ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଜୋତା ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଜୋତା ପୋଡି ପାଉଁଶ

ମାଲକାନଗିରି, ୯/୯(ଆପ୍ର ): ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା  ଏକ ଜୋତା ଦୋକାନୀ ଙ୍କ ଗୋଦାମରେ  ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜୋତା ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ପ୍ରୟାସ ଜାରି ରଖିଛି । 

 ସୂଚନା ଅନୁଯାୟୀ ସୋମବାର ରାତିରେ ଜିଲ୍ଲା ସଦରରେ ଥିବା ଟେଲିଫୋନ ଭବନ ସମ୍ମୁଖରେ ଥିବା ଅଶୋକ ଫୁଟୱେର ନାମକ ଜୋତା ଦୋକାନର ଗୋଦାମରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଗୋଦାମରେ ଲକ୍ଷ ଲକ୍ଷ ଟଙ୍କାର ଜୋତା ଥିବା ବେଳେ ନିଆଁ ଲାଗିଥିବା ଦେଖି ଦୋକାନୀ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀର ୩ଟି ଗାଡି ଓ କର୍ମଚାରୀ ନିଆଁ ଲିଭାଇବା ପାଇଁ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ ଜୋତା ଗୁଡିକରେ ନିଆଁ ଲାଗି ଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଛି । ପ୍ରାଥମିକ ସୂଚନା ଅନୁଯାୟୀ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଜଣାପଡିଥିବା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ  ବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.