ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଠିପି ବନ୍ଦ ମଦ ଦୋକାନୀଙ୍କ କାରସାଦି: ଚଢ଼ା ଦରରେ ବିକୁଛନ୍ତି, ଅବକାରୀ ଚୁପ୍‌...

ଭୁବନେଶ୍ୱର ୧୦/୦୯: ନମ୍ବର-୧ ହ୍ୱିସ୍କି  (ନିପ୍‌-୧୮୦ ମିଲି)ର ଦାମ ୧୮୦ ଟଙ୍କା । ହେଲେ ଏହାକୁ ୧୦ ଟଙ୍କା ଅଧିକ ଦାମରେ ବିକ୍ରି  କରୁଛନ୍ତି । ରୟଲ୍‌ ଗ୍ରୀନ୍‌ (ନିପ୍‌) ୨୦୦ ଟଙ୍କା ।  ନେଉଛନ୍ତି ୨୧୦ ଟଙ୍କା । ୯୦ ଟଙ୍କାର ବ୍ରିଜରକୁ  ଫ୍ରିଜର ଚାର୍ଜ ସହ ୧୦୦ ଟଙ୍କା ଦେବାକୁପଡ଼ୁଛି ।  ମାଲକାନଗିରିରୁ ମୟୂରଭଞ୍ଜ, ବଡ଼ଗଡ଼ରୁ  ଜଗତ୍‌ସିଂହପୁର, ଗ୍ରାମାଞ୍ଚଳରେ ଥିବା ଠିପି ବନ୍ଦ  ଦୋକାନର ମାଲିକମାନେ ଏମିତି ଚଢ଼ା ଦରରେ  ମଦ ବିକ୍ରି କରୁଛନ୍ତି । ଏ ବିଷୟରେ ଅବକାରୀ  କମିଶନରଙ୍କ ଠାରୁ ଆରମ୍ଭ କରି ଇନ୍ସପେକ୍ଟର  ପର୍ଯ୍ୟନ୍ତ ସମସ୍ତେ ଜାଣି ବି ଚୁପ୍‌ ।  

ରାଜ୍ୟରେ ୧୦୩୦ଟି ଠିପି ବନ୍ଦ ଦୋକନ  ଅଛି । ଯେଉଁମାନେ ଲାଇସେନ୍ସ ପାଇଛନ୍ତି  ସେମାନଙ୍କୁ ଅବକାରୀ ବିଭାଗ ହାତ କାଟି ଲେଖି  ଦେଇଛି ଗ୍ରାହକଙ୍କଠାରୁ ଏମ୍‌ଆରପିରୁ ୧ ପଇସା  ବି ଅଧିକ ନେଇପାରିବେ ନାହିଁ । ଯଦିନେବେ  ତା’ହେଲେ ୧ ଲକ୍ଷ ୫୦ ହଜାର ଟଙ୍କା ଜରିମାନା  ଗଣିବେ । ହେଲେ ଦୋକାନୀମାନେ ଏହି ନିୟମ  ମାନୁଛନ୍ତି କି ନାହିଁ ସେ ବିଷୟରେ ଅବକାରୀ  ବିଭାଗ ପାଖରେ ଖବର ନାହିଁ । ସହରରେ ଥିବା  ଠିପି ବନ୍ଦ ଦୋକାନୀ ଏହି ନିମୟ ମାନୁଛନ୍ତି । ହେଲେ ବ୍ଲକ୍‌ ଅଞ୍ଚଳରେ ଥିବା ଦୋକାନୀ ନିୟମକୁ  ଦଳିମକଚି ବେପାର କରୁଛନ୍ତି । କେନ୍ଦ୍ରାପଡ଼ା ଓ  ଜଗତ୍‌ସିଂହପୁର ଜିଲ୍ଲାରେ ଏହି ନିୟମ ମୋଟ  ଉପରେ ନାହିଁ କହିଲେ ଚଳେ । ଏଠି ବୋତଲ  ପିଛା ୨୦ରୁ ୩୦ ଟଙ୍କା ଅଧିକ ନେଉଛନ୍ତି ।   

ନିୟମ କହୁଛି, ଲାଇସେନ୍ସ ପାଇଥିବା  ଦୋକାନୀ ଲାଇସେନ୍ସର ଫଟୋ ଓ ମଦ ଦର  ତାଲିକା ଲଗାଇବାକୁ ବାଧ୍ୟ । ଏହି ନିୟମ  କୌଣସି ଠିପି ବନ୍ଦ ଦୋକାନୀ ନ ମାନିଲେ  କାର୍ଯ୍ୟାନୁଷ୍ଠାନ ହେବ । ହେଲେ ଏହି ନିୟମ  କେବଳ କଟକ-ଭୁବନେଶ୍ୱରରେ ଲାଗୁ । ବାକି  ଅଞ୍ଚଳରେ ନିୟମ ଚୁଲିକୁଯାଇଛି । ଦୋକାନୀ ନିଜ  ନିୟମରେ ମନଇଚ୍ଛା ଦରରେ ବିକୁଛନ୍ତି ।   

ଧାର୍ଯ୍ୟଠୁ ଚଢ଼ା ଦରରେ ମଦ ବିକ୍ରିରେ  ସବୁଠାରୁ ଆଗରେ ଅଛନ୍ତି କେନ୍ଦ୍ରାପଡ଼ା ଓ  ଜଗତସିଂହପୁର ଜିଲ୍ଲା । ଏହି ଜିଲ୍ଲାରେ ନିପ୍‌  (୧୮୦ ମିଲି) ୨୦ ଟଙ୍କା, ହାଫ୍‌ (୩୭୫ ମିଲି) ରେ ୩୦ ଟଙ୍କା ଓ ଫୁଲ୍‌ (କ୍ୱାଟ୍‌ ୭୫୦ ମିଲି) ପିଛା  ୫୦ ଟଙ୍କା ଅଧିକ ନେଉଛନ୍ତି । ଦ୍ୱିତୀୟ ସ୍ଥାନରେ  ଅଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିରି, ବାଲିଶଙ୍କର  ଓ ସବ୍‌ଡେଗା ବ୍ଲକ୍‌ ଅଞ୍ଚଳରେ ଥିବା ଠିପି ବନ୍ଦ  ଦୋକାନ । କ୍ୱାଟ୍‌ ପିଛା ୪୦ରୁ୬୦ ଟଙ୍କା ଅଧିକ  ନେଉଛନ୍ତି । ବିୟର ପାଇଁ ଫ୍ରିଜ୍‌ ଚାର୍ଜ ବାବଦରେ  ୨୦ରୁ୩୦ ଟଙ୍କା ଅଧିକ ନେଉଛନ୍ତି ।   

କେବଳ ଏହି ୩ ଜିଲ୍ଲା ନୁହେଁ, ରାଜ୍ୟର  ସବୁ ଜିଲ୍ଲାରେ ଚଢ଼ା ଦରରେ ମଦ ବିକ୍ରି  ହେଉଛି । ଯଦି କୌଣସି ଗ୍ରାହକ ବିଲ୍‌ ମାଗୁଛି  କିମ୍ବା ପ୍ରତିବାଦ କରୁଛି ମଦ ଦୋକାନୀମାନେ  ଖରାପ ବ୍ୟବହାର କରିବା ସହ ମାରପିଟ  କରୁଛନ୍ତି । ଚଢ଼ା ଦରରେ ମଦ ବିକ୍ରିର ପ୍ରତିବାଦ  କରିଥିବା କେତେକ ଗ୍ରାହକଙ୍କୁ ଗତମାସରେ  ବାଲେଶ୍ୱର ସିମୁଳିଆ, ଗଞ୍ଜାମ, ନୂଆପଡ଼ାରେ  ଦୋକାନୀମାନେ ଆକ୍ରମଣ କରିଥିବା ଅଭିଯୋଗ  ଆସିଥିଲା । ଦୋକାନୀମାନେ ଚଢ଼ା ଦରରେ  ମଦ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର  କରୁଛନ୍ତି । ଆଶ୍ଚର୍ଯ୍ୟ କଥା ଏ ବିଷୟରେ ଅବକାରୀ  କମିଶନରଙ୍କ ଠାରୁ ଆରମ୍ଭ କରି ଅବକାରୀ  କନଷ୍ଟେବଳ ପର୍ଯ୍ୟନ୍ତ ସମସ୍ତେ ଜାଣିଥିଲେ ମଧ୍ୟ  କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।   

୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର  ମୋଟ ରାଜସ୍ୱ ଆଦାୟ ୧,୬୬,୫୬୪ କୋଟି  ଟଙ୍କା ଥିଲା । ସେଥିରୁ କେବଳ ମଦ ବିକ୍ରିରୁ  ୪.୩୩% ରାଜସ୍ୱ ମିଳିଥିଲା । ଗତ ଅଗଷ୍ଟ ୩୧  ପର୍ଯ୍ୟନ୍ତ ନିୟମ ଥିଲା ଚଢ଼ା ଦରରେ ମଦ ବିକ୍ରି  କଲେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ।  ସେପ୍ଟେମ୍ବର ୧ ତାରିଖରୁ ନୂଆ ଅବକାରୀ ନୀତି  ଆସିବା ପରେ ସରକାର ନିର୍ଦ୍ଦେଶ ଦେଇଛନ୍ତି  ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ନେଲେ ୧ ଲକ୍ଷ  ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।  ବର୍ଷ ବର୍ଷ ହେବ ମଦ ଦୋକାନୀମାନେ ଏମିତି  କୋଟି କୋଟି ଟଙ୍କା ଖୋଲାଖୋଲି ଲୁଟ୍‌ କରୁଛନ୍ତି ।  ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଅବକାରୀ  ବିଭାଗ ।  

ଅବକାରୀ କମିଶନର ଆଇପିଏସ୍‌  ନରସିଂହ ଭୋଳ କହିଛନ୍ତି, ଚଢ଼ା ଦରରେ  ମଦ ବିକ୍ରି ହେଉଥିବା ଖବର ଆସୁଛି । ହେଲେ  ସେମାନଙ୍କୁ ଧରି ପ୍ରମାଣିତ କରିବାକୁ ଆମ ପାଇଁ  କଷ୍ଟକର ହେବ । ଖୁବ୍‌ ଶୀଘ୍ର ଆମେ ଆଉ ଏକ  ବିଜ୍ଞପ୍ତି ବାହାର କରିବୁ । ଚଢ଼ା ଦରରେ ମଦ  ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ କଡ଼ା  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।  

ଏହି ଘଟଣାରେ ମଦ ଦୋକାନୀମାନେ  କହିଛନ୍ତି, ସ୍ଥାନୀୟ ବିଧାୟକ, ଅବକାରୀ ବିଭାଗର  ବିଭିନ୍ନ ପଦସ୍ଥ ଅଧିକାରୀ, ସ୍ଥାନୀୟ ଥାନା, ଏସ୍‌ଡିପିଓ ଅଫିସ୍‌କୁ ମାସିକିଆ ମୋଟା ଅଙ୍କର  ଚାନ୍ଦା ଦେବାକୁ ପଡ଼ିୁଛି । ସେ ସବୁ ଚାନ୍ଦାର ଭରଣା  ପାଇଁ ଗ୍ରାହକଙ୍କୁ ଏମିତି ଚଢ଼ା ଦରରେ ବିକ୍ରି  କରିବାକୁ ପଡ଼ୁଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ  ଯେ, ଚଢ଼ା ଦରରେ ବିକିବା ପଛରେ ଅବକାରୀ ବିଭାଗର ହାତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.