କଟକ, ୩।୧୧ ; ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ ହୋଇ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଛାତିରେ ସଂକ୍ରମଣ ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି।
ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି କଟକ ଝାଞ୍ଜିରମଙ୍ଗଳା ମନ୍ଦିରରେ ଜିଲ୍ଲା ବିଜେପି ପକ୍ଷରୁ ଦୀପ ଦାନ କରାଯାଇଛି। କଟକରେ ମା’ କାଳୀଙ୍କ ଭସାଣି ଉତ୍ସବ ଥିବାରୁ ସେହି ଅବସରରେ ବିଜେପି ପକ୍ଷ ରୁ ମା’ ଙ୍କ ପାଖରେ ଦୀପ ଦାନ କରାଯାଇଛି।