ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

ସ୍କୁଲ ଭିତରକୁ ପଶି ଆସିଲେ ଶହ ଶହ ଅଭିଭାବକ, କାନ୍ଥ ବାଡ଼ ଚଢି ପିଲାଙ୍କୁ ବାଣ୍ଟିଲେ କପି

Published By : Prameya | February 28, 2025 12:05 PM

ଭୁବନେଶ୍ଵର, ୨୮/୦୨ : ଚାଲିଥିଲା ଗଣିତ ପରୀକ୍ଷା। ହଠାତ୍ ସ୍କୁଲ ଭିତରକୁ ପଶି ଆସିଲେ ଶହ ଶହ ଅଭିଭାବକ। ଯିଏ ଯେଉଁପଟେ ପାରିଲା ସ୍କୁଲ ଭିତରେ ପଶଲା। କାନ୍ଥ ବାଡ଼ ଚଢି ପିଲାଙ୍କୁ କପି ଯୋଗାଇଲେ। ଗୁରୁବାର କଟକ ବଡମ୍ବା ବ୍ଲକ୍ ଖୁଣ୍ଟକଟା ନୋଡାଲ ହାଇସ୍କୁଲରେ ଗଣିତ ପରୀକ୍ଷା ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଘଟଣା ପରେ ଖୁଣ୍ଟକଟା ଅଞ୍ଚଳର ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାନୁଯାୟୀ, ଗତକାଲି ଖୁଣ୍ଟକଟା ହାଇସ୍କୁଲରେ ଗଣିତ ପରୀକ୍ଷା ଚାଲିଥିବା ବେଳେ ଶହ ଶହ ଅଭିଭାବକ ସ୍କୁଲ ହତା ଭିତରକୁ ପଶି ଆସିଥିଲେ। ଯିଏ ଯେଉଁପଟେ ପାରଥିଲେ ପିଲାଙ୍କୁ କପି ଯୋଗାଇଥିଲେ। କିଏ ପାଚେରୀ ଚଢି ସ୍କାଇଲାଇଟ୍ ପଟେ କପି ଦେଉଥିଲା ତ ଆଉ କିଏ ଝରକା ବାଟେ କାଗଜରେ ଲେଖି ପିଲାଙ୍କ ଉପରକୁ ଫିଙ୍ଗିଥିଲା। ପରୀକ୍ଷା ସେଣ୍ଟରରେ ନିୟୋଜିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବି ସେଣ୍ଟର ଛାଡ଼ି ଚାଲି ଯାଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏନେଇ ଖୁଣ୍ଟକଟା ହାଇସ୍କୁଲ ସୁପରିଟେଡେଣ୍ଟ ଅରୁଣ ବଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଯାହାକୁ ନେଇ ଖୁଣ୍ଟକଟା ଅଞ୍ଚଳର ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିରପେକ୍ଷ ପରୀକ୍ଷା ପରିଚାଳନା ସହ ଉକ୍ତ ସେଣ୍ଟରରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସେଣ୍ଟର ସୁପରଟେଡେଣ୍ଟ ଉପରେ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି। 


ଏହି ଖବରଟିକୁ ପଢନ୍ତୁ-ବିରଳ ପ୍ରଜାତିର ପେଚା ଉଦ୍ଧାର, ନିକଟସ୍ଥ ଜଙ୍ଗଲରେ ଛାଡ଼ିବେ ଲୋକେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.