ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଗମ୍ଭାରୀଗୁଡା କ୍ରିକେଟ ଟୁର୍ନାମେଣ୍ଟ, ସେନମୁଣ୍ଡା ଚାମ୍ପିୟନ

Published By : Prameya | December 31, 2024 9:40 PM

ଚନ୍ଦାହାଣ୍ଡି, ୩୧।୧୨ : ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ  ଗମ୍ଭାରୀଗୁଡା ସରସ୍ବତୀ କଳା କୁଞ୍ଜ ଆନୁକୂଲ୍ୟରେ ଚାଲିଥିବା ସପ୍ତମ ୟଙ୍ଗ ଷ୍ଟାର କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ ଶ୍ରୀ ରାମ ଏକାଦଶ ସେନମୁଣ୍ଡା ଏବଂ ଶ୍ରୀ ଜଗନ୍ନାଥ ହାଇ ସ୍କୁଲ ଗାମ୍ଭାରିଗୁଡ଼ା ମଧ୍ୟରେ ଖେଳାଯାଇଥିଲା । ୧୨ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ  ପ୍ରଥମେ    ବ୍ୟାଟିଙ୍ଗ କରି ପବିତ୍ର ଙ୍କ ଅର୍ଦ୍ଧ ଶତକ ବଳରେ ୧୫୮  ରନ କରିଥିଲେ ।  ୧୫୯  ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା   ଦଳ ୧୫୨ ରନ୍ କରି ବିଜୟ ଠାରୁ ୬ ରନ ଦୂରରେ ରହି ଯାଇଥିଲା। ଯାହା ଫଳରେ ସେନମୁଣ୍ଡା  ଚାମ୍ପିୟାନ ହୋଇଥିଲା। 

ସୌରୀ ରଞ୍ଜନ ସାହୁଙ୍କ  ପରିଚାଳନାରେ ଆୟୋଯିତ ପୁରସ୍କାର ବିତରଣି ଉତ୍ସବରେ ମୂଖ୍ୟ ଅତିଥି ଭାବେ ରମେଶ ଚନ୍ଦ୍ର ମାଝୀ,ସମ୍ମାନୀତ ଅତିଥି ଭାବେ ସରପଞ୍ଚ ମଥୁରା ପୂଜାରୀ , ସମିତି ସଭ୍ୟା ଗୌରୀ ନେଙ୍ଗି, ଭାତରବେହଲି ସରପଞ୍ଚ ବିଦ୍ୟା ଚରଣ ନେତାମ  ନାଏବ ସରପଞ୍ଚ ନନ୍ଦ ଜାଲ, ଡିଜେନ୍ଦ୍ର ସାହୁ, ପ୍ରଦୀପ କୁମାର ପତି, କାଶୀନାଥ ସାହୁ , ମୋତିଲାଳ ସାହୁ , ଭଗବାନ ପ୍ରମୁଖ ଯୋଗ ଦେଇଥିଲେ । ଚାମ୍ପିୟାନ  ଦଳ କୁ  ୨୦ ହଜାର ଟଙ୍କା  ଓ ଟ୍ରଫି ଏବଂ ଉପ ବିଜେତା   ଦଳକୁ ୧୫ ହଜାର ଟଙ୍କା ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ ।   ଫାଇନାଲ ମ୍ୟାଚରେ ସର୍ବାଧିକ ରନ କରିଥିବା ଫାଲଗୁନୀ  ଚିଲଗୁନକୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଗୋଟିଏ ମୋବାଇଲ ଏବଂ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ  ଚଳିତ ସିରିଜରେ ଅଲରାଉଣ୍ଡର ପ୍ରଦର୍ଶନ କରୁଥିବା ଲିଙ୍ଗ ଚୌହାନ ଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ଏକ ସ୍ମାର୍ଟ ଘଡି ଓ ଟ୍ରଫି  ପ୍ରଦାନ କରାଯାଇଥିଲା । ବେଷ୍ଟ ସିକ୍ସର ଭାବେ ରତ୍ନାକର ସାହୁ  ,ବେଷ୍ଟ ଫିଲ୍ଡର ବିଜୁ ,ବେଷ୍ଟ ବୋଲର ଧନେଶ ବର୍ମା କୁ ପରୁସ୍କୃତ କରାଯାଇଥିଲା ।  ଆଜିର ମ୍ୟାଚ ରେ ରତ୍ନାକର ଏବଂ ଦିଲେଶ୍ୱର୍ ସାହୁ ଅମ୍ପାୟର , ଗୋସିଂଙ୍ଗ ପ୍ରଧାନ ଓ କ୍ଷେତ୍ର ମୋହନ ଧାରାବିବରଣୀ  ପ୍ରଦାନ କରିଥିଲେ ।  ସ୍କୋରର ପଞ୍ଚା ଗୌଡ, ପୁରୁନ୍ଦର୍ ସାହୁ  ଅନଲାଇନ ସ୍କୋରର ଭାବେ ଦାୟିତ୍ଵ ତୁଲାଇ ଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.