ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥାନିନ୍ କ୍ରାଇଭିଚିଏନ୍‌ଙ୍କର ୯୭ ବର୍ଷ ବୟସରେ ପରଲୋକ…

Published By : Prameya | February 24, 2025 9:16 PM

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥାନିନ୍ କ୍ରାଇଭିଚିଏନ୍‌ଙ୍କର ୯୭ ବର୍ଷ ବୟସରେ ଦେହାନ୍ତ ଘଟିଛି। ୧୯୭୦ ମସିହାରେ କ୍ରାଇଭିଚିୟାନ୍ ଜଣେ କଠୋର କମ୍ୟୁନିଷ୍ଟ ବିରୋଧୀ ନେତା ଭାବରେ ଉଭା ହୋଇଥିଲେ। ୧୯୭୬ ମସିହାରେ ସାମରିକ ବିଦ୍ରୋହ ପରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ। ଆଉ ଏହାର ଠିକ୍ ଗୋଟିଏ ବର୍ଷ ପରେ ଦ୍ୱିତୀୟ ବିଦ୍ରୋହରେ ତାଙ୍କୁ ଗାଦିଚ୍ୟୁତ କରାଯାଇଥିଲା।

ତାଙ୍କ ପରିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ହେଲେ ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରାଯାଇ ନାହିଁ। ୧୯୭୬ ମସିହାରେ ରାଜା ଭୂମିବୋଲ ଆଦୁଲ୍ୟାଦେଜଙ୍କ ଦ୍ୱାରା ଥାନିନଙ୍କୁ ଥାଇଲ୍ୟାଣ୍ଡର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ, ଥାନିନଙ୍କୁ ରାଜାଙ୍କ ପରାମର୍ଶଦାତା ପରିଷଦରେ ନିଯୁକ୍ତ କରାଯାଇଥିଲା, ଯେଉଁଠାରେ ସେ ପ୍ରାୟ ଚାଳିଶ ବର୍ଷ ଧରି କାର୍ଯ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ଏକ ସୋସିଆଲ ମିଡିଆ ପୋଷ୍ଟରେ ଥାନିନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି । ଯେତେବେଳେ ଥାନିନ୍ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେ ସମୟ ଥାଇଲ୍ୟାଣ୍ଡ ପାଇଁ ବହୁତ ଅସ୍ଥିର ଥିଲା। ୧୯୭୬ ମସିହାରେ, ଯେତେବେଳେ ଥାଇଲ୍ୟାଣ୍ଡର ପଡ଼ୋଶୀ ଦେଶଗୁଡ଼ିକ (ଭିଏତନାମ, ଲାଓସ ଏବଂ କାମ୍ବୋଡିଆ)ରେ କମ୍ୟୁନିଷ୍ଟ ମାନେ କ୍ଷମତାକୁ ଆସୁଥିଲେ, ସେ କମ୍ୟୁନିଷ୍ଟ ମାନଙ୍କ ବିରୁଦ୍ଧରେ କଠୋର ନୀତି ପ୍ରଣୟନ କରିଥିଲେ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.