ନୂଆଦିଲ୍ଲୀ : ଏହା ଏକ ସଂଯୋଗ ନା ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କୂଟନୀତିକ ପ୍ରୟୋଗ, ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶର ମୁଖିଆ ଅନ୍ୟ ଶକ୍ତିଶାଳୀ ଦେଶର ମୁଖିଆଙ୍କ ଠାରୁ ଫୋନ୍ରେ ଦେଢ ଘଣ୍ଟା କଥାବାର୍ତ୍ତା ହୋଇଛନ୍ତି। ଏହି କଥାବାର୍ତ୍ତା ଏମିତି ସମୟରେ ହୋଇଛି, ଯେବେ ବିଶ୍ୱର ଏକ ଖୁବ୍ ଜୋରରେ ବଢି ଚାଲିଥିବା ଏବଂ ଆର୍ଥିକ ମହାଶକ୍ତି ହେବା ଦିଗରେ ଅଗ୍ରସର ଦେଶ ଅର୍ଥାତ୍ ଭାରତର , ପ୍ରଧାନମନ୍ତ୍ରୀଙ୍କ ସହ ଟ୍ରମ୍ପଙ୍କର ସାକ୍ଷାତ ହେବାକୁ ଯାଉଛି । ଏମିତି ତ ସାରା ବିଶ୍ୱରେ ପିଏମ୍ ନରେନ୍ଦ୍ର ମୋଦିଙ୍କର ଆମେରିକା ଯାତ୍ରାକୁ ନେଇ ଚର୍ଚ୍ଚା ଏବଂ କୁହାଯାଉଛି କି, ଉଭୟ ଦେଶ ମଧ୍ୟରେ ସଂପର୍କ ପୂର୍ବାପେକ୍ଷା ଆହୁରି ଭଲ ଅଛି।
ଟ୍ରମ୍ପ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆତିଥ୍ୟ ପ୍ରଦାନ କରିବେ। ଟ୍ରମ୍ପଙ୍କ ଗତ ମାସରେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷୀୟ କଥାବାର୍ତ୍ତା ହେବ। ଏହି ବୈଠକରେ ମୋଦି ଓ ଟ୍ରମ୍ପ ଦ୍ୱିପାକ୍ଷୀୟ ବ୍ୟାପାର , ନିବେଶ ,ଶକ୍ତି , ପ୍ରତିରକ୍ଷା , ପ୍ରଯୁକ୍ତିବିଦ୍ୟା ଓ ଇମିଗ୍ରେସନ ଭଳି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ବଢିବା ଉପରେ ବ୍ୟାପକ ଆଲୋଚନା କରିବେ, କିନ୍ତୁ ଏହି ବୈଶ୍ୱିକ ଘଟଣାକ୍ରମରେ ଦୁନିଆର ଅନ୍ୟ ସବୁଠୁ ବଡ଼ ଶକ୍ତିଶାଳୀ ଦେଶ ମଧ୍ୟରେ ଚୀନର ନିଦ ଉଡ଼ି ଯାଇଛି।
ଡୋନାଲ୍ଡ ଟ୍ରମ୍ପ , ରୁଷ୍ ଓ ଭାରତକୁ ଏକାଠି ନେଇ ଚୀନ୍ ବିରୋଧରେ ମୋର୍ଚ୍ଚା ଖୋଲିବାକୁ ଚାହାନ୍ତି ଏବଂ ଏହାକୁ ସାରା ଦୁନିଆରେ କେବଳ ଅଲଗା କରିବାକୁ ଚାହାନ୍ତି ନାହିଁ, ଏହା ସହ ଏହାର କ୍ଷେତ୍ରୀୟ ପ୍ରାଧ୍ୟାନ୍ୟତା ଓ ବାଣିଜ୍ୟିକ ଦାଦାଗିରି ଉପରେ ଅଙ୍କୁଶ ଲଗେଇବାକୁ ଚାହାନ୍ତି। ଟ୍ରମ୍ପ ଏହାର ସଙ୍କେତ ନିର୍ବାଚନୀ ଅଭିଯାନ ବେଳେ ହିଁ ଦେଇ ସାରିଥିଲେ ଏବଂ ଯେବେ ସେ ଗତ ମାସରେ କ୍ଷମତା ସମ୍ଭାଳିଲେ ତ ଏହାର ଘୋଷଣା କରି ଦେଇ ଥିଲେ। ଟ୍ରମ୍ପ ଚୀନ୍ ଉପରେ ୧୦ ପ୍ରତିଶତ ଟ୍ୟାରିଫ୍ ଲଗେଇ ତାକୁ ସ୍ପଷ୍ଟ ବାର୍ତ୍ତା ଦେଇ ସାରିଛନ୍ତି , ଏହାର ବାଦଶାହ ପଣ ଏବେ ଯିବା ଉପରେ । ଚୀନ୍ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା କୋଇଲା ଓ ଗ୍ୟାସ୍ ଉପର ୧୫ ପ୍ରତିଶତ ଜବାବୀ ଟ୍ୟାକ୍ସ ଲଗେଇ ବାଣିଜ୍ୟିକ ଯୁଦ୍ଧକୁ ଆହୁରି ବଢାଇ ଦେଇଛି।
ଉଲ୍ଲେଖନୀୟ ଯେ, ବାଇଡେନ୍ ପ୍ରଶାସନ ବେଳେ ରୁଷ୍ ଆମେରିକା ଠାରୁ କେବଳ ଦୂରରେ ରହିଥିବା ତାହା ନୁହେଁ , ଏହାସହ ୟୁକ୍ରେନ ଯୁଦ୍ଧ ବେଳେ ଲାଗିଥିବା ଆର୍ଥିକ ଓ ଅନ୍ୟ ପ୍ରତିବନ୍ଧକ କାରଣର ରୁଷ୍କୁ ଚୀନ ଆଡ଼କୁ ଢଳିବାକୁ ପଡ଼ିଛି। ଏହାକୁ ଏକ ବାଧ୍ୟବାଧ୍ୟକତା, ଚୁକ୍ତିନାମା ଓ ସନ୍ଧି କହି ପାରିବା। ଟ୍ରମ୍ପଙ୍କୁ ଜଣା କି ରୁଷ୍ ମଧ୍ୟ ଚାହୁଁ ନାହିଁ କି ତାର ପଡ଼ୋଶୀ ଚୀନ ତାର ପ୍ରତିଦ୍ୱନ୍ଦ୍ୱୀ ହେଉ ଏବଂ ବିଶ୍ୱ ମହାଶକ୍ତିରେ ଦ୍ୱିତୀୟ ସୁପର ପାୱାର ହୋଇ ଏଥିପାଇଁ ଆଞ୍ଚଳିକ ଚ୍ୟାଲେଞ୍ଜ ହେଉ , ଏଥିପାଇଁ ରୁଷ୍ ଆଖି ବନ୍ଦ କରି ଚୀନ୍ ଉପରେ ଭରସା କରି ପାରିବ ନାହିଁ। ଚୀନକୁ ଏହା କଥା ମଧ୍ୟ ଘାରିଛି କି ରୁଷ୍ ତା ଠାରୁ ଦୂରେଇ ପାରେ ।
ଅନ୍ୟପଟେ ଇଣ୍ଡୋ-ପେସିଫିକ୍ ଅଞ୍ଚଳରେ ଭାରତ ପୂର୍ବରୁ ମଧ୍ୟ ଚୀନ୍ର ପ୍ରତିଦ୍ୱନ୍ଦ୍ୱୀ ରହିଛି , ଯିଏକି କ୍ୱାଡର ସଦସ୍ୟ ଦେଶ। ଟ୍ରମ୍ପ ଏହି ମଞ୍ଚ ମାଧ୍ୟମରେ ଏହି କ୍ଷେତ୍ରରେ ଭାରତ ସହ ନିଜର ପ୍ରମୁଖ ପାର୍ଟନରସିପ୍କୁ ଆଗକୁ ବଢାଇବାକୁ ଚାହୁଁଥିବା ସହ ଚୀନ୍ ଉପରେ ଲଗାମ ଲଗେଇବାକୁ ଚାହାନ୍ତି। ଏଥିପାଇଁ ଏକ୍ସପର୍ଟ ମାନୁଛନ୍ତି କି ପରିବର୍ତ୍ତନଶୀଳ ଗ୍ଲୋବାଲ ଜିୟୋ ପଲିଟିକ୍ସରେ ଭାରତର ଭୂମିକା ପ୍ରମୁଖ ହେବାକୁ ଯାଉଛି। ଏହା ଏଥିପାଇଁ ମଧ୍ୟ ପ୍ରମୁଖ , କାରଣ ମୋଦି-ପୁଟିନ ଓ ଟ୍ରମ୍ପଙ୍କ କେବଳ ବିଚାର ଏକାଭଳି ନୁହେଁ , ଏହାସହ ପରସ୍ପରର କେମିଷ୍ଟ୍ରୀ ମଧ୍ୟ ସମାନ। ଏଥିପାଇଁ ଏହି ତିନି ଜଣଙ୍କ ଏକାଠି ହେବା ବା ତ୍ରିମୂର୍ତ୍ତୀ ହେବାରେ ଚୀନ୍ ଆତଙ୍କିତ ହୋଇ ଉଠିଛି।