ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପିଲାଙ୍କୁ ପାଉଡର କ୍ଷୀର ଦେଉଛନ୍ତି କି ? କଞ୍ଜ୍ୟୁମର ରିପୋର୍ଟର ଯାଞ୍ଚରେ ଚାଞ୍ଚଲ୍ୟକର ତଥ୍ୟ...

Published By : Prameya | March 26, 2025 7:29 PM

ନୂଆଦିଲ୍ଲୀ, ୨୬।୩: ଛୋଟ ଛୁଆଙ୍କୁ ଫର୍ମୁଲା ମିଲ୍କ କିମ୍ୱା ପାଉଡର କ୍ଷୀର ଦେଉଛନ୍ତି କି ? ତେବେ ସତର୍କ ରୁହନ୍ତୁ । ପିଲାଙ୍କୁ ଖାଇବାକୁ ଦେବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତୁ । ନିକଟରେ ପାଉଡର କ୍ଷୀରର ନମୁନା ପରୀକ୍ଷା କରାଯାଇଥିଲା । କଞ୍ଜ୍ୟୁମର ରିପୋର୍ଟ ଦ୍ୱାରା ଯାଞ୍ଚରେ ଏଭଳି ତଥ୍ୟ ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଚମକାଇଦେବ । ଏଥିରେ ଥିବା ରାସାୟନିକ ପଦାର୍ଥ ପିଲାର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ରିପୋର୍ଟଟି କ’ଣ ଏବଂ ଏହି କ୍ଷୀର ପିଲାମାନଙ୍କ ପାଇଁ କେତେ ବିପଦପୂର୍ଣ୍ଣ ? 

ନିକଟରେ ଫର୍ମୁଲା ମିଲ୍କ କିମ୍ୱା ପାଉଡର କ୍ଷୀରର ନମୁନା ପରୀକ୍ଷାରୁ ଏଥିରେ ସୀସା ଏବଂ ଆର୍ସେନିକ୍ ମିଳିଥିଲା । ଆମେରିକୀୟ ଏକାଡେମୀ ଅଫ୍ ପିଡିଆଟ୍ରିକ୍ସ ଅନୁଯାୟୀ, ଏହି କ୍ଷୀର ପିଲାମାନଙ୍କଠାରେ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିପାରେ । ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପାଉଡର କ୍ଷୀର ପିଲାମାନଙ୍କୁ ଦିଆଯିବା ଉଚିତ୍ ନୁହେଁ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ନବଜାତ ଶିଶୁକୁ ୬ ମାସ ବୟସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖାଇବାକୁ ଦିଆଯିବା ଉଚିତ୍ । କାରଣ ଏହା ସମସ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୂର । ଯାହା ପିଲାଙ୍କଠାରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ । କଞ୍ଜ୍ୟୁମର ରିପୋର୍ଟ ଦ୍ୱାରା ଯାଞ୍ଚ କରାଯାଇଥିବା ପ୍ରାୟ ସମସ୍ତ ଫର୍ମୁଲା କ୍ଷୀର ନମୁନାରେ ପଲିଫ୍ଲୋରୋଆଲକାଇଲ ମିଳିଥିଲା । ଗୋଟିଏ ନମୁନାରେ ବିସଫେନଲ୍ ଏ ଏବଂ ଆକ୍ରିଲାମାଇଡ୍ ମଧ୍ୟ ମିଳିଥିଲା । ଯାହା ପରେ ଏହି କ୍ଷୀର ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଉପରେ ପ୍ରଶ୍ନ ଉଠିଛି । ଅନ୍ୟପଟେ କଞ୍ଜ୍ୟୁମର ରିପୋର୍ଟ ଦ୍ୱାରା ପରୀକ୍ଷିତ ୪୧ଟି ଫର୍ମୁଲା କ୍ଷୀର ନମୁନା ମଧ୍ୟରୁ ୩୪ଟିରେ ସୀସା ଥିଲା, ଯାହା ୧.୨ ରୁ ୪.୨ ppb ପର୍ଯ୍ୟନ୍ତ ଥିଲା । ଏହାର ସର୍ବୋଚ୍ଚ ସ୍ତର ଏନଫାମିଲ୍ ନ୍ୟୁଟ୍ରାମିଜେନରେ ମିଳିଥିଲା । ଯାହା ପରେଏହି କ୍ଷୀର ଉତ୍ପାଦନ କମ୍ପାନୀଗୁଡ଼ିକ ଉପରେ ପ୍ରଶ୍ନ ଉଠିଛି । 

ଅନ୍ୟପଟେ ଏହି କ୍ଷୀର ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ କହିଛନ୍ତି ଯେ, କମ୍ପାନୀ ଜାଣିଶୁଣି ଏହି ଉପାଦାନ ଏବଂ ରାସାୟନିକ ପଦାର୍ଥଗୁଡ଼ିକୁ ମିଶାଉ ନାହାଁନ୍ତି । ଏଗୁଡ଼ିକ ପରିବେଶରେ ପୂର୍ବରୁ ଉପସ୍ଥିତ ଅଛନ୍ତି ଏବଂ ସେଠାରୁ ଖାଦ୍ୟରେ ପ୍ରବେଶ କରନ୍ତି । ଯଦିଓ ପରୀକ୍ଷିତ କୌଣସି ନମୁନାରେ ସୀସା ସ୍ତର ମାନକଠାରୁ ଅଧିକ ନଥିଲା, ତଥାପି ଏହା ଅଳ୍ପ ପରିମାଣର ବିପଜ୍ଜନକ । ତେବେ ଏହି କ୍ଷୀର ପିଇବା ଦ୍ବାରା ମସ୍ତିଷ୍କ ଏବଂ ମାନସିକ ସ୍ୱାସ୍ଥ୍ୟ ବୃଦ୍ଧିରେ ସମସ୍ୟା ହୋଇପାରେ । ଗ୍ୟାସ୍, ଡାଇରିଆ ଏବଂ କୋଷ୍ଠକାଠିନ୍ୟ ଭଳି ପାଚନ ସମସ୍ୟା, ବୃକକ୍ ଏବଂ ଯକୃତ ଉପରେ ପ୍ରତିକୂଳ ପ୍ରଭାବ, ହାଡ଼ ଦୁର୍ବଳତା ଏବଂ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଭଳି ସମସ୍ୟା ହୋଇପାରେ । ଯଦି ମା' କ୍ଷୀର ସମ୍ଭବ ନୁହେଁ, ତେବେ ଜୈବିକ ଏବଂ ପ୍ରମାଣିତ ଫର୍ମୁଲା କ୍ଷୀର ଦେଇପାରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.