ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଡେବ୍ୟୁ ମ୍ୟାଚ୍‌ରେ ୩ଟି ୱିକେଟ୍ ନେବା ସହ ବିରଳ ରେକର୍ଡ କଲେ ହର୍ଷିତ ରାଣା

Published By : Tapas Panda | February 6, 2025 9:03 PM

Image courtesy: Social Media

ନୂଆଦିଲ୍ଲୀ: ନାଗପୁର ଦିନିକିଆରେ ଡେବ୍ୟୁ କରିଛନ୍ତି ହର୍ଷିତ ରାଣା । କ୍ୟାରିୟରର ପ୍ରଥମ ଦିନିକିଆରେ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି ଏହି ଫାଷ୍ଟ ବୋଲର । ପ୍ରଥମ ମ୍ୟାଚ୍‌ରେ ସେ ଭାରତ ପାଇଁ ୩ଟି  ୱିକେଟ୍ ହାସଲ କରିଛନ୍ତି । ହର୍ଷିତ ରାଣା ଭାରତ ପାଇଁ ତିନୋଟି ଫର୍ମାଟରେ ଡେବ୍ୟୁ କରିସାରିଛନ୍ତି ଏବଂ ତିନୋଟି ଫର୍ମାଟର ପ୍ରଥମ ମ୍ୟାଚ୍‌ରେ ହିଁ ୩ କିମ୍ୱା ଏହାଠାରୁ ଅଧିକ ୱିକେଟ୍ ନେଇଛନ୍ତି । ଏପରି କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି ହର୍ଷିତ ରାଣା । 

ଭାରତୀୟ ଟିମ୍ ୧୯୭୪ରୁ ଦିନିକିଆ କ୍ରିକେଟ୍ ଖେଳୁଛି ଏବଂ ୫୦ ବର୍ଷର ଇତିହାସରେ କୌଣସି ଖେଳାଳି ହର୍ଷିତ ରାଣାଙ୍କ ପରି ରେକର୍ଡ କରିପାରି ନାହାନ୍ତି । ହର୍ଷିତ ରାଣା ଟେଷ୍ଟ ଡେବ୍ୟୁରେ ୪ଟି ୱିକେଟ୍ ନେଇଥିଲେ । ଟି-20ର ଡେବ୍ୟୁ ମ୍ୟାଚରେ ୩ ୱିକେଟ୍ ଏବଂ ଏବେ ଦିନିକିଆର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ୩ଟି ଶିକାର କରିଛନ୍ତି । ଇଂଲଣ୍ଡ ବିପକ୍ଷ ଆଜିର ମ୍ୟାଚରେ ହର୍ଷିତ ରାଣା ପ୍ରଥମେ ବେନ୍ ଡକେଟ୍, ପରେ ହ୍ୟାରି ବ୍ରୁକ୍ ଏବଂ ତୃତୀୟ ୱିକେଟ୍ ଭାବରେ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ଆଉଟ୍ କରିଥିଲେ । 

ଇଂଲଣ୍ଡ ଟିମ୍ ନାଗପୁର ଦିନିକିଆରେ କେବଳ ୨୪୮ ରନ କରିବାରେ ସକ୍ଷମ ହୋଇଥିଲା । ହର୍ଷିତ ରାଣାଙ୍କ ବ୍ୟତୀତ ରବିନ୍ଦ୍ର ଜାଡେଜା ଭ୍ରମଣକାରୀ ଟିମକୁ ଅଡ଼ୁଆରେ ପକାଇଥିଲେ । ଜାଡେଜା ମାତ୍ର ୨୬ ରନ୍‌ ଦେଇ ୩ଟି ୱିକେଟ୍ ନେଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.