ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କେନ୍ଦୁଝରରେ ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ

ଘଟଗାଁ,୨୪/୦୭: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବନ ବିଭାଗର ବଡ ଧରଣର ଚଢାଉ। କାଠ ଚୋରା ଚାଲାଣ ବେଳେ ୧୦ ଟ୍ରିପ୍‌ରୁ ଉର୍ଦ୍ଧ୍ଵ କାଠ ଜବତ ହୋଇଥିବା ଜଣାପଡିଛି । ବୁଧବାର ସକାଳୁ ଡିଏଫଓଙ୍କ ତତ୍ତ୍ୱାବଧାନରେ ଏହି ରେଡ୍ କରାଯାଇଛି ।

ସୂଚନା ଅନୁଯାୟୀ, ଚୋରା କାଠ ମାଫିଆଙ୍କ ହବ ପାଲଟିଛି କେନ୍ଦୁଝର। ବାରମ୍ବାର ଚଢାଉ ସତ୍ତ୍ୱେ ଚେତୁ ନାହାଁନ୍ତି ମାଫିଆ । ବୁଧବାର ସକାଳୁ ଡିଏଫଓଙ୍କ ତତ୍ତ୍ୱାବଧାନରେ ଘଟଗାଁ ବ୍ଲକ ଅନ୍ତର୍ଗତ ସନ୍ତରାପୁର ଗ୍ରାମରେ ଚଢାଉ ହୋଇଛି । ସେଠାରୁ ୧୦ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ ହୋଇଥିବା ଖବର ମିଳିଛି।  ଘଟଣା ସ୍ଥଳରେ ୧୦ ପ୍ଲାଟୁନ  ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଆଗକୁ ଆହୁରି ମଧ୍ୟ କାଠ ଜବତ ନେଇ ଚଢ଼ାଉ ଜାରି ରହିଛି। ଏତେ ପରିମାଣର କାଠ ଦେଖି ବନ ବିଭାଗ ତାଜୁବ ହୋଇଯାଇଛି। ଏଠାରେ ଅନେକ ବାର ବନ ବିଭାଗ ଚଢ଼ାଉ କରି ବିଫଳ ହେଉଥିବା ବେଳେ ଆଜି ବନ ବିଭାଗକୁ ବଡ ସଫଳତା ମିଳିଛି । ଘଟଣା ସ୍ଥଳରେ ଡି. ଏଫ୍. ଓ ଏଚଡି ଧନରାଜ୍, ଘଟଗାଁ ଏଡିପିଓ, ଘଟଗାଁ ତହସିଲଦାର ଓ ବ୍ୟାପକ ଫୋର୍ସ ମୁତୟନ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.