ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମରୁଭୂମି ନଗରୀରେ ବନ୍ୟା, କ୍ଲାଉଡ୍‌ ସିଡିଂ ନା ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ ୧୮/୦୪: ମରୁଭୂମିର ଛାତି ଉପରେ ଠିଆ ହୋଇଛି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ନଗରୀ ଦୁବାଇ । ଏହି ଚକାଚକ୍‌ ସହର ସାରା ବିଶ୍ୱକୁ ଚକିତ କରେ । ଗତ ୧୬ ତାରିଖରେ ଏହି ମରୁଭୂମି ସହରରେ ଭୀଷଣ ବର୍ଷା ହୋଇଛି । ବର୍ଷା ହେବାର କିଛି ସମୟ ମଧ୍ୟରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ବିମାନବନ୍ଦର, ମେଟ୍ରୋ ଷ୍ଟେସନ୍‌, ମଲ୍‌, ରାସ୍ତା, ବିଭିନ୍ନ ବ୍ୟବସାୟିକ ସଂସ୍ଥାରେ ବନ୍ୟା ପାଣି ପଶିଗଲା । ଏହା ଦେଖି ତୁରନ୍ତ ସ୍କୁଲ ବନ୍ଦ କରିଦିଆଗଲା । ସୋସିଆଲ ମିଡିଆରେ ଦୁବାଇ ବନ୍ୟାର ଫଟୋ ଓ ଭିଡିଓ ଭାଇରାଲ ହେଉଛି । 

ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତ ୨୪ ଘଣ୍ଟାରେ ୧୬୦ ମିଲିମିଟର ବର୍ଷା ହୋଇଛି, ଯାହା ସାଧାରଣତଃ ଦୁଇ ବର୍ଷରେ ହୋଇଥାଏ । ଏହା ଏକ ଭୟାନକ ପ୍ରାକୃତିକ ବିପର୍ଯ୍ୟୟ । ବୈଜ୍ଞାନିକ କହୁଛନ୍ତି, କ୍ଲାଉଡ୍‌ ସିଡିଂ ଅର୍ଥାତ୍‌ କୃତ୍ରିମ ବର୍ଷା ଯୋଗୁ ଦୁବାଇରେ ବନ୍ୟା ସ୍ଥିତି ଉପୁଜିଛି । ଗତ ସୋମବାର ଓ ମଙ୍ଗଳବାର ଦୁବାଇ ପ୍ରଶାସନ କ୍ଲାଉଡ୍‌ ସିଡିଂ ପାଇଁ ବିମାନ ଉଡ଼ାଇଥିଲା । ଏଥିରେ କିଛି ତ୍ରୁଟି ହୋଇଥିବା ସେମାନେ ଆଶଙ୍କା କରୁଛନ୍ତି । ଜଳବାୟୁ ବୈଜ୍ଞାନିକ ଫ୍ରେଡ୍‌ରିକ ଓଟ୍ଟୋ କହିଛନ୍ତି, ମାନବକୃତ ଜଳବାୟୁ ପରିବର୍ତ୍ତନ ଯୋଗୁ ଓମାନ ଓ ଦୁବାଇରେ ଭୟାନକ ବିନାଶକାରୀ ବର୍ଷା ହୋଇଛି । ଗଲ୍‌ଫ ଷ୍ଟେଟ୍‌ ନ୍ୟାସନାଲ ସେଣ୍ଟର୍‌ ଅଫ୍‌ ମେଟରୋଲୋଜି ଅନୁସାରେ, ଗତ ୧୫ ଓ ୧୬ ତାରିଖରେ ବିମାନବନ୍ଦରରୁ କ୍ଲାଉଡ୍‌ ସିଡିଂ ଲାଗି ବିମାନ ଉଡ଼ିଥିଲା । ଗତ ଦୁଇ ଦିନରେ ୭ ଥର ବିମାନ ଉଡ଼ାଣ ଭରିଲା । ହେଲେ କିଛି ତ୍ରୁଟି ଯୋଗୁ ଏହାର ପରିଣାମ ଦୁବାଇ ଭୋଗୁଛି । କିନ୍ତୁ ଆଖପାଖ ଦେଶରେ ବି ଏହି ସ୍ଥିତ ଦେଖାଯାଉଛି । ଅନ୍ୟ ବୈଜ୍ଞାନିକମାନେ ଏହାକୁ ଜଳବାୟୁ ପରିବର୍ତ୍ତନ ସହ ଯୋଡୁଛନ୍ତି ।

ଦୁବାଇ ଓ ଏହାର ଆଖପାଖ ଦେଶରେ ଅତ୍ୟନ୍ତ ଧୀମା ବେଗରେ ସଦର୍ନ ଜେଟ୍‌ ଷ୍ଟ୍ରିମ୍‌ ପ୍ରବାହିତ ହେଉଛି । ଏହା ଏଭଳି ଏକ ବାୟୁମଣ୍ଡଳୀୟ ପବନ, ଯାହା ଉତ୍ତାପ ଆଣେ । ଦୁବାଇ ଓ ତା’ ଆଖପାଖରେ ସମୁଦ୍ର ରହିଛି । ଏଠାରେ ଧୂଳି ଝଡ଼ ସାଧାରଣ କଥା । ଧୂଳି ନିଜେ କ୍ଲାଉଡ୍‌ ସିଡର୍‌ କାମ କରେ, ଯାହାକୁ ବୈଜ୍ଞାନିକ ଭାଷାରେ କଣ୍ଡେନ୍‌ସେସନ୍‌ ନ୍ୟୁକ୍ଲି କୁହାଯାଏ । କ୍ଲାଉଡ୍‌ ସିଡିଂ ସହିତ ମାତ୍ରାଧିକ ଧୂଳି କଣିକା ମିଶିବାରୁ ଏହି ପ୍ରକ୍ରିୟା ବିଗିଡ଼ିଥିବା କୁହାଯାଉଛି, ଯାହା ଫଳରେ ଦୁବାଇ ବିପତ୍ତିର ସମ୍ମୁଖୀନ ହୋଇଛି । ଜଳବାୟୁରେ ଉତ୍ତାପ ମାତ୍ରା ବୃଦ୍ଧି ଯୋଗୁ ବର୍ଷାର ଏଭଳି ଘଟଣା ଏବେ ସାଧାରଣ କଥା ହୋଇଛି । ଦୁବାଇରେ ଏଭଳି ଘଟଣା ଏଣିକି ଦୁଇ ଗୁଣ ଗତିରେ ହେବ । ଏଠାରେ ହୋଇଥିବା ସଦ୍ୟତମ ବର୍ଷା ୭୫ ବର୍ଷର ରେକର୍ଡ ଭାଙ୍ଗିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.