ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଟିମ୍ ଇଣ୍ଡିଆର ହେଡ୍‌ କୋଚ୍‌ ହେବାକୁ ରାଜି ହେଲେ ଗୌତମ ଗମ୍ଭୀର, ସସପେନ୍ସ ପରେ ଭାଙ୍ଗିଲେ ନିରବତା

ଦୁବାଇ – ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ର ଦୌଡ଼ରେ ସବୁଠୁ ଆଗରେ ଥିବାର ଅଟକଳ ମଧ୍ୟରେ ପୂର୍ବତନ ବ୍ୟାଟର ଗମ୍ଭୀର ଶନିବାର କହିଛନ୍ତି , ସେ ଜାତୀୟ ଟିମ୍‌କୁ କୋଚିଂ ଦେବା ପସନ୍ଦ କରିବେ। ଗମ୍ଭୀର ନିକଟରେ କୋଲକାତା ନାଇଟ୍‌ ରାଇଡର୍ସକୁ ୩ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଟାଇଟଲ ଦେଇଛନ୍ତି ଏବଂ ତାଙ୍କୁ ରାହୁଲ ଦ୍ରାବିଡଙ୍କ ଯୋଗ୍ୟ ଉତ୍ତରାଧିକାରୀ ଭାବେ ଦେଖା ଯାଉଛି। ଦ୍ରାବିଡ୍‌ଙ୍କ ଅନୁବନ୍ଧିତ ଟି-୨୦ ବିଶ୍ୱକପ୍‌ ପରେ ଶେଷ ହେଉଛି। ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ୨୭ ମେ' ଥିଲା। କିନ୍ତୁ ଏବେସୁଦ୍ଧା ସ୍ପଷ୍ଟ ନାହିଁ କି, ଗମ୍ଭୀର ଏଥିପାଇଁ ଆବେଦନ ଭରିଛନ୍ତି ନା ନାହିଁ।

ଆବୁଧାବୀରେ ଏକ କାର୍ଯ୍ୟକ୍ରମରେ ଗମ୍ଭୀର (୪୨ ବର୍ଷ ବୟସ) କହିଛନ୍ତି , ମୁଁ ଭାରତୀୟ ଟିମ୍‌କୁ କୋଚିଂ ଦେବା ପସନ୍ଦ କରିବି। ନିଜର ଜାତୀୟ ଟିମ୍‌କୁ କୋଚିଂ ଦେବାରେ ଆଉ କୌଣସି ବଡ଼ ସମ୍ମାନ ନାହିଁ। ଆପଣ ୧୪୦ କୋଟି ଭାରତୀୟ ଓ ସାରା ଦୁନିଆର ଲୋକଙ୍କ ପ୍ରତିନିଧିତ୍ୱ କରିବେ। ଚଳିତ ସପ୍ତାହର ଆରମ୍ଭରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମୁଖ୍ୟ କୋଚ୍‌ର ଭୂମିକା ପାଇଁ ଗମ୍ଭୀରଙ୍କୁ ସମର୍ଥନ କରି କହିଥିଲେ କି ,ଏଥିପାଇଁ ସେ ଜଣେ ଭଲ ପ୍ରାର୍ଥୀ।

ଗମ୍ଭୀର ଆବୁଧାବୀର ମେଡୋର ହସ୍ପିଟାଲରେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରୁଥିଲେ। ସେତେବେଳେ ଜଣେ ତାଙ୍କୁ ଭାରତୀୟ କ୍ରିକେଟ୍‌ ଟିମ୍‌କୁ କୋଚିଂ ଦେବା ଓ ନିଜର ଅନୁଭବରେ ୱାର୍ଲ୍ଡ କପ୍‌ ଜିତିବାରେ ସାହାଯ୍ୟ କରିବା ବିଷୟରେ ପଚାରିବାରୁ , ଗମ୍ଭୀର ଜବାବ ଦେଇଥିଲେ, ମୁଁ ଏବେସୁଦ୍ଧା ଏହି ପ୍ରଶ୍ନର ଜବାବ ଦେଇ ନାହିଁ , ହେଲେ ବହୁତ ଲୋକ ମୋତେ ଏହି ବିଷୟରେ ପଚାରିଛନ୍ତି। କିନ୍ତୁ ଏବେ ମୋତେ ଆପଣଙ୍କୁ ଜବାବ ଦେବାକୁ ହେବ। 

ଗମ୍ଭୀର କହିଛନ୍ତି, ଭାରତକୁ ୱାର୍ଲ୍ଡ କପ୍‌ ଜିତିବାରେ ୧୪୦ କୋଟି ଭାରତୀୟ ସାହାଯ୍ୟ କରିବେ। ଯଦି ସମସ୍ତେ ଆମ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରି ଦେବେ ତଥା ଆମେ ତାଙ୍କର ପ୍ରତିନିଧିତ୍ୱ କରିବା ଓ ଖେଳିବା ଆରମ୍ଭ କରିଦେବା ତ ଭାରତ ୱାର୍ଲ୍ଡ କପ୍‌ ଜିତି ଯିବ। ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ନିର୍ଭିକ ହେବା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.