ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ସାଇବର ଥାନା ପାଇଁ ୯୮୭ଟି ନୂଆ ପଦବି ସୃଷ୍ଟି, ୧୭୦ ବିଶେଷଜ୍ଞଙ୍କୁ ଆଉଟସୋର୍ସିଂରେ ନିଯୁକ୍ତିକୁ ଅନୁମତି

Published By : Prameya | April 17, 2025 10:37 AM

ଭୁବନେଶ୍ୱର,୧୭/୦୪: ଦିନକୁ ଦିନ ସାଇବର ଅପରାଧୀମାନେ ଅଧିକରୁ ଅଧିକ ସକ୍ରିୟ ହେଉଛନ୍ତି ।  ଲୋକମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଆଖି ପିଛୁଳାକେ  ଉଡିଯାଉଛି । ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଓ  ଅର୍ଥନୀତିକ ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ  ସାଇବର ଥାନା ବୃଦ୍ଧି ସହ ୯୮୭ଟି ନୂତନ ପଦବି ସୃଷ୍ଟିକୁ  ଅନୁମୋଦନ ମିଳିଛି । ଖାଲି ସେତିକି ନୁହେଁ ୧୭୦ଜଣ ବିଶେଷଜ୍ଞଙ୍କୁ  ଆଉଟସୋର୍ସିଂରେ  ନିଯୁକ୍ତି ଦେବାକୁ  ମଧ୍ୟ ସରକାର  ଅନୁମତି ଦେଇଛନ୍ତି ।  ବର୍ତ୍ତମାନ ରାଜ୍ୟରେ  ୧୪ଟି ସାଇବର ଥାନା ରହିଛି । ୧୬୮ଜଣ କର୍ମଚାରୀଙ୍କୁ  ନେଇ ଉକ୍ତ ସାଇବର ଥାନାଗୁଡ଼ିକ ଚାଲୁଛି । 

ଖୁବ୍‌ ଶୀଘ୍ର  ରାଜ୍ୟରେ ଆଉ ୨୦ଟି ସାଇବର ଥାନା ଖୋଲିବ । ଉକ୍ତ  ୨୦ଟି ଥାନା ପାଇଁ ୯୮୭ଟି ନୂତନ ପଦବି ସୃଷ୍ଟି ହୋଇଛି ।  ବିଭିନ୍ନ ପାହ୍ୟାର ୯୮୭ଟି ଅତିରିକ୍ତ ପଦବିକୁ ମଞ୍ଜୁରି  ଫଳରେ ମୋଟ୍‌ ଅନୁମୋଦିତ ପଦବି ସଂଖ୍ୟା ୧୧୨୭କୁ  ବୃଦ୍ଧି ପାଇଛି । ଏହା ବ୍ୟତୀତ ୧୭୦ଜଣ ବିଶେଷଜ୍ଞଙ୍କୁ ମଧ୍ୟ  ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ସରକାର ଅନୁମତି  ଦେଇଛନ୍ତି । 

ଏଥିରେ ୬୮ଜଣ ଆଇଟି ବିଶେଷଜ୍ଞ,  ୪୮ଜଣ ସାଇବର ଫରେନ୍ସିକ ବିଶେଷଜ୍ଞ ଓ ୪୮ଟି  ଅର୍ଥନୀତିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ୨୦୨୧ରୁ  ଏହି କର୍ମଚାରୀ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ଗୃହ ବିଭାଗରେ  ପଡ଼ି ରହିଥିଲା । ସାଢ଼େ ୫ବର୍ଷ ପରେ ମୋହନ ମାଝୀଙ୍କ  ସରକାରଙ୍କ ଅନୁମୋଦନ ଲାଭ କରିଛି  । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.