ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

Russia-Ukraine: ୟୁକ୍ରେନ୍‌ ଉପରେ ୨୬୭ରୁ ଅଧିକ ଡ୍ରୋନ୍‌ ମାଡ଼ କଲା ଋଷ, ସୋମବାର ଯୁଦ୍ଧକୁ ପୂରିବ ୩ ବର୍ଷ

Published By : Tapas Panda | February 23, 2025 11:20 PM

ନୂଆଦିଲ୍ଲୀ: ଫେବ୍ରୁଆରୀ ୨୪, ୨୦୨୫ । ୟୁକ୍ରେନ୍‌ ଯୁଦ୍ଧକୁ ୩ ବର୍ଷ ପୂରିବ । ଏହା ପୂର୍ବରୁ ୟୁକ୍ରେନ ଉପରେ ରେକର୍ଡ ସଂଖ୍ୟକ ଡ୍ରୋନ୍‌ ମାଡ଼ କରିଛି ଋଷ । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏକ୍ସରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ୟୁକ୍ରେନ ଉପରେ ରେକର୍ଡ ସଂଖ୍ୟକ ଡ୍ରୋନ ଆକ୍ରମଣ କରିଛି ଋଷ । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ବଡ଼ ଡ୍ରୋନ ଆକ୍ରମଣ । ମସ୍କୋ ଆରମ୍ଭ କରିଥିବା ଯୁଦ୍ଧ ତୃତୀୟ ବାର୍ଷିକୀ ପୂର୍ବରୁ ଏହି ଆକ୍ରମଣ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ କିଭ୍ ଏବଂ ସମଗ୍ର ୟୁରୋପର ନେତାମାନେ ଆମେରିକାର ବୈଦେଶିକ ନୀତିରେ ଦ୍ରୁତ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଆକ୍ରମଣ ହୋଇଛି । 

ଏକ୍ସ ପୋଷ୍ଟରେ ଜେଲେନସ୍କି ଲେଖିଛନ୍ତି ଯେ, ‘ଯୁଦ୍ଧ ଆରମ୍ଭ ପରଠାରୁ ଋଷ ଶନିବାର ୨୬୭ଟି ଡ୍ରୋନ୍‌ ୟୁକ୍ରେନୀୟ ସହର ଏବଂ ଗାଁ ଉପରେ ମାଡ଼ କରିଛି ।’ ୟୁକ୍ରେନର ବାୟୁସେନା ଅନୁସାରେ, ୧୩ଟି ଅଞ୍ଚଳରେ ୧୩୮ ଟି ଡ୍ରୋନ୍ମାଡ଼ ହୋଇଛି । ଅନ୍ୟ ୧୧୯ ଟି ଲକ୍ଷ୍ୟଭେଦ କରିପାରି ନାହିଁ। ଏହା ଯୁଦ୍ଧ ଆରମ୍ଭ ହେବା ପରଠାରୁ ସବୁଠାରୁ ବ୍ୟାପକ ଡ୍ରୋନ୍ ଆକ୍ରମଣ ମଧ୍ୟରୁ ଗୋଟିଏ । କ୍ରିଭି ରିହ ସାମରିକ ପ୍ରଶାସନର ମୁଖ୍ୟଙ୍କ ଅନୁଯାୟୀ, ତିନୋଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ନିକ୍ଷେପ କରାଯାଇଛି। କ୍ରିଭି ରିହ ସହରରେ ଏକ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଜେଲେନସ୍କି କହିଛନ୍ତି ଯେ, ଗତ ସପ୍ତାହରେ ରୁଷ ଦ୍ୱାରା ୟୁକ୍ରେନରେ ମୋଟ ୧୧୫୦ ଡ୍ରୋନ୍ ଆକ୍ରମଣ, ୧୪୦୦ ରୁ ଅଧିକ ଗାଇଡେଡ୍ ଏରିୟଲ୍ ବୋମା ଏବଂ ବିଭିନ୍ନ ପ୍ରକାରର ୩୫ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି । 

ରାଷ୍ଟ୍ରପତି ୟୁକ୍ରେନର ବାୟୁ ପ୍ରତିରକ୍ଷା ଦାୟିତ୍ୱରେ ଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ବିଦେଶୀ ସହଯୋଗୀମାନଙ୍କୁ "ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି" ସୁନିଶ୍ଚିତ କରିବା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି । ଏହା କେବଳ ସମସ୍ତ ସହଯୋଗୀଙ୍କ ଏକତା ମାଧ୍ୟମରେ ହାସଲ କରାଯାଇପାରିବ - ଆମକୁ ସମଗ୍ର ୟୁରୋପର ଶକ୍ତି, ଆମେରିକାର ଶକ୍ତି, ସ୍ଥାୟୀ ଶାନ୍ତି ଚାହୁଁଥିବା ସମସ୍ତଙ୍କ ଶକ୍ତି ଆବଶ୍ୟକ ବୋଲି ସେ କହିଛନ୍ତି । ସେପଟେ ଜେଲେନସ୍କିଙ୍କ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ରିୟାଦରେ ଆମେରିକା ଏବଂ ରୁଷ ପ୍ରତିନିଧିମଣ୍ଡଳୀ ମଧ୍ୟରେ ହୋଇଥିବା ବୈଠକ ଦ୍ୱାରା କିଭ ଏବଂ ଏହାର ୟୁରୋପୀୟ ସହଯୋଗୀମାନେ ଚିନ୍ତିତ ହୋଇପଡ଼ଛନ୍ତି । ତେବେ ରିୟାଦ ଆୟୋଜିତ ଏହି ବୈଠକରେ ସାମିଲ ହେବାକୁ  ୟୁକ୍ରେନକୁ ନିମନ୍ତ୍ରଣ କରାଯାଇ ନଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.