ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପୁଣି ଗିରଫ ଟୁଙ୍ଗୁରୁ ଭୋଳ, ୱେଲ୍ଡିଂ ମେସିନ୍ ଓ କଟର ଚୋରି ଅଭିଯୋଗ

ଭୁବନେଶ୍ବର,୧୬/୧୦ : ପୁଣି ଗିରଫ ହେଲା ଟୁଙ୍ଗୁରୁ ଭୋଳ। ୱେଲ୍ଡିଂ ମେସିନ୍ ଓ କଟର ଚୋରି କରି ଗିରଫ ହେଲା ଟୁଙ୍ଗୁରୁ ଭୋଳ। ଅଟୋରେ ଚୋରି କରି ଯାଉଥିବା ବେଳେ ଗୋଡେଇ ଗୋଡେଇ ଧରିଲା ପିସିଆର୍ ଭ୍ୟାନ। ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ୍।

ସ୍ଥାନୀୟ ଭରତପୁର ଥାନା ଅନ୍ତର୍ଗତ ଆଇଗିଣିଆ ପାଖରେ ଥିବା ଏକ ଘରେ ୱେଲ୍ଡିଂ କାମ ହେଉଥିବା ବେଳେ ସେଠାରୁ ୱେଲ୍ଡିଂ ମେସିନ୍, କଟର ଏବଂ କେବୁଲ୍ ଚୋରି କରି ଫେରାର ହୋଇଯାଇଥିଲେ ଟୁଙ୍ଗୁରୁ ଏବଂ ତାହାର ସହଯୋଗୀ। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପିସିଆର୍ ଭ୍ୟାନ ଚାରିଆଡ଼େ ଖୋଜାଖୋଜି କରିବା ସହ ଗୋଡ଼େଇ ଗୋଡ଼େଇ ଟୁଙ୍ଗୁରୁକୁ କାବୁ କରିଥିବାବେଳେ ତାର ସହଯୋଗୀମାନେ ଫେରାର ହୋଇଯାଇଥିଲେ। ଏ ନେଇ ଗ୍ୟାରେଜ ମାଲିକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିବାବେଳେ ଘଟଣାରେ ବ୍ୟବହୃତ ଅଟୋ ଓ ଚୋରି ଜିନିଷ ଜବତ ସହ ଟୁଙ୍ଗୁରୁ ଭୋଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.