ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଲମୀରା ଭାଙ୍ଗି ସୁନା ଅଳଙ୍କାର, ନଗଦ ଟଙ୍କା ଓ କାଗଜପତ୍ର ଲୁଟିନେଲେ ଦୁର୍ବୃତ୍ତ

ଉଦଳା,୧୫/୦୭: ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ । କପ୍ତିପଦା ଥାନା ଝିଙ୍କପଦା ଗ୍ରାମର କାର୍ତିକେଶ୍ୱର ସାହୁଙ୍କ ଘରେ ହୋଇଛି ଏଭଳି ଘଟଣା ।ନିଜ ପୁଅ ଘରକୁ ଯାଇଥିବା ବେଳେ ଆଲମୀରା ଭାଙ୍ଗି ଲୁଟିନେଲେ ସୁନା ଅଳଙ୍କାର, ନଗଦ ଟଙ୍କା ସହ କାଗଜପତ୍ର ।

ସୂଚନା ଅନୁଯାୟୀ, କାର୍ତିକେଶ୍ୱର ସାହୁ ତାଙ୍କ ସ୍ତ୍ରୀଙ୍କ ସହ ଭୁବନେଶ୍ୱର ନିଜ ପୁଅ ଘରକୁ ଯାଇଥିଲେ । ରବିବାର ତାଙ୍କ ପୁତୁରା କାର୍ତ୍ତିକେଶ୍ୱରଙ୍କ ଘର ନିକଟକୁ ଆସିଥଲେ । ଘରର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । କାର୍ତ୍ତିକେଶ୍ୱରଙ୍କୁ ଏ ବିଷୟରେ ଜଣାଇବା ପରେ ସେ ରାତିରେ ଆସି ଘରେ ପହଞ୍ଚିଥିଲେ । ଘରର କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘରୁ ଚୋରି ହେବା କଥା ଜାଣି କପ୍ତିପଦା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ଘରୁ ସୁନା ଅଳଙ୍କାର, ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଥିବା ଜଣାପଡିଛି । ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିବା ପରେ, ସମୁଦାୟ କେତେ ଟଙ୍କାର ଲୁଟ୍ ହୋଇଛି ତାହା ଜଣାପଡିବ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.