ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସମ୍ବଲପୁରରୁ ଡକାୟତ ଗ୍ୟାଙ୍ଗ୍ ଗିରଫ, ଲକ୍ଷାଧିକ ଟଙ୍କା ସହ ସୁନାରୂପା ଏବଂ ଗାଡି ଜବତ

ସମ୍ବଲପୁର, ୨୪/୦୭: ଆକ୍ସନ ମୋଡ୍‌ରେ ସମ୍ବଲପୁର ପୋଲିସ । ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍ ଗିରଫ l ସମ୍ବଲପୁରର ବିଭିନ୍ନ ରାଇସ୍ ମିଲରୁ ଲୁଟ୍ କରୁଥିଲେ ଏହି ଦଳ । ୧୦ ଜଣ ଡକାୟତଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା, ସୁନା, ରୂପା ଏବଂ ଗାଡି ଜବତ କରିଛି ପୋଲିସ।

ସୂଚନା ଅନୁଯାୟୀ, ସମ୍ବଲପୁରରେ ବଢି ଚାଲିଛି ଡକାୟତଙ୍କ ଦୌରାତ୍ମ୍ୟ। ଜୁଲାଇ ୧୬ ତାରିଖରେ ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧରେ ଏକ ରାଇସ୍ ମିଲରେ ଡକାୟତି ହୋଇଥିଲା। ଡକାୟତମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ସମ୍ବଲପୁର ପୋଲିସ । ଏହି ଡକାୟତମାନେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ ୧୪ଟି ଡକାୟତି କରି ସାରିଥିଲେ l ପୋଲିସର ସ୍ୱତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗ୍‌କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା l ବିଭିନ୍ନ ରାଇସ୍ ମିଲର ସିସିଟିଭି ଯାଞ୍ଚ୍ କରିଥିଲା ପୋଲିସ। ଏହି ଡକାୟତମାନେ ଆଉ ଏକ ଡକାୟତି ଯୋଜନା କରୁଥିବା ଖବର ପାଇ ମୁଣ୍ଡଘଟ ନିକଟରେ ପୋଲିସ ସେମାନଙ୍କୁ ଧରିଥିଲା। ଏହି ଘଟଣାରେ ୧୦ଜଣ ଡକାୟତ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୪୮୦ ଗ୍ରାମ ସୁନା, ୧୬୫ ଗ୍ରାମ ରୁପା ଅଳଙ୍କାର, ୫ ଲକ୍ଷ ୧୨ ହଜ଼ାର ଟଙ୍କା, ୧୧ ମୋବାଇଲ, ୫ ବାଇକ୍ ସହ ଦୁଇ ବୋଲେରୋ ଓ ଗୋଟିଏ ଟ୍ରାକ୍ଟର ଜବତ କରିଛି ବୁର୍ଲା ପୋଲିସ । ବଲାଙ୍ଗୀର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜ଼ିଲ୍ଲାରେ ମଧ୍ୟ ଏମାନେ ଅପରାଧ କରିଥିବା ପୋଲିସ କହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.