ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

କୁଆଖାଇ ନଦୀରେ ଅଘଟଣ,ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

Published By : Anindita | February 5, 2025 1:38 PM

ଭୁବନେଶ୍ବର,୦୫/୦୨:  କୁଆଖାଇ ନଦୀରେ ଅଘଟଣ । ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଦୁଇ ଛାତ୍ର ।  ମୃତକ ଦୁଇ ଜଣ ଭୁବନେଶ୍ୱରର ଏକ ଘରୋଇ ଟିଉସନର ଛାତ୍ର ବୋଲି ସୂଚନା ମିଳିଛି । 

ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ ଟିଉସନର ପାଠ ପଢୁଥିଲେ ଦୁଇ ଜଣ ଛାତ୍ର । ଆଜି ସକାଳୁ  ଦୁଇ ଜଣ ଛାତ୍ର ସରସ୍ୱତୀ ମୂର୍ତ୍ତିକୁ ନେଇ ବାଲିଅନ୍ତା ଥାନା ରଙ୍ଗ ବଜାର ନିକଟରେ ଥିବା କୁଆଖାଇ ନଦୀକୁ ବିସର୍ଜନ ପାଇଁ ଯାଇଥିଲେ । ହେଲେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡିଯାଇଥିଲେ ଉଭୟ । ଏହାପରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦୁଇ ମୃତ ଛାତ୍ର ଭୁବନେଶ୍ୱର ପିଚୁ ବସ୍ତି ଅଞ୍ଚଳ ବୋଲି ଜଣାପଡିଛି । ଘଟଣାରେ ବାଲିଅନ୍ତା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ  ପୋଲିସ ଅପେକ୍ଷା କରିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.