ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଜିଏସଟି ଏବଂ ସାତବର୍ଷର ଯାତ୍ରା...

ଭୁବନେଶ୍ୱର: ସାତ ଗୋଟିଏ ସ୍ୱତନ୍ତ୍ର ସଂଖ୍ୟା । ଏହା ଗଣିତଶାସ୍ତ୍ର ହୋଇଥାଉ (ପ୍ରାଇମ୍‌ ନମ୍ବର ଏବଂ ନମ୍ବର ଥିଓରୀ), ସଙ୍ଗୀତଶାସ୍ତ୍ର (ସଙ୍ଗୀତର ସାତଟି ସ୍ୱର), ନକ୍ଷତ୍ରବିଜ୍ଞାନ (ଚାନ୍ଦ୍ରମାନ ଦିବସ) କିମ୍ବା ପୌରାଣିକ ଆଖ୍ୟାନ (ସପ୍ତଚକ୍ର, ସପ୍ତସମୁଦ୍ର କିମ୍ବା ସପ୍ତଋଷି) ଏହି ସପ୍ତଚକ୍ର ସଦାବେଳେ ଆମ ଚତୁଃପାଶ୍ୱର୍ରେ ଘେରି ରହିଥାଏ ।

ତେଣୁ ଏହା କହିବା ସମୀଚୀନ ହେବ ଯେ, ବସ୍ତୁ ଏବଂ ସେବା କର (ଜିଏସଟି) ଚଳିତ ମାସରେ ସାତବର୍ଷ ପୂରଣ କରିବାକୁ ଯାଉଛି ଏବଂ ସେଥିପାଇଁ ଆମେ ଏହି ମୁହୂର୍ତ୍ତକୁ ତର୍ଜମା କରି ଜାଣିବା କିପରି ଦେଶ ସ୍ୱାଧୀନତା ଲାଭ ପରଠାରୁ ଜିଏସଟି ସବୁ ଦୃଷ୍ଟିରୁ ଦେଶର ସର୍ବବୃହତ୍‌ ଟିକସ ସଂସ୍କାରରେ ପରିଣତ ହୋଇଛି ଏବଂ ୨୦୧୭ ମସିହା ଜୁଲାଇ ପହିଲା ମଧ୍ୟରାତ୍ରଠାରୁ କାର୍ଯ୍ୟକାରୀ ହେବା ପରଠାରୁ କେତେ ମାତ୍ରାରେ ସଫଳତା ହାସଲ କରିଛି । ସେହିଦିନ ଠାରୁ ଜିଏସଟି ବିଶେଷଜ୍ଞମାନଙ୍କ ଦୃଷ୍ଟି ବ୍ୟାପକ ମାତ୍ରାରେ ଆକର୍ଷଣ କରିଆସିଛି ଏବଂ ଏ ସମ୍ପର୍କରେ ସେମାନେ ପର୍ଯ୍ୟାପ୍ତ ଆଲୋଚନା କରିଛନ୍ତି । ଟିକସ ପୈଠ ସରଳୀକରଣ ଠାରୁ ନେଇ ଲଜିଷ୍ଟିକ୍ସ ଉନ୍ନତିକରଣ ଠାରୁ ବିଶାଳ ରାଜସ୍ୱ ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । 

ଜିଏସଟିର ନାନାପ୍ରକାର ଦୃଷ୍ଟିଭଙ୍ଗୀ ମଧ୍ୟରୁ ଗୋଟିଏ ହେଲା, ଜିଏସଟିର ରାଜସ୍ୱ ସଂଗ୍ରହ ଉପରେ ହେଉଥିବା ଆଲୋଚନା, ଯାହା ଅନ୍ୟ ବ୍ୟବସ୍ଥା ସହିତ ସୂଚିତ କରେ ଯେ ସାମଗ୍ରିକ ଭାବରେ ଦେଶରେ ଏଥିପାଇଁ ରାଜସ୍ୱ ସଂଗ୍ରହ ମାତ୍ରା ବୃଦ୍ଧି ପାଇଚାଲିଛି । ସେହିଭଳି ନିଟ୍‌ ରାଜସ୍ୱ ପଛରେ ରହିଥିଲା ଏବଂ ନିକଟରେ ତାହା ପ୍ରାକ୍‌-ଜିଏସଟି ସ୍ତର ଛୁଇଁଛି । ନିଟ୍‌ ରାଜସ୍ୱ ସଂଗ୍ରହରେ ଏଭଳି ମନ୍ଥରଗତି ପ୍ରତି କିଛି ମାତ୍ରାରେ ଭ୍ରୂକୁଞ୍ଚନ କରାଯାଉଛି । ଅଧିକନ୍ତୁ ଉଦ୍‌ବୃତ୍ତ ଅର୍ଥ ଫେରସ୍ତ ତଥା ଜିଏସଟି ପରିଷଦର କାର୍ଯ୍ୟକାରିତା ନେଇ ମଧ୍ୟ ତଥ୍ୟ ଉପଲବ୍ଧତା ଘେନି କିଛି ଉଦ୍‌ବେଗ ପ୍ରକାଶ ପାଇଛି । ଆସନ୍ତୁ, ଏ ସମ୍ପର୍କରେ ପ୍ରତ୍ୟେକଟି ପ୍ରସଙ୍ଗ ଉପରେ ଅଧିକ ଆଲୋଚନା କରିବା ଏବଂ ପ୍ରଥମେ ରାଜସ୍ୱ ସଂଗ୍ରହ କାର୍ଯ୍ୟକାରିତା ଉପରେ ଆଲୋକପାତ କରାଯାଉ ।

ରାଜସ୍ୱ ସ୍ୱାଦ: ଜିଏସଟି ଅଧୀନରେ ରାଜସ୍ୱ ସଂଗ୍ରହକୁ ନେଇ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ହୋଇସାରିଛି । ଯଦ୍ୟପି, ସାମଗ୍ରିକ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ସଫଳତା ହାସଲ ଘେନି ଏଥିରେ କୌଣସି ସନ୍ଦେହ ନାହିଁ, ତଥାପି ନିଟ୍‌ ଜିଏସଟି ସଂଗ୍ରହ, ଅର୍ଥାତ୍‌, ରାଜସ୍ୱ ସଂଗ୍ରହ ଯାହା ନିଟ୍‌ ଫେରସ୍ତ (ପ୍ରାଥମିକ ଭାବରେ ରପ୍ତାନି ଯୋଗୁଁ), ପ୍ରସଙ୍ଗକୁ ନେଇ ପ୍ରକାଶ ପାଉଥିବା ଉଦ୍‌ବେଗକୁ ପ୍ରଶମିତ କରିବା ସକାଶେ, ଆମେ ଏହାର ସଂଖ୍ୟାକୁ ଆହୁରି ଅଧିକ ତର୍ଜମା କରିବା ଉଚିତ ।

ବଜେଟ ନଥିରେ ଯେଉଁ ଜିଏସଟି ସଂଗ୍ରହ ସୂଚିତ କରାଯାଇଛି, ତାହା ଉପରେ ହିଁ ଆମର ବିଶ୍ଳେଷଣ କେନ୍ଦ୍ରିତ । ଏହାପରେ ତାହାକୁ  ପ୍ରାକ୍‌- ଜିଏସଟି ରାଜସ୍ୱ ସଂଗ୍ରହ ଏବଂ ଉଭୟ ରାଜ୍ୟ ତଥା କେନ୍ଦ୍ରର ଜିଏସଟି ସହିତ ମିଶାଇ ତୁଳନା କରିପାରିବା ।

ଉପରୋକ୍ତ ଅଧ୍ୟୟନରୁ ଆମେ ତିନିଗୋଟି କଥା ଲକ୍ଷ୍ୟ କରିପାରିବା । ପ୍ରଥମତଃ, ନିଟ୍‌ ରାଜସ୍ୱ ସଂଗ୍ରହ ସ୍ଥିର ଭାବରେ ଉପରକୁ ଉଠିଚାଲିଛି ଏବଂ ଏହାର ବୃଦ୍ଧିମାତ୍ରା ଜିଏସଟି ବ୍ୟବସ୍ଥା ପ୍ରବର୍ତ୍ତନ ହେବାପରେ ବଢ଼ି ବଢ଼ି ଚାଲିଛି । ଦ୍ୱିତୀୟତଃ, ନିଟ୍‌ ରାଜସ୍ୱ ସଂଗ୍ରହ ଅଭିବୃଦ୍ଧି ମାତ୍ରା ବାର୍ଷିକ ହାରାହାରି ୧୨.୭୬% ଭାବରେ ଜିଏସଟି ବ୍ୟବସ୍ଥା ପରବର୍ତ୍ତୀ ଅବସ୍ଥାରେ (ଯାହାକି ପ୍ରାକ୍‌- ଜିଏସଟି ଅବଧିରେ ୧୧.୮୧% ଥିଲା) ବୃଦ୍ଧି ପାଇଛି । ଏହା କରୋନା ମହାମାରୀ ଭଳି ଅସ୍ୱାଭାବିକ ଅବଧିରେ ସୁଦ୍ଧା ଅବ୍ୟାହତ ରହିଥିଲା । ତୃତୀୟତଃ, ଆମେ ଲକ୍ଷ୍ୟ କରିପାରିବା ଯେ, ନିଟ୍‌ ରାଜସ୍ୱ ଅଭିବୃଦ୍ଧି ଜିଡିପି ଅଭିବୃଦ୍ଧିକୁ ସୁଦ୍ଧା ଟପିଯାଇଛି । ସାମଗ୍ରିକ ଟିକସ ବ୍ୟବସ୍ଥାରେ ବ୍ୟବସ୍ଥାଗତ ସକ୍ରିୟତାକୁ ଏହା ପ୍ରତିଫଳିତ କରେ ।

ଅନ୍ୟାନ୍ୟ ପରିବର୍ତ୍ତନଶୀଳତା ମଧ୍ୟରେ, ରାଜସ୍ୱ ସଂଗ୍ରହ ହେଉଛି ଟିକସ ହାରର ଏକ କାର୍ଯ୍ୟକାରିତା । ସାମ୍ପ୍ରତିକ ଅଧ୍ୟୟନ ନିମନ୍ତେ ଆମେ ସ୍ମରଣ କରିପାରିବା ଯେ ଟିକସ ସଂଗ୍ରହ ସକ୍ରିୟତାରେ ଘଟିଥିବା ଉନ୍ନତି ଟିକସ ହାର ହ୍ରାସ କ୍ଷେତ୍ରରେ ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଜିଏସଟି ବ୍ୟବସ୍ଥା ପ୍ରବର୍ତ୍ତନ କରାଯିବା ପୂର୍ବ ଅବଧିରେ ଜିଏସଟି ପାଇଁ ରାଜସ୍ୱ ସମାନତା ହାର (ଆରଏନଆର)କୁ ୧୫- ୧୫.୫% ରଖିବାକୁ ସୁପାରିସ କରାଯାଇଥିଲା ।

ପ୍ରବର୍ତ୍ତନ ହେବା ସମୟ ତୁଳନାରେ, ଜିଏସଟିର ପ୍ରବର୍ତ୍ତନ ହାରକୁ ୧୪.୪% ଭାବରେ ଆକଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୯ ସେପ୍ଟେମ୍ବର ମାସରେ ଏହାକୁ ୧୧.୬%କୁ ହ୍ରାସ କରାଯାଇଥିଲା ଏବଂ ମାର୍ଚ୍ଚ, ୨୦୨୩ ଏହା ଆସି ୧୨.୨%ରେ ପହଞ୍ଚିଥିଲା । ରାଜସ୍ୱ ହିସାବରେ, ଗତବର୍ଷ ସଂଗୃହୀତ ୪.୩ ଲକ୍ଷ କୋଟି ଅତିରିକ୍ତ ରାଶି ଭାବରେ ଏହାକୁ ଅର୍ଥବ୍ୟବସ୍ଥାର ଏକ ପରିମାଣାତ୍ମକ ସଞ୍ଚୟ (ପ୍ରୋତ୍ସାହନ?) ବୋଲି ବିବେଚନା କରାଯାଇପାରେ! କୌତୂହଳର କଥା ଯେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହାକୁ ତୁଳନା କଲେ, ଭାରତର ଜିଏସଟି ହାର ସାରା ବିଶ୍ୱରେ ସର୍ବନିମ୍ନ ବୋଲି ଜଣାପଡ଼ିବ ।

ଟିକସ ଆଧିକ୍ୟ, ଟିକସ ସଂଗ୍ରହ ନିମନ୍ତେ ବ୍ୟାପକ ବ୍ୟବସ୍ଥା: କଥାରେ ଅଛି ଜୁଆର ଆସିଲେ ସବୁ ଡଙ୍ଗାକୁ ଉପରକୁ ଉଠାଇ ଦେଇଥାଏ । ରାଜସ୍ୱ ବୃଦ୍ଧି ହେଉଛି ବିକଶିତ ଅର୍ଥନୀତିର ଏକ ସ୍ୱାଭାବିକ ପରିଣାମ । ତେବେ ଜିଡିପି ଅଭିବୃଦ୍ଧି ଉପରେ ରାଜସ୍ୱ ସଂଗ୍ରହରେ ଅଭିବୃଦ୍ଧି (କିମ୍ବା ଆଧିକ୍ୟ) ହେଉଛି ଟିକସ ବ୍ୟବସ୍ଥାର ବ୍ୟବସ୍ଥିତ ସକ୍ରିୟତାର ବାସ୍ତବ ପରୀକ୍ଷା ।

ଏହି ଦୃଷ୍ଟିରୁ ଜିଏସଟି ବ୍ୟବସ୍ଥା ପ୍ରବର୍ତ୍ତନ ହେବାର ପୂର୍ବ ପାଞ୍ଚବର୍ଷର ଅବଧିରେ, ଜିଡିପି ବନାମ ନିଟ୍‌ ରାଜସ୍ୱ ଉଦ୍‌ବୃତ୍ତି (ବର୍ତ୍ତମାନ ମୂଲ୍ୟ ହାରରେ) ୧.୦୨ରେ ରହିଥିଲା³ ଯଦ୍ୟପି ଜିଏସଟି ପ୍ରବର୍ତ୍ତନ ହେବାର ସାତ ବର୍ଷ ମଧ୍ୟରେ ଏହା ୧.୨୮ ଛୁଇଁଛି । ଜିଏସଟି ଦ୍ୱାରା ଟିକସ ସଂଗ୍ରହ ସକ୍ରିୟତାକୁ ଏହା ଲୋକଲୋଚନକୁ ଆଣିଛି ।

ବସ୍ତୁତଃ, ଭାରତର ଜିଏସଟି ସଂଗ୍ରହ ସକ୍ରିୟତା (ସର୍ବାଧିକ ସମ୍ଭାବ୍ୟ ଟିକସ ସଂଗ୍ରହର ମାତ୍ରା, ଯାହାକି ସବୁ କ୍ଷେତ୍ରରେ ସମସ୍ତ ଉପଭୁକ୍ତି ସହିତ ସମ୍ପୂର୍ଣ୍ଣ ଭାବରେ ସମତୁଲ କରି ହିସାବ କରାଯାଇଛି) ୨୦୨୨-୨୩ ମସିହାରେ ୦.୬୧ ଥିଲା । ଆଲୋଚିତ ପ୍ରସଙ୍ଗ ନିମନ୍ତେ ଅନ୍ୟ ୩୭ଗୋଟି ଓଇସିଡି ରାଷ୍ଟ୍ରଙ୍କ ମଧ୍ୟରେ ଏହା ଭାରତକୁ ପ୍ରଥମ ଏକ-ତୃତୀୟାଂଶ ସ୍ଥାନରେ ଅବସ୍ଥାପନ କରିଛି ।

ଡାଟା ସମ୍ପର୍କିତ ଏକ ପ୍ରଶ୍ନ: ଏହା ସ୍ୱୀକାର୍ଯ୍ୟ ଯେ ମାସିକ ଆଧାରରେ ଜାରି କରାଯାଉଥିବା ରାଜସ୍ୱ ହିସାବରେ ମୋଟ୍‌ ସଂଗୃହୀତ ପରିମାଣ ପ୍ରଦର୍ଶିତ ହୋଇଥାଏ । ନିଟ୍‌ ହିସାବ କେବଳ ୨୦୨୪ ମସିହା ଫେବ୍ରୁଆରୀ ମାସଠାରୁ ହିଁ ପ୍ରକାଶ ପାଇଆସୁଛି । ତେବେ, ଜିଏସଟି ବ୍ୟବସ୍ଥା ପ୍ରବର୍ତ୍ତନ ହେବା ଦିନଠାରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ବାର୍ଷିକ ପରିସଂଖ୍ୟାନ ରିପୋର୍ଟକୁ ପବ୍ଲିକ୍‌ ଡୋମେନ୍‌ରେ ପ୍ରକାଶ ଏବଂ ଉପସ୍ଥାପନ କରାଯାଉଛି । ଏହି ରିପୋର୍ଟମାନଙ୍କରେ ରପ୍ତାନି ଯୋଗୁଁ ଜିଏସଟି ଫେରସ୍ତ ସମ୍ପର୍କିତ ମାସୱାରୀ ବିସ୍ତୃତ ବିବରଣୀ ପ୍ରକାଶ କରାଯାଇ ଆସୁଛି । ତେଣୁ ଫେରସ୍ତ ଡାଟା ସମ୍ପର୍କିତ ଜନସାଧାରଣ ତନଖି, ଯଦିଚ ହ୍ରାସ ପାଇଛି, ତଥାପି ତାହା ଅବଶ୍ୟ ରହିଛି । 

ଏବେ ଆମେ ପ୍ରକଥନ, ଯାହାର କି କିଛି ଆଧାର ନାହିଁ, ଯେ କେନ୍ଦ୍ର ଦ୍ୱାରା ଜିଏସଟି ପରିଷଦ ଉପରେ ପ୍ରଭାବ ବିସ୍ତାର କରାଯାଉଛି ତାହା ଉପରେ ଆଲୋକପାତ କରିବା । ଜିଏସଟି ବ୍ୟବସ୍ଥା ପ୍ରବର୍ତ୍ତନ ହେବା ସହିତ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ନୂତନ ଟିକସ ପ୍ରଶାସନ ଏବଂ ବିଶେଷକରି ନୀତି ନିର୍ଦ୍ଧାରଣ, ଟିକସ ହାର ସ୍ଥିରୀକରଣ, ଆଇନ/ନିୟମାବଳୀ ପ୍ରସ୍ତୁତି, ଅନୁପାଳନରେ ସମନ୍ୱୟ ରକ୍ଷା ଆଦି ପ୍ରସଙ୍ଗରେ ସେମାନଙ୍କର ସ୍ୱାୟତ୍ତତାକୁ ଏକତ୍ର କରିଛନ୍ତି । ବେଳେବେଳେ ଏହାକୁ ରାଜ୍ୟ ସରକାରମାନଙ୍କ କ୍ଷମତା ସଂକୋଚନ ଦୃଷ୍ଟିରେ ଦେଖାଯାଇଥାଏ । ତେବେ ଏହା କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ କ୍ଷମତାର ‘ସଂକୋଚନ' ବୋଲି ମଧ୍ୟ ସମାନ ଭାବରେ ପ୍ରଯୁଜ୍ୟ । 

ଜିଏସଟି ପରିଷଦକୁ ଏହାର କମିଟିମାନ ସମର୍ଥନ ଯୋଗାଇଥାନ୍ତି ଏବଂ ବିଭିନ୍ନ ଜଟିଳ ପ୍ରସଙ୍ଗ ଉପରେ ତର୍ଜମା କରିଥାନ୍ତି ଏବଂ ଏହି ପ୍ରକ୍ରିୟାରେ ସେମାନେ ସେମାନେ ସୁପାରିସ ପର୍ଯ୍ୟାୟରେ ପହଞ୍ଚିଥାନ୍ତି, ଯାହାକି ଟିକସ ଢାଞ୍ଚା ହାର ସ୍ଥିର ରଖିବା ଏବଂ ଆଇନ ପ୍ରବର୍ତ୍ତନ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହୋଇଥାଏ ।

ଏହା ସହଭାଗୀ ସଂଘୀୟ ବ୍ୟବସ୍ଥା ଅନୁପାଳନର ଏକ ଉଦାହରଣ ଏବଂ କେବଳ ଗୋଟିଏ ସର୍ତ୍ତକୁ ଛାଡ଼ି ଜିଏସଟି ପରିଷଦର ଅନ୍ୟ ସମସ୍ତ ନିଷ୍ପତ୍ତି ସହମତି ଆଧାରରେ ହିଁ ନିଆଯାଇଛି । ଅଧିକନ୍ତୁ, ପରିଷଦର ସମସ୍ତ ନିଷ୍ପତ୍ତି ଯାହାକି ବ୍ୟବସ୍ଥାରେ ଥିବା ଦୋଷ ଦୁର୍ବଳତାକୁ ରୋକିବା କିମ୍ବା ରିହାତିର ସୁସଙ୍ଗତିକରଣରୁ କେନ୍ଦ୍ର ଓ ରାଜ୍ୟମାନଙ୍କୁ ସମାନ ଭାବରେ ଉପକୃତ କରାଇବା ନିମନ୍ତେ ଅନୁପାଳନର ଉନ୍ନତିକରଣ ନିମନ୍ତେ ଉଦ୍ଦିଷ୍ଟ ।

ଉପରୋକ୍ତ ଆଲୋଚନାରୁ ତିନିଗୋଟି କଥା ମୁଖ୍ୟତଃ ଜଣାପଡ଼େ- ପ୍ରଥମତଃ, ଜିଏସଟି ସଂଗ୍ରହର ସକ୍ରିୟତା ସୁସ୍ପଷ୍ଟ, ସୁସଙ୍ଗତ ଓ ସିଦ୍ଧାନ୍ତ ଉପରେ ଆଧାରିତ ଏବଂ ତାହା ପ୍ରଥମତଃ ଅନ୍ତର୍ଜିତ କାରଣ ଉପରେ ଆଧାରିତ । ଯେତେବେଳେ ଆମେ ଟିକସ ଫେରସ୍ତ ପରେ ନିଟ୍‌ ସଂଗ୍ରହ ଉପରେ ଦୃଷ୍ଟିପାତ କରେ ସେତେବେଳେ ସୁଦ୍ଧା ଏହା କାଏମ ରହିଥାଏ । ଦ୍ୱିତୀୟତଃ, ଆମର ଟିକସ ହାର ତଥା ଆମର ସଂଗ୍ରହ ସକ୍ରିୟତାର ତୁଳନା ବିଶ୍ୱର ଅବଶିଷ୍ଟ ରାଷ୍ଟ୍ରଙ୍କ ସହ ଅନୁକୂଳ । ତୃତୀୟତଃ, ଜିଏସଟି ରାଜସ୍ୱ ବୃଦ୍ଧିକୁ ନିରବଚ୍ଛିନ୍ନ ଭାବରେ ସହାୟକ ହୋଇଛି, ଏପରିକି ସ୍ୱଳ୍ପ ଟିକସ ହାର ଏବଂ ବାହ୍ୟ ପ୍ରତିକୂଳ ପ୍ରଭାବ ସତ୍ତେ୍ୱ ତାହା ଅପରିବର୍ତ୍ତିତ ରହିଛି ।

ଜିଏସଟି ଯେତେବେଳେ ତା'ର ପରବର୍ତ୍ତୀ ବିକାଶ ପର୍ଯ୍ୟାୟକୁ ପ୍ରବେଶ କରୁଛି, ଆହୁରି ଅନେକ କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନ ଆବଶ୍ୟକ । ସେଗୁଡ଼ିକ ମଧ୍ୟରେ ଟିକସ ଢାଞ୍ଚାର ସରଳୀକରଣ, ଜିଏସଟି ତଥା ପ୍ରଶାସନିକ ପ୍ରସଙ୍ଗରୁ ବାଦ୍‌ ପଡ଼ିଥିବା ପ୍ରସଙ୍ଗଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି । ତେବେ ଜିଏସଟି ତା'ର ସଫଳତାର ସାତବର୍ଷ ପୂରଣ କରିବା ଅବସରରେ ଆମ ନିକଟରେ ଏହାକୁ ନେଇ ସନ୍ତୋଷ ବ୍ୟକ୍ତ କରିବାର ପର୍ଯ୍ୟାପ୍ତ କାରଣ ରହିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.