ଭୁବନେଶ୍ବର,୫।୨ କଂଗ୍ରେସ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ପରେ ଏବେ ଟାର୍ଗେଟରେ କଂଗ୍ରେସ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଏକ ଅଜଣା ଫୋନ ନମ୍ବରରୁ ତାଙ୍କୁ ଆସିଛି ଧମକ। ୫୦ ଲକ୍ଷ ଟଙ୍କା ଦିଅ ନହେଲେ ତମକୁ ଜୀବନରୁ ମାରିଦେବୁ ବୋଲି ଦୁର୍ବୃତ୍ତ ଧମକ ଦେଇଛନ୍ତି। ଧମକ ଦେବା ବେଳେ ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୃତ୍ତ । କ୍ୟାପିଟାଲ ଥାନାରେ ଏନେଇ ଅଭିଯୋଗ ଦେଇଛନ୍ତି ଜୟଦେବ ଜେନା ।
ରାଜ୍ୟରେ ଆଇନଶୁଙ୍ଖଳ ସ୍ଥିତି ସମ୍ପୂର୍ଣ ଭୁଶୁଡି ପଡ଼ିଥିବା ଜୟଦେବ ଅଭିଯୋଗ କରିଛନ୍ତି । ଧମକପୂର୍ଣ୍ଣ କଲକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟଦେବ ।