ରୀ ତଳକୁ ପାରଦ ଖସିବା ପରେ ହିଁ ତୁଷାର ପାତ ହୋଇଥାଏ । ତେବେ ହାଡଭଙ୍ଗା ଶୀତ ସହ ଘନ କୁହୁଡି ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ସେକିବା ଶିତୁଆ ଓଠକୁ ଗରମ ଗରମ ଚାହା ପିଇବା, ବ୍ୟାୟାମ କରି ଶୀତ ଛଡାଉଛନ୍ତି ଅଞ୍ଚଳବାସୀ ।
ଘନ କୁହୁଡି ସକାଶେ ଯାତାୟତ ପାଇଁ ଭାରି ସମସ୍ୟା ଉପୁଜୁଛି । ୫ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦେଖାଯାଉନାହିଁ । ଏହି କାରଣରୁ ଗାଡି ମଟର ଦୁର୍ଘଟଣାର ଶିକାର ହେଉଥିବା ବେଳେ ଦିନ ୧୦ ଟା ପର୍ଯ୍ୟନ୍ତ କୁହୁଡି ସାର ଅଞ୍ଚଳକୁ ଢାଙ୍କି ରଖୁଛି । ତଥାବି ଶୀତ ପ୍ରକାପ ବଡିବା ସହ ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । କେବଳ ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶୀତର ମଜାନେବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସୁଛନ୍ତି ।