ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅସ୍ଥାୟୀ ପୋଲ ଉପରେ ୪ ଫୁଟ୍‌ ଉଚ୍ଚର ବନ୍ୟା ଜଳ, ସତର୍କତାମୂଳକ ମାର୍ଗଦର୍ଶିକା ଜାରିକଲେ ଜିଲ୍ଲାପାଳ

ନବରଙ୍ଗପୁର,୨୦/୦୭: ଲଗାଣ ବର୍ଷାର ପରିଣତି । ତୁରୀ ନଦୀର ଅସ୍ଥାୟୀ ପୋଲରେ ୨ ଫୁଟ୍‌ ଉଚ୍ଚର ପାଣି । ନଦୀ ଉପରେ ପୋଲ କାମ ଚାଲୁ ରହିଛି । ନିକଟରେ ଯାନବାହାନ ଚଳାଚଳ ପାଇଁ ରହିଛି ଏକ ଅସ୍ଥାୟୀ ପୋଲ । ଶୁକ୍ରବାର ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ଏହି ପୋଲ ଉପରେ ଚାରୀ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି ।

ସୂଚନା ଅନୁଯାୟୀ,  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ତୁରୀ ନଦୀରେ ପୋଲ କାମ ଚାଲୁ ରହିଛି । ତେଣୁ ଏହାର ନିକଟରେ ଯାନବାହାନ ଚଳାଚଳ ପାଇଁ ଏକ ଅସ୍ଥାୟୀ ପୋଲ ରହିଛି । ଶୁକ୍ରବାର ଠାରୁ ଲାଗି ରହିଥିବା ଲାଗାତାର ବର୍ଷା କାରଣରୁ ଏହି ଅସ୍ଥାୟୀ ପୋଲ ଉପରେ ଚାରୀ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି । ଫଳରେ ରାସ୍ତାର ଅପରପାର୍ଶ୍ୱରେ ଥିବା ୫ ଟି ବ୍ଲକ ସହ ନବରଙ୍ଗପୁରକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଗାଡି । ବ୍ରିଜ୍‌ର ଅପରପାର୍ଶ୍ୱରେ ଡାବୁଗାଁ, ଉମରକୋଟ, ଝରିଗାଁ, ରାଇଘର ଓ ଚନ୍ଦହାଣ୍ଡି ବ୍ଲକକୁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ରହିଛି । ପୋଲରେ ବନ୍ୟା ଜଳ ପ୍ରବାହିତ ହେଲେ ଭବିଷ୍ୟତରେ ଏହା ଚିନ୍ତାର ବିଷୟ ପାଲଟିବ । ତେଣୁ ଏହି ସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲାପାଳ ସତର୍କତା ମୂଳକ ମାର୍ଗଦର୍ଶିକା ଜାରି କରିଛନ୍ତି । ଦୁଇ ଚକିଆ ଯାନ ଗୁଡିକ ଘାଟଗୁଡାରୁ ବାସିନୀ - ମୋକିଆ- ପାପଡାହାଣ୍ଡି ଦେଇ ଯାତାୟାତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.