ପ୍ରମୂଖ ଖବର
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ସାଇ ସୁଦର୍ଶନଙ୍କ ଦମଦାର ଅର୍ଦ୍ଧଶତକ; ରାଜସ୍ଥାନ ଆଗରେ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ

Published By : Prameya | April 9, 2025 9:32 PM

Image source: ABP Live

ଅହମ୍ମଦାବାଦ,୦୯/୦୪: ଆଇପିଏଲ୍‌ ୨୦୨୫ର ୨୩ତମ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟାନ୍ସ ୨୧୭ ରନ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସାଇ ସୁଦର୍ଶନ ଗୁଜରାଟ ଦଳ ପକ୍ଷରୁ ଶାଣିତ ପ୍ରଦର୍ଶନ କରିଥିଲେ। ସେ ୮୨ ରନର ଇନିଂସ ଖେଳି ତାଙ୍କ ଦଳକୁ ଏକ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ତାଙ୍କ ବ୍ୟତୀତ ଜସ୍ ବଟଲର୍ ଏବଂ ଶାହରୁଖ ଖାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। କିନ୍ତୁ ଗୁଜରାଟ ଅଧିନାୟକ ଶୁଭମନ ଗିଲ ଏଥର ଫ୍ଲପ୍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ମହେଶ ତିକ୍ଷସାନା ଏବଂ ତୁଷାର ଦେଶପାଣ୍ଡେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନକୁ ମଧ୍ୟ ଭଲ ଆରମ୍ଭ ମିଳିଥିଲା କାରଣ ଶୁଭମନ ଗିଲ ମାତ୍ର ୨ ରନ ସ୍କୋରରେ ଜୋଫ୍ରା ଆର୍ଚରଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ, ସାଇ ସୁଦର୍ଶନ ଏବଂ ଜୋସ୍ ବଟଲରଙ୍କ ମଧ୍ୟରେ ୮୦ ରନର ଭାଗୀଦାରି ହୋଇଥିଲା। ବଟଲର୍ ୨୬ ବଲ୍‌ରେ ୩୬ ରନ୍‌ର ଇନିଂସ ଖେଳିଥିଲେ। ବଟଲର ଆଉଟ୍ ହେବା ପରେ, ଶାହରୁଖ ଖାନ ମଇଦାନକୁ ଓହ୍ଲାଇଥିଲେ ଏବଂ ୨୦ ବଲ୍‌ରେ ୩୬ ରନର ଏକ ଦର୍ଶନୀୟ ଇନିଂସ ଖେଳିଥିଲେ ଏବଂ ସାଇ ସୁଦର୍ଶନଙ୍କ ସହ ୬୨ରନର ଭାଗୀଦାରି କରିକଲେ।

ଗୋଟିଏ ସମୟରେ, ଗୁଜରାଟ ୧୨ ଓଭରରେ ୧୧୦ ରନ୍ କରିଥିଲା ଏବଂ ସେଠାରୁ ୨୦୦ ସ୍କୋରରେ ପହଞ୍ଚିବା ବହୁତ କଷ୍ଟକର ମନେ ହେଉଥିଲା। ୧୨ତମ ଓଭର ସୁଦ୍ଧା ସାଇ ସୁଦର୍ଶନ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ସୁଦର୍ଶନ ୧୭ ବଲ୍ ରେ ୨୮ ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ଶାହରୁଖ ଖାନ ଗୁଜରାଟକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ସେ ୨୦ ବଲ୍‌ରେ ୪ ଚୌକା ଏବଂ ୨ ଛକା ସହିତ ୩୬ ରନ୍ କରିଥିଲେ।

ସାଧାରଣତଃ ଗୁଜରାଟ ପାଇଁ ଫିନିସର ଭୂମିକା ଗ୍ରହଣ କରୁଥିବା ରାହୁଲ ତେୱତିଆ ମଧ୍ୟ ଶେଷ ଓଭରଗୁଡ଼ିକରେ ଶାଣିତ ପ୍ରଦର୍ଶନ କରିଥିଲେ। ତେୱତିଆ ମାତ୍ର ୧୨ ବଲ୍‌ରେ ଦୁଇ ଚୌକା ଏବଂ ଦୁଇଟି ଛକା ସହାୟତାରେ ୨୪ ରନ୍ କରିଥିଲେ।  ରାଜସ୍ଥାନ ରୟାଲ୍ସ ବିଷୟରେ କହିବାକୁ ଗଲେ, ତୁଷାର ଦେଶପାଣ୍ଡେ ଏବଂ ମହୀଶ ତୀକ୍ଷସାନା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ ଜୋଫ୍ରା ଆର୍ଚର ଏବଂ ସନ୍ଦୀପ ଶର୍ମା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ। ଏବେ ରାଜସ୍ଥାନ ରୟାଲ୍‌ସ ଗୁଜରାଟ ଦେଇଥିବା ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବାକୁ ମଇଦାନକୁ ଓହ୍ଲାଇବେ।  




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.