ପୁରୀ,୨୭/୦୯: ଜଗନ୍ନାଥ ମନ୍ଦିରରେ ଅବଢାର ମାନ ପରୀକ୍ଷଣ କରାଯିବ । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଶଶାଳାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ । ଅବଢ଼ାର ସୁଦ୍ଧତା ବଜାୟ ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ନିଯୁକ୍ତି ନେଇ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସୂଚନା ମୁତାବକ, ବିଗତ ଦିନରେ ତିରୁପତି ବାଲାଜି ମନ୍ଦିରର ପ୍ରସାଦ(ଲଡୁ)ରେ ଅପମିଶ୍ରଣକୁ ନେଇ ସାରା ଦେଶ ଉତ୍ତେଜିତ ହୋଇଉଠିଥିଲା । ତେବେ ଏଭଳି ପରିସ୍ଥିତିର ପୁନରାବୃତ୍ତିକୁ ରୋକିବାକୁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ଶ୍ରୀମନ୍ଦିରର ଅବଢ଼ାର ସୁଦ୍ଧତା ଏବଂ ଭକ୍ତଙ୍କ ଆସ୍ଥାକୁ ବଜାୟ ରଖିବାକୁ ଦୃଢ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିରର ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଶଶାଳାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ କରାଯିବ । ଅବଢ଼ାର ସୁଦ୍ଧତା ବଜାୟ ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ନିଯୁକ୍ତି ଦିଆଯିବ । ଏଭଳି କରିବା ଦ୍ବାରା ଭକ୍ତ ଆଶ୍ୱସ୍ତି ପାଇବେ ଏବଂ ଅବଢ଼ାରେ ସୁଦ୍ଧତା ବଜାୟ ରହିବ ।