ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଏଫଏସଏସଏଆଇ’ର ବିକାଶ ଯାତ୍ରା

ଭୁବନେଶ୍ୱର: ଏନଡିଏ ସରକାର ଅମଳରେ ଦ୍ୱିତୀୟ ଥର ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଗତ ସପ୍ତାହରେ ଯେତେବେଳେ ମୁଁ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ପରିଦର୍ଶନ କଲି, ସେତେବେଳେ ୨୦୧୪ ମସିହାରେ ମୋର ସ୍ୱାସ୍ଥ୍ୟ ମନ୍ତ୍ରୀ ହେବାର ସ୍ମୃତି ମନକୁ ଆସିଲା । ସେତେବେଳେ ଏପରି ସମୟ ଥିଲା ଯେତେବେଳେ (FSSAI) ନିଜେ ଦେଶର ଖାଦ୍ୟ ସୁରକ୍ଷା ନିୟାମକ ଭାବରେ ନିଜକୁ ପ୍ରତିଷ୍ଠା କରୁଥିଲା । ସେତେବେଳେ ଏହା ଉପରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଜନସଂଖ୍ୟାବିଶିଷ୍ଟ ରାଷ୍ଟ୍ର ଲାଗି ଖାଦ୍ୟ ମାନକ ଓ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ ଥିଲା ।

୨୦୧୬ ମସିହା ଅଗଷ୍ଟ ୨୨ ତାରିଖ ଦିନ ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ (FSSAI) ୨୦୦୬ରେ ଏହାର ଏକ ଦଶନ୍ଧି ପୂରଣ ହେବା ଅବସରରେ ଯେତେବେଳେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଁ ପ୍ରଥମ ଥର ପାଇଁ ଯୋଗ ଦେଇଥିଲି, ସେତେବେଳେ (FSSAI) ଟିମ୍‌ ଏବଂ ବିଭିନ୍ନ ହିତଧାରକମାନଙ୍କ ସହିତ ସାକ୍ଷାତର ପ୍ରଥମ ସୁଯୋଗ ମୋତେ ମିଳିଥିଲା । ସେତେବେଳେ (FSSAI)ର ଦୃଷ୍ଟିକୋଣ ଖୁବ୍‌ ସ୍ପଷ୍ଟ ବୋଲି ମୋତେ ଲାଗିଥିଲା । ଏହାର ଲକ୍ଷ୍ୟ ହେଉଛି– ପ୍ରଚଳିତ ନୀତିକୁ ଅଧିକ ମଜଭୁତ କରିବା, ଉତ୍ପନ୍ନ ସକଳ ପ୍ରକାର ସମସ୍ୟାର ସମାଧାନ କରିବା ତଥା ଜନସାଧାରଣ ଓ ଖାଦ୍ୟ ବ୍ୟବସାୟ ମଧ୍ୟରେ ସାମାଜିକ ତଥା ବ୍ୟାବହାରିକ ପରିବର୍ତ୍ତନକୁ ଆଗକୁ ଆଗେଇ ନେବା । ଏହି ଆଭିମୁଖ୍ୟକୁ ‘ଇଟ୍‌ ରାଇଟ୍‌ ଇଣ୍ଡିଆ ମୁଭମେଣ୍ଟ’ ଅଧୀନରେ ସୁନ୍ଦର ଭାବରେ ଏକୀକୃତ କରାଯାଇଛି । ଏହା ମାଧ୍ୟମରେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ସକାଶେ ସୁରକ୍ଷିତ, ସୁସ୍ଥ ଏବଂ ନିରନ୍ତର ଭୋଜନ ସୁନିଶ୍ଚିତ କରିବା ନିମନ୍ତେ ଏକ ସାମଗ୍ରିକ ସମ୍ପୂର୍ଣ୍ଣ ପ୍ରଣାଳୀ ଦୃଷ୍ଟିକୋଣ ଗ୍ରହଣ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ (FSSAI) ଆମ ଦେଶର ଖାଦ୍ୟ ସୁରକ୍ଷା ପରିଦୃଶ୍ୟକୁ ଉତ୍ତମ କରିବା ସକାଶେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏକ ସୁଦୃଢ଼ ଖାଦ୍ୟ ସୁରକ୍ଷା ପାରିସ୍ଥିତିକ ବ୍ୟବସ୍ଥା କେବଳ ମଜଭୁତ ଖାଦ୍ୟ ନୀତି ଓ ମାନକଗୁଡ଼ିକୁ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ହୋଇପାରିବ । ଏହା ଖୁସିର କଥା ଯେ, (FSSAI)ର ବୈଜ୍ଞାନିକ ଗୋଷ୍ଠୀ ଏବଂ ବିଶେଷଜ୍ଞ ସମିତିଗୁଡ଼ିକ ଇତ୍ୟବସରରେ ବେଶ୍‌ ବିସ୍ତାରିତ ହୋଇଛି । ଏହା ମଧ୍ୟରେ ୮୮ଗୋଟି ସଂଗଠନ ଏବଂ ୨୮୬ଜଣ ବିଶେଷଜ୍ଞ ସାମିଲ ଅଛନ୍ତି । ଏହାଫଳରେ ବୈଶ୍ୱିକ ମାନକ ଅନୁରୂପ ମାନକ ଓ ନୀତିର ବିକାଶର ଗତିରେ ଉଲ୍ଲେଖନୀୟ ପ୍ରଗତି ହାସଲ କରାଯାଇ ପାରିଛି ।

(FSSAI)ର ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍‌ଧି ହେଉଛି, ମିଲେଟ୍‌ର ମାନକ ସୃଜନ । ଏହା ୨୦୨୩ ମସିହାରେ ବୈଶ୍ୱିକ ମିଲେଟ୍‌ (ଶ୍ରୀଅନ୍ନ) ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଏହି ମାନକ କୋଡେକ୍ସ ଏଲିମେଣ୍ଟେରିଅସ୍‌ ଆୟୋଗ ସହିତ ମିଶି ପ୍ରସ୍ତୁତ କରାଯାଇଛି । ଏହା ଅଧୀନରେ ମିଲେଟର ବୈଶ୍ୱିକ ମାନକର ବିକାଶ ଏବଂ ଭାରତକୁ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉପସ୍ଥାପନ କରାଯିବାର ମାର୍ଗ ପ୍ରଶସ୍ତ ହୋଇଛି ।

ସମସ୍ତଙ୍କ ପାଇଁ ସୁରକ୍ଷିତ ଭୋଜନ ସୁନିଶ୍ଚିତ କରିବା ସକାଶେ ନୀତି ଓ ମାନକଗୁଡ଼ିକର ବିକାଶ ସହିତ ଏହାର ପ୍ରବର୍ତ୍ତନ ଏବଂ ପରୀକ୍ଷଣ ମଧ୍ୟ ଅନୁରୂପ ଭାବରେ ଆବଶ୍ୟକ । ଗତ ଆଠବର୍ଷ ମଧ୍ୟରେ (FSSAI)ର ଖାଦ୍ୟ ପରୀକ୍ଷଣର ମୂଳ ଢାଞ୍ଚାରେ ଉଲ୍ଲେଖନୀୟ ସଂସ୍କାର ଆସିଛି । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ, କେନ୍ଦ୍ର କ୍ୟାବିନେଟ ରାଜ୍ୟ-ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାଗୁଡ଼ିକୁ ମଜଭୁତ କରିବା ସକାଶେ ୪୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । (FSSAI)ପକ୍ଷରୁ ‘ଚଳମାନ ଯାନରେ ଖାଦ୍ୟ ନିରାପତ୍ତା’ (Foof Safety on Wheels) ନାମରେ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର ଓ ଉପଲବ୍‌ଧ କରାଇ ଦୂରଦୂରାନ୍ତ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବା କାର୍ଯ୍ୟ ଆରମ୍ଭ କରାଯାଇଛି ।

ଏହିସବୁ କାର୍ଯ୍ୟକ୍ରମଗୁଡ଼ିକୁ ଉତ୍ସବ ରୂପେ ପାଳନ କରାଯିବା ଅବସରରେ ଆମକୁ ବୈଶ୍ୱିକ ସ୍ତରରେ ମୁଣ୍ଡ ଟେକୁଥିବା ପ୍ରସଙ୍ଗ ଯଥା– ପ୍ଲାଣ୍ଟ ୱେଷ୍ଟ ପ୍ରୋଟିନ, ବିଜ୍ଞାନାଗାରରେ ବିକଶିତ ମାଂସ ଇତ୍ୟାଦିକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ । (FSSAI)ର ନୂତନ ପର୍ଯ୍ୟାୟ, ଯେପରିକି- ଭେଗାନ ଖାଦ୍ୟ ପଦାର୍ଥ, ଜୈବିକ ଉତ୍ପାଦ ଓ ଆୟୁର୍ବେଦିକ ଆହାର ନିମନ୍ତେ ସକ୍ରିୟ ଭାବରେ ମାନକ ବିକଶିତ କରାଯାଇଛି ଏବଂ ଏହା ଖାଦ୍ୟ ସୁରକ୍ଷାରେ ମୁଣ୍ଡ ଟେକୁଥିବା ଧାରା ଅନୁରୂପକୁ ନିରନ୍ତର ଅନୁକୂଳନ କରାଯାଉଛି ।

ବୈଶ୍ୱିକ ଖାଦ୍ୟ ବ୍ୟାପାର ଯେତେ ବୃଦ୍ଧି ପାଇଚାଲିଛି (FSSAI) କୋଡେକ୍ସ ଭଳି ବିଭିନ୍ନ ମଞ୍ଚ ଅନ୍ତରାଷ୍ଟ୍ରୀୟ ନିୟାମକ ସହିତ ଆହରଣ ଓ ପ୍ରବର୍ତ୍ତନ କରିଚାଲିଛି । ଏହାର ଉଦ୍ଦେଶ୍ୟ ହେଉଛି, ବିଶ୍ୱ ଜନସମୁଦାୟ ନିମନ୍ତେ ସୁରକ୍ଷିତ ଏବଂ ପୌଷ୍ଟିକ ଭୋଜନ ସୁନିଶ୍ଚିତିକରଣ । ଏଥିପାଇଁ ସର୍ବୋତ୍ତମ ପନ୍ଥା ଅବଲମ୍ବନ କରିବା ତଥା ଏକ ସାମଞ୍ଜସ୍ୟପୂର୍ଣ୍ଣ ଦୃଷ୍ଟିକୋଣର ବିକାଶ ଘଟାଇବା । (FSSAI) ୨୦୨୩ ମସିହାରେ ଦିଲ୍ଲୀଠାରେ ପ୍ରଥମ ବୈଶ୍ୱିକ ଖାଦ୍ୟ ନିୟାମକ ଶିଖର ସମ୍ମିଳନୀ (GFRS)ର ଆୟୋଜନ କରିଥିଲା । ଏହି ସମ୍ମିଳନୀରେ ଖାଦ୍ୟ ନିୟାମକ କ୍ଷେତ୍ରରେ ମୁଣ୍ଡ ଟେକୁଥିବା ଖାଦ୍ୟ-ସୁରକ୍ଷା ସମସ୍ୟାବଳୀ ସମ୍ପର୍କରେ ବିଚାର ଆଲୋଚନା କରାଯିବାର ପ୍ରଥମ ମଞ୍ଚ ସମସ୍ତଙ୍କୁ ପ୍ରାପ୍ତ ହୋଇଥିଲା । (FSSAI) ଆଗାମୀ ଦିନରେ (GFRS)ର ଦ୍ୱିତୀୟ ସଂସ୍କରଣ ନିମନ୍ତେ ନିଜକୁ ପ୍ରସ୍ତୁତ କରୁଛି ।

ଆମେ ଯେତେବେଳେ ଖାଦ୍ୟ ସୁରକ୍ଷା ସଂପର୍କରେ ଆଲୋଚନା କରୁଛୁ, ସେତେବେଳେ ଉପଭୋକ୍ତା ଏବଂ ନାଗରିକମାନଙ୍କୁ ପ୍ରମାଣ ଆଧାରିତ ସୂଚନା ମାଧ୍ୟମରେ ବିଭିନ୍ନ ଖାଦ୍ୟ ସୁରକ୍ଷା ପ୍ରସଙ୍ଗ ଉପରେ ସଶକ୍ତ କରିବା ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ତାହେଲେ ଆମର କାର୍ଯ୍ୟ ଓ ଉଦ୍ଦେଶ୍ୟ ସାମଗ୍ରିକ ଭାବରେ ସମ୍ପୂର୍ଣ୍ଣ ହୋଇପାରିବ । ଏହି କାର୍ଯ୍ୟରେ (FSSAI)ର ‘ଇଟ୍‌ ରାଇଟ୍‌ ଇଣ୍ଡିଆ’ ଅଭିଯାନ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହା ସୁନିଶ୍ଚିତ କରିବା ନିମନ୍ତେ ଉପଭୋକ୍ତାମାନଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆବଶ୍ୟକ ସୂଚନା ପହଞ୍ଚାଯିବା ଆବଶ୍ୟକ । ଏହି ପରିବର୍ତ୍ତନକାରୀ କାର୍ଯ୍ୟକ୍ରମ ଆମର ଆଉଟ୍‌ ରିଚ୍‌କୁ ମଜଭୁତ କରିବା ଏବଂ ବ୍ୟାବହାରିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ସକାଶେ ସମ୍ପ୍ରସାରଣ କରାଯାଉଛି । ଏହା ଫଳରେ ଉପଭୋକ୍ତାମାନଙ୍କୁ ସୁରକ୍ଷିତ ରଖାଯାଇ ପାରିବ ଏବଂ ସୁସ୍ଥ ଖାଦ୍ୟ ବିକଳ୍ପ ଚାହିଦା ପୂରଣ ନିମନ୍ତେ ଏକ ସଶକ୍ତ ତନ୍ତ୍ର ମଧ୍ୟ ପ୍ରସ୍ତୁତ ହୋଇପାରିବ । ଏଥିସହିତ ଖାଦ୍ୟ ବ୍ୟବସାୟକୁ ମଧ୍ୟ ଏକ ଉତ୍ତମ ବିକଳ୍ପ ନିମନ୍ତେ ପ୍ରୋତ୍ସାହିତ କରାଯାଇପାରିବ।

(FSSAI), ୨୦୦୬ ଖାଦ୍ୟ ଉତ୍ପାଦ ନିମନ୍ତେ ବ୍ୟାପକ ମାନକକୁ ଅନିବାର୍ଯ୍ୟ କରେ । ସେଥିରୁ ଏହା ସୁନିଶ୍ଚିତ ହୁଏ ଯେ, ଏହାଦ୍ୱାରା ସ୍ୱୀକୃତ ଖାଦ୍ୟ ଉପଭୁକ୍ତ ପାଇଁ ସୁରକ୍ଷିତ । ଏହା ସହିତ ଖାଦ୍ୟ ଲେବଲିଂ ନିୟମ ଅନୁସାରେ ଉପଭୋକ୍ତାମାନଙ୍କୁ ଏକ ସୂଚିତ ବିକଳ୍ପ  (Informed Choice) ପ୍ରସ୍ତୁତ କରିବାକୁ ମଧ୍ୟ ସଶକ୍ତ କରିଥାଏ । ବିଜ୍ଞାପନ ଓ ଗୁଣାତ୍ମକ ମାନ ଦାବି ଲାଗି ମଧ୍ୟ ନୀତିମାନ ସୁନିଶ୍ଚିତ କରାଯାଇଥାଏ ଯେ, ଖାଦ୍ୟ ବ୍ୟବସାୟୀମାନଙ୍କ ଦ୍ୱାରା ଖାଦ୍ୟ ଉତ୍ପାଦ ସମ୍ପର୍କରେ କୌଣସି ପ୍ରକାର ଭ୍ରମାତ୍ମକ ଦାବି ଅବା ସୂଚନା ଯେପରି ଦିଆଯାଇ ପାରିବନାହିଁ । ଉପଭୋକ୍ତା ସଂରକ୍ଷଣ ଅଧିନିୟମ (CPA) ୨୦୧୯ ଉପଭୋକ୍ତା/ ଖାଉଟିମାନଙ୍କୁ ଅଭିଯୋଗ ଦାଖଲ କରିବା ସକାଶେ ପର୍ଯ୍ୟାପ୍ତ ଆଇନଗତ ଅଧିକାର ଯୋଗାଇଥାଏ । ଫଳରେ ଆଗାମୀ ଦିନରେ ଯେଉଁ ଯେଉଁ ଅତ୍ୟାଧୁନିକ ସମସ୍ୟାମାନ ଆସିବ ସେସବୁର ସମାଧାନ କରିବାରେ ଏହା ସହାୟକ ହୋଇପାରୁଛି । ବିଶେଷକରି ଭ୍ରମାତ୍ମକ ବିଜ୍ଞାପନ, ଅସୁରକ୍ଷିତ କିମ୍ବା ନିକୃଷ୍ଟ ମାନର ଭୋଜନ ସମ୍ପର୍କିତ ଅଭିଯୋଗ ସମ୍ପର୍କରେ ଏହା ଆଶୀର୍ବାଦ ସଦୃଶ କାର୍ଯ୍ୟ କରୁଛି ।

ଖାଦ୍ୟ ସୁରକ୍ଷା ଏକ ସାମୂହିକ ପ୍ରୟାସ ଏବଂ (FSSAI) ବିଭିନ୍ନ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ହିତଧାରକମାନଙ୍କ ସହିତ ମିଶି ଏ ଦିଗରେ କାର୍ଯ୍ୟ କରୁଛି । ସେହି ଦୃଷ୍ଟିରୁ ଏହା ସମ୍ପୂର୍ଣ୍ଣ ସରକାର (Whole- of- Government)) ଏବଂ ସମ୍ପୂର୍ଣ୍ଣ ପ୍ରଣାଳୀ (Whole- of- System) ଦୃଷ୍ଟିକୋଣ ଆଧାରରେ କ୍ରିୟାଶୀଳ ରହିଛି । (FSSAI) ଖାଦ୍ୟ ସୁରକ୍ଷା ତଥା ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଉଦ୍ୟୋଗ ଏବଂ ଅନ୍ୟ ହିତଧାରକମାନଙ୍କୁ ସାମିଲ କରି ଏକ ସହଯୋଗାତ୍ମକ ଆଭିମୁଖ୍ୟକୁ ସକ୍ରିୟତାର ସହିତ ଆଗକୁ ଆଗେଇ ନେଉଛି । 

(FSSAI) ଗତ ଦଶବର୍ଷ ମଧ୍ୟରେ ଭାରତର ଖାଦ୍ୟ ସୁରକ୍ଷା ସ୍ଥିତିରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ଏଥିସହିତ ଉତ୍ପନ୍ନ ସ୍ଥିତିର ସମାଧାନ କରିବା ତଥା ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ଦିଗରେ ନିରବଚ୍ଛିନ୍ନ ଭାବେ ପ୍ରୟାସରତ ରହିଛି । (FSSAI)ର ଲକ୍ଷ୍ୟ ହେଲା- ନିଜର ପ୍ରତିବଦ୍ଧତା ଓ ସାମଗ୍ରିକ ଦୃଷ୍ଟିକୋଣ ମାଧ୍ୟମରେ ଭାରତକୁ କେବଳ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ନୁହେଁ, ଖାଦ୍ୟ ସୁରକ୍ଷା ଓ ସ୍ଥିରତାରେ ମଧ୍ୟ ବିଶ୍ୱଗୁରୁରେ ପରିଣତ କରିବା । ଜହ ହିନ୍ଦ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.