ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଯଶିପୁରରେ ଗଞ୍ଜେଇ ମାଫିଆଙ୍କ ଉତ୍ପାତ, ୨ଟି ଗାଡି ସହ ୧ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

କରଞ୍ଜିଆ,୨୧/୦୭: ଆକ୍ସନ ମୋଡରେ ଯଶିପୁର ପୋଲିସ । ମିଳିଲା ବଡ଼ ସଫଳତା । କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଫିଆଙ୍କୁ ଗୋଡେଇ ଗୋଡେଇ ଧରିଛି ପୋଲିସ । ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ, ୩ ଗଞ୍ଜେଇ ମାଫିଆ ଗିରଫ ।

ସୂଚନ ଅନୁଯାୟୀ, ଯଶିପୁରରେ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲାଣ । କିଛି ଦିନ ତଳେ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଏବେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଛି ପୋଲିସ । ରବିବାର ସକାଳୁ କଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ । ୪୯ ନଂ ଜାତୀୟ ରାଜପଥ କଡ଼ରେ ଯଶିପୁର ପୋଲିସ ଛକି ବସିଥିଲା । ହଠାତ୍ ପୋଲିସ୍ କୁ ଦେଖି ମାଫିଆ ମାନେ ଗାଡ଼ି ବୁଲାଇ ଯଶିପୁର ଥାନା ଅଙ୍ଗାରପଦା ଗାଆଁ ରାସ୍ତାରେ ପଶିଯାଇ ଫେରାର ହେବାକୁ ଉଦ୍ୟମ କରିଥିଲେ । ଯଶିପୁର ପୋଲିସ ଗୋଡ଼େଇ ଗୋଡ଼େଇ ସେମାନଙ୍କୁ ମସିଣାବିଲା ଗାଁ ମୁଣ୍ଡରେ ଧରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୨ଟି ଗାଡ଼ି ଓ ୧ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ । ତେବେ ପୋଲିସ ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତ ମାନେ ମାଣିଆବନ୍ଧ ଥାନା ଅଞ୍ଚଳର ଅଭୟ ରାଉତ, ସିଦ୍ଧେଶ୍ଵର ସାହୁ ଓ ନିରାକାର ସାହୁ ବୋଲି ଜଣା ପଡିଛି । ଏ ନେଇ ଯଶିପୁର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.