ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଦିଲ୍ଲୀ-ଏନସିଆରରେ ପୁରୁଣା ଗାଡିକୁ କରାଯିବ ଜବତ, CAQM ବୈଠକରେ ବଡ଼ ନିଷ୍ପତ୍ତି

Published By : Harapriya Biswal | July 8, 2025 8:08 PM

ନୂଆଦିଲ୍ଲୀ,୮।୭: ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଖରାପ ଖବର ।  ଏବେ ନଭେମ୍ବର ୧ ରୁ ଦିଲ୍ଲୀ ଏବଂ NCRର ୫ ଟି ଜିଲ୍ଲାରେ ପୁରୁଣା ଗାଡ଼ି ଜବତ କରାଯିବ। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍, ଏବେ ଯଦି ଆପଣ ୧ ନଭେମ୍ବର ରୁ ପୁରୁଣା ଗାଡ଼ି ସହିତ NCR ରେ ପ୍ରବେଶ କରନ୍ତି, ତେବେ ଗାଡ଼ି ଜବତ କରାଯିବ। ପୁରୁଣା ଗାଡ଼ିରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଅନ୍ତର୍ଭୁକ୍ତ ରହିଛି।

ଦିଲ୍ଲୀ ସରକାର ଏହି ନିୟମ ୧ ଜୁଲାଇ, ୨୦୨୫ ରୁ ଲାଗୁ କରିଥିଲେ। କିନ୍ତୁ ପ୍ରବଳ ବିରୋଧ ଏବଂ ତ୍ରୁଟି ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ତଥାପି, ଦିଲ୍ଲୀ ସରକାର ପ୍ରତ୍ୟାହାର ନିଷ୍ପତ୍ତିକୁ ଅସ୍ଥାୟୀ ବୋଲି ବର୍ଣ୍ଣନା କରି କହିଥିଲେ ।  ଏହା ସହ କହିଥିଲେ ଏବେ ଏହାକୁ କେବଳ ଦିଲ୍ଲୀରେ ନୁହେଁ ବରଂ NCRରେ ମଧ୍ୟ ଲାଗୁ କରାଯିବା ଉଚିତ। 

ଅର୍ଥାତ୍ ପୁରୁଣା ଯାନଗୁଡ଼ିକ ୩୧ ଅକ୍ଟୋବର ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ପାଇପାରିବେ। ମଙ୍ଗଳବାର  CAQM ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ପହିଲାରୁ  ପୁରୁଣା ଯାନଗୁଡ଼ିକୁ ଡିଜେଲ ଏବଂ ପେଟ୍ରୋଲ ଦେବା ଉପରେ କଟକଣା ଦିଲ୍ଲୀ ସହିତ ଗାଜିଆବାଦ, ଗୌତମ ବୁଦ୍ଧ ନଗର (ନୋଏଡା), ଗୁରୁଗ୍ରାମ ଏବଂ ସୋନିପତ ଭଳି NCR ର ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକରେ ଲାଗୁ ହେବ।ସୁତ୍ରର ସୂଚନା ଅନୁସାରେ, ଏବେ ଯେଉଁ ଚ୍ୟାଲେଞ୍ଜ ଆସୁଛି ତାକୁ ଦୂର କରିବା ପାଇଁ କିଛି ସମୟ ନିଆଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.