ପରିସ୍ରା ହେଉଛି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାର ପ୍ରକ୍ରିୟା। ପରିସ୍ରା କରିବା ପରେ ଶରୀରରେ କିଛି ସମୟ ପାଇଁ ଜଳ ହ୍ରାସ ପାଇଥାଏ । ଯଦି ଆପଣ ପରିସ୍ରା କରିବା ପରେ ତୁରନ୍ତ ପାଣି ପିଉଛନ୍ତି, ତେବେ ଏହି ଅସନ୍ତୁଳନକୁ ପରିଚାଳନା କରିବା ପାଇଁ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ।
ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବାର ଅସୁବିଧା-
ପରିସ୍ରା କରିବା ପରେ ବୃକକ୍ ଛାଣିବା ପ୍ରକ୍ରିୟାରେ ଥାଏ। ତୁରନ୍ତ ପାଣି ପିଇବା ଦ୍ୱାରା ବୃକକ୍ ଅଧିକ ପରିଶ୍ରମ କରିଥାଏ । ଯାହା ବୃକକ୍ କାର୍ଯ୍ୟକୁ ପ୍ରଭାବିତ କରିପାରେ । ଶରୀରରେ ସୋଡିୟମ୍, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ସନ୍ତୁଳନ ବଜାୟ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବା ଏହି ସନ୍ତୁଳନକୁ ବିଚଳିତ କରିପାରେ । ଯାହା ଦୁର୍ବଳତା ଏବଂ ଥକ୍କାପଣର କାରଣ ହୋଇପାରେ । ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପେଟରେ ଏସିଡିଟି କିମ୍ବା ବଦହଜମି ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ । ବାରମ୍ବାର ପରିସ୍ରା କରିବା ପରେ ତୁରନ୍ତ ପାଣି ପିଇବା ଦ୍ଵାରା ମୂତ୍ରାଶୟ ଉପରେ ଚାପ ପଡ଼ିପାରେ ଏବଂ ଆପଣଙ୍କୁ ଅଧିକ ଥର ପରିସ୍ରା କରିବାକୁ ପଡ଼ିପାରେ। ଏହା ରାତିରେ ଶୋଇବା ବେଳେ ଆପଣଙ୍କ ସୁଖଦ ନିଦକୁ ମଧ୍ୟ ବ୍ୟାଘାତ କରିପାରେ ।
ପରିସ୍ରା କରିବା ପରେ କେତେବେଳେ ପାଣି ପିଇବା ଉଚିତ?
ବିଶେଷଜ୍ଞଙ୍କ ମତରେ, ପରିସ୍ରା କରିବା ପରେ ଅତି କମରେ ୧୦ରୁ ୧୫ ମିନିଟ୍ ବିରତି ନେବା ଉଚିତ । ଏହା ପରେ ଧୀରେ ଧୀରେ ପାଣି ପିଇବା ଉଚିତ୍ । ଏହା ଶରୀରକୁ ସନ୍ତୁଳନ କରି ରଖିବା ପାଇଁ ସାହାଯ୍ୟ କରିଥାଏ । ଏହା ସହ କିଡନୀ ଉପରେ ଅନାବଶ୍ୟକ ଚାପ ମଧ୍ୟ ପକାଏ ନାହିଁ । ଯଦି ଆପଣଙ୍କୁ ଅଧିକ ଶୋଷ ଲାଗୁଛି ତେବେ ଗୋଟିଏରୁ ଦୁଇ ଢୋକ ପାଣି ପିଅନ୍ତୁ । କିନ୍ତୁ ଏକାଥରେ ସମ୍ପୂର୍ଣ୍ଣ ଗ୍ଲାସ ଖାଲି କରନ୍ତୁ ନାହିଁ । ଦିନସାରା ଆବଶ୍ୟକ ଅନୁସାରେ ପାଣି ପିଅନ୍ତୁ, କିନ୍ତୁ ଏକାଥରେ ଅଧିକ ପାଣି ପିଅନ୍ତୁ ନାହିଁ।