ଭୁବନେଶ୍ବର, ୨୬/୧୧ : ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏଥିପାଇଁ ମୋଟ ୧୨,୧୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । RTEଅଧିନିୟମ ଅଧୀନରେ ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କ ସପକ୍ଷରେ ଶଶିୁ ପିଛା ଖର୍ଚ୍ଚ ଭରଣା ପାଇଁ ୩୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ବାବଦକୁ ୫୦୨କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦କୋଟି ଟଙ୍କା ଏବଂ PM-SHRIପାଇଁ ୧୨୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ସେହିଭଳି New India Literacy କାର୍ଯ୍ୟକ୍ରମ ପାଇଁ ୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୩୯କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ବିଶ୍ୱ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୬୦କୋଟି ଟଙ୍କା ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହା ବିଦ୍ୟାଳୟ ପାଇଁ ୧୩୨କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। Tata Technology Limited ସହ ମିଳିତ ସହଯୋଗରେ ୨୨ଟି ITIରେ Centre Of Excellence ପ୍ରତିଷ୍ଠା ପାଇଁ ୧୩୦କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(OSDA) ପାଇଁ ୧୦କୋଟି ଟଙ୍କା ଏବଂ ADB ସହାୟତାରେ ଓଡିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୬୧ କୋଟି ଟଙ୍କା ବୟବସ୍ଥା କରାଯାଇଛି । ITIର ଭିତ୍ତିଭୂମି ବିକାଶ ପାଇଁ ୩୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।