ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସମ୍ବଲପୁରରେ ୫୦ ଲକ୍ଷର ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

ସମ୍ବଲପୁର, ୧୪।୭: ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗକୁ ବଡ଼ ସଫଳତା । ବାହାର ରାଜ୍ୟକୁ ଏକ କଣ୍ଟେନର ଟ୍ରକରେ ଚୋରା ଚାଲାଣ ହେଉଥିବା ୫ କୁଇଣ୍ଟାଲ ବେଆଇନ ଗଞ୍ଜେଇକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଗୁଇନ୍ଦା ଅବକାରୀ ବିଭାଗ । ସୂଚନା ଅନୁସାରେ, ରବିବାର ଗୁଇନ୍ଦା ଅବାକରୀ ବିଭାଗର ଏକ ଟିମ୍ ନିତିଦିନ ପରି ପାଟ୍ରୋଲିଙ୍ଗ କରୁଥିଲେ । 

ସେହି ସମୟରେ ବରଗଡ଼ ପଟରୁ ୟୁପି ନମ୍ବର ବିଶିଷ୍ଟ ଏକ କଣ୍ଟେନର ଟ୍ରକଟି ଆସୁଥିବା ଦେଖି ସନ୍ଦେହରେ ଅଇଁଠାପାଲି ଛକରେ କଣ୍ଟେନରକୁ ଅଟକାଇ ଯାଞ୍ଚ କରିଥିଲା ଗୁଇନ୍ଦା ଅବକାରୀ ବିଭାଗ । ଯାଞ୍ଚ ବେଳେ ସେହି କଣ୍ଟେନର ଟ୍ରକରୁ ସିକ୍ରେଟ୍ ଚାମ୍ବରରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା । ଏଥିସହ କଣ୍ଟେନରର ଡ୍ରାଇଭର ଥିବା ଉତ୍ତରପ୍ରଦେଶ ରାଜ୍ୟର ୟୋଗେଶ କୁମାର ନାମକ ଜଣେ ଅଭିଯୁକ୍ତକୁ ଏହି ଘଟଣାରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏହି ଗଞ୍ଜେଇ ବରଗଡ଼ ଜିଲ୍ଲାରୁ ଉତ୍ତରପ୍ରଦେଶ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜେଇ ସହ କଣ୍ଟେନର ଟ୍ରକର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ହେବ ବୋଲି ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.