ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ୟୁରୋପୀୟ ଆୟୋଗର କାର୍ଯ୍ୟନିବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ

Published By : Prameya | February 28, 2025 9:06 PM

ନୂଆଦିଲ୍ଲୀ/ଭୁବନେଶ୍ୱର ୨୮/୦୨ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ନିବିଡ ଓ ମଜଭୂତ୍ କରିବା ଦିଗରେ ଶୁକ୍ରବାର ୟୁରୋପୀୟ ଆୟୋଗର ସାମାଜିକ ଅଧିକାର, ଦକ୍ଷତା, ଗୁଣାତ୍ମକ ଚାକିରି ଏବଂ ପ୍ରସ୍ତୁତି ବିଭାଗର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ।

ଏହି ସାକ୍ଷାତ୍ ଆଲୋଚନା ଅବସରରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷାଗତ, ଗବେଷଣା ଏବଂ ଦକ୍ଷତା ବିକାଶ ସମ୍ପର୍କକୁ ଅଧିକ ନିବିଡ କରିବା ସହିତ ସମ୍ଭାବ୍ୟ ଭାଗିଦାରୀ ଉପରେ ଫଳପ୍ରଦ ଆଲୋଚନା ହୋଇଛି । ସ୍ଥାୟୀତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଭଳି ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ଶିକ୍ଷା ଓ ଦକ୍ଷତା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଭାଗିଦାରୀ ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ପାଇଁ ଏକ ଢାଞ୍ଚା ସ୍ଥାପନ କରିବା, ଛାତ୍ରଛାତ୍ରୀଙ୍କ ଦ୍ୱିପାକ୍ଷିକ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଉପରେ ଦୁଇ ନେତୃତ୍ୱ ବିଚାରବିମର୍ଶ କରିଥିଲେ । 

ଅନୁରୂପ ଭାବରେ ଅଧ୍ୟାପକ ବା ଶିକ୍ଷକ ବିନିମୟ, ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଜଏଣ୍ଟ/ଡୁଆଲ ଡିଗ୍ରୀ ଏବଂ ଟୁଇନିଂ ପ୍ରୋଗ୍ରାମ ସହ ଭାରତରେ ଥିବା ପ୍ରମୁଖ ୟୁରୋପୀୟ ସଂଘ ବିଶ୍ୱବିଦ୍ୟାଳୟଗୁଡିକର ଅଫସୋର କ୍ୟାମ୍ପସର ସମ୍ଭାବନା ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା । ଶିକ୍ଷଣ ଏବଂ ଦକ୍ଷତା ବ୍ୟବଧାନକୁ ଦୂର କରିବା ସହିତ ଲର୍ଣ୍ଣିଂ ଏବଂ ସ୍କିଲିଂ ଇକୋସିଷ୍ଟମରେ ଉନ୍ନତି ଆଣିବା ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି । ପାରସ୍ପରିକ ଶିକ୍ଷା ଓ ଦକ୍ଷତା ଏଜେଣ୍ଡାକୁ ଆଗକୁ ବଢ଼ାଇବା, ଜ୍ଞାନ ସେତୁକୁ ସୁଦୃଢ଼ କରିବା ଏବଂ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଗଭୀର ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା ପାଇଁ ଏକ ଢାଞ୍ଚା ସୃଷ୍ଟି କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ। ଆଜିର ବୈଠକ ଭାରତ-ୟୁରୋପୀୟ ସଂଘର ଶିକ୍ଷା ଏବଂ ଦକ୍ଷତା ବିକାଶ ଭାଗିଦାରୀରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ପାଇଁ ପଥ ପ୍ରଶସ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀକୁ ଆହୁରି ଶକ୍ତିଶାଳୀ କରିବା ଏବଂ ନୂତନ ମାନଦଣ୍ଡ ସୃଷ୍ଟି କରିବା ଉପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ । ଏହି ଆଲୋଚନା କାଳରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.