ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଇଂଲଣ୍ଡକୁ ଘାଇଲା କଲେ ଜାଡେଜା-ରାଣା, ୨୪୮ ରନ୍‌ରେ ଅଲଆଉଟ୍‌ ଭ୍ରମଣକାରୀ ଦଳ

Published By : Tapas Panda | February 6, 2025 5:15 PM

Image Courtesy: espncricinfo

ନାଗପୁର: ଭ୍ରମଣକାରୀ ଇଂଲଣ୍ଡକୁ ଚକମା ଦେଇଛନ୍ତି ଭାରତୀୟ ବୋଲର । ଭାରତୀୟ ବୋଲର ଶାଣିତ ବୋଲିଂରେ ଘାଇଲା ହୋଇଛି ଇଂଲଣ୍ଡ । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୭.୪ ଓଭରରେ ୨୪୮ ରନରେ ଅଲଆଉଟ୍ ହୋଇଛି । ପ୍ରଥମ ଦିନିକିଆ ଜିତିବା ପାଇଁ ଭାରତ   ସମ୍ମୁଖରେ ୨୪୯ ରନର ବିଜୟ ଲକ୍ଷ୍ୟ ରହିଛି। ଦଳ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୫୨ ରନ ଓ ଜାକବ ବେଥେଲ ୫୧ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଫିଲିପ୍ ସଲ୍ଟ ୪୩ ରନ ଓ ବେନ ଡକେଟ୍ ୩୨ ରନ କରିଛନ୍ତି। ଭାରତ ପକ୍ଷରୁ ବୋଲିଂରେ ରବୀନ୍ଦ୍ର ଜାଡ଼େଜା ୩ଟି ଓ୍ଵିକେଟ୍ ନେଇଥିବା ବେଳେ ପଦାର୍ପଣ ଦିନିକିଆରେ ହର୍ଷିତ ରାଣା ୩ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ୍ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୭୫ ରନ ଯୋଡ଼ିଥିଲେ।   ଫିଲିପ୍ ସଲ୍ଟ ୨୬ ବଲରୁ ୫ ଚୌକା ଓ ୩ ଛକା ସହ ୪୩ ରନର ବିସ୍ଫୋରକ ଇନିଂସ ଖେଳି ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଏହି ଯୋଡ଼ି  ଭାଙ୍ଗିବା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇିଥିଲା । ବେନ ଡକେଟଙ୍କୁ ଆଉଟ୍ କରି ହର୍ଷିତ ରାଣା ଦିନିକିଆରେ ପ୍ରଥମ ଓ୍ଵିକେଟ୍ ନେଥିଲେ। 

ଇଂଲଣ୍ଡ ଟିମ୍‌ର ଅଧିନାୟକ ଜୋସ୍ ବଟଲର ୬୭ ବଲରୁ ୪ ଚୌକା ସହ ୫୨ ରନର ଇନିଂସ ଖେଳି ଆଉଟ୍ ହେବା ପରେ ଇଂଲଣ୍ଡକୁ ବଡ଼ ଝଟକା ଲାଗିଥିଲା। ଲିଭିଙ୍ଗଷ୍ଟୋନ ୫ ରନ କରି ବିଦାୟ ନେଇଥିଲେ । ଶେଷ ଆଡ଼କୁ ବେଥେଲ ୫୧ ରନର ଇନିଂସ ଖେଳିବାରୁ ଇଂଲଣ୍ଡ ୪୭.୪ ଓଭରରେ ୨୪୮ ରନ କରି ପାରିଛି। ଜୋଫ୍ରା ଆର୍ଚର ୧୮ ବଲରୁ ୨୧ ରନ କରି ଅପରାଜିତ ଥିଲେ । ବୋଲିଂରେ ରବୀନ୍ଦ୍ରା ଜାଡ଼େଜା ୯ ଓଭରରେ ୨୬ ରନ ଦେଇ ୩ଟି ଓ୍ବିକେଟ୍‌ ନେଇଥିଲେ । ପଦାର୍ପଣ କରିଥିବା ହର୍ଷିତ ରାଣା ୭ ଓଭରରେ ୫୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ହେଁ ୩ଟି ଓ୍ଵିକେଟ୍ ନେଇଥିଲେ। ମହମ୍ମଦ ଶାମି, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କୁ ଗୋଟି ଲେଖାଏଁ ଓ୍ଵିକେଟ୍ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.