ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ

ଝାରସୁଗୁଡା, ୧୬/୦୭ : ଝାରସୁଗୁଡା ଜିଲ୍ଲାରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିକୁ ସଂଯୋଗ କରୁଥିବା ରମ୍ପେଲା ସେତୁରେ ସୋମବାର ରାତିରେ ଗୁଳିକାଣ୍ଡ। ଏଥିରେ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲର ମନୋଜ ବାରିକ ଆହତ ହୋଇଛନ୍ତି। ଅଭିଯୁକ୍ତ ବନ୍ଧବାହାଲର ଏମଡି ସୋନୁ ଏବଂ ସହଯୋଗୀ ଅଶ୍ୱିନୀ ରଣାଙ୍କୁ ବନହରପାଲି ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ୯ ଏମଏମ୍ ପିସ୍ତଲ ଏବଂ ୧୫ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି। 

ସୂଚନାନୁଯାୟୀ, ବନ୍ଧବାହାଲ ଅଞ୍ଚଳର ମନୋଜ, ଏମଡିସୋନୁ, ଶିବ ସାଗର ଓ କିଛି ସାଙ୍ଗ ମିଶି ସମ୍ବଲପୁରକୁ ବରଯାତ୍ରୀ ଯାଇଥିଲେ। ଏମଡି ସୋନୁଙ୍କଠୁ ଶିବ ସାଗର କିଛି ଟଙ୍କା ପୂର୍ବରୁ ଧାର ନେଇଥିଲେ। ଏମଡି ସୋନୁ ଶିବ ସାଗରଙ୍କୁ ନିଜ ଟଙ୍କା ଫେରସ୍ତ ମାଗିବା ସହ ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ ଦେଇଥିଲେ। ଏହି ସମୟରେ ମନୋଜ ବାରିକ ଏମଡି ସୋନୁଙ୍କୁ ବୁଝାସୁଝା କରିବାରୁ ଏଥିରେ ଏମଡି ସୋନୁ ଉତ୍ୟକ୍ତ ହୋଇଯାଇଥିଲା। ଏମଡି ସୋନୁ ଏବଂ ତାଙ୍କ ସହଯୋଗୀ ଅଶ୍ୱିନୀ ରାଣା ମନୋଜଙ୍କ ଉପରକୁ ଗୁଳି ଚଳାଇ ଫେରାର ମାରିଥିଲେ। ଆହତ ମନୋଜଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିବା ବେଳେ ବନହରପାଲି ପୋଲିସ ଘଟଣାର ତଦନ୍ତ କରିବାସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.