ପ୍ରମୂଖ ଖବର

ଶାଗୁଆନ କାଠ ଚୋରା ଚାଲାଣ ବେଳେ ମାଡି ବସିଲା ବନ ବିଭାଗ, ଲକ୍ଷାଧିକ ଟଙ୍କାର କାଠ ଜବତ

ଉଦଳା,୨୭/୦୭: ମୂଲ୍ୟବାନ ଶାଗୁଆନ କାଠ ଚୋରା ଚାଲାଣ ବେଳେ ମାଡି ବସିଲା ବନ ବିଭାଗ । ମୟୂରଭଞ୍ଜ ଜିଲ୍ଲା ଉଦଳା ବାଲିଚିଲିମା ଛକ ନିକଟରେ ରେଡ୍ । ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ । 

ସୂଚନା ଅନୁଯାୟୀ, ମୂଲ୍ୟବାନ ଶାଗୁଆନ ବୋଝେଇ ଏକ ପିକଅପ୍ ଭ୍ୟାନ୍ ଉଦଳାରୁ ବାଲେଶ୍ଵର ଅଭିମୁଖେ ଚୋରା ଚାଲାଣ ହେଉଥିବା ନେଇ ଉଦଳା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ଶନିବାର ଭୋର ସମୟରେ ବନାଞ୍ଚଳ ଅଧୀନ ବାଲିଚିଲିମା ଛକ ନିକଟରେ ବନ ବିଭାଗ ଟିମ୍ ଚଢ଼ାଉ କରିଥିଲା । ବନ ବିଭାଗ କାଠ ଭର୍ତ୍ତି ପିକଅପ ଗାଡିଟିକୁ ଜବତ କରିଛି । ତେବେ ବନ ବିଭାଗକୁ ଦେଖି ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି । ଏଥିରେ ୨୯ ଗୋଟି ଶାଗୁଆନ କାଠର ଲଗ ରହିଛି । ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି । ଉକ୍ତ ଗାଡିଟି କେବଳ ଏହି ଚୋରା କାରବାର ନିମନ୍ତେ ବ୍ୟବହାର କରାଯାଉଥିବା ନେଇ ଅନୁମାନ କରାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.