ପ୍ରମୂଖ ଖବର
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବେଦାନ୍ତର ରେଡ୍ ମଡ୍ ପଣ୍ଡ ଭୁଶୁଡିବା ଯୋଗୁଁ ଅଘଟଣ, ବଂଶଧାରା ନଦୀରେ ଭାସୁଛନ୍ତି କୁଢ କୁଢ ମଲା ମାଛ

କଳାହାଣ୍ଡି, ୧୭/୦୯ : ଲାଞ୍ଜିଗଡ଼ ବେଦାନ୍ତର ରେଡ୍ ମଡ୍ ପଣ୍ଡ ଭୁଶୁଡିବା ଯୋଗୁଁ ଅସୁବିଧା ଭୋଗୁଛନ୍ତି ଲାଞ୍ଜିଗଡ଼ ଅଞ୍ଚଳବାସୀ। ବଂଶଧାରା ନଦୀରେ ମାଛ ମଡ଼କ। ନଦୀରେ ଭାସୁଛନ୍ତି କୁଢ କୁଢ ମଲା ମାଛ। 

ସୂଚନା ଅନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ଲାଞ୍ଜିଗଡ଼ରେ ଥିବା ବେଦାନ୍ତର ଏକ ରେଡ୍ ମଡ୍ ପଣ୍ଡର ୫୦ ଫୁଟର ଉଚ୍ଚ ପାଚେରୀ ଭୁଶୁଡ଼ି ପଡ଼ିଥିଲା। ଫଳରେ ଉକ୍ତ ପୋଖରୀରେ ଥିବା ୪ ଲକ୍ଷ କ୍ୟୁବିକ ଲିଟର ପାଣି ବହି ଯାଇ ରାସ୍ତା ଉପରେ ୩ ଫୁଟରୁ ଅଧିକ ଉଚ୍ଚର ପାଣି ଚାଲିଥିଲା। ଏହି କଷ୍ଟିକ ପାଣି ଛତ୍ରପୁର, ବାତେଲିମା, ଚମ୍ପାଦେଇପୁର ପାଇକ ରାଣିପିଣ୍ଡା ଅଞ୍ଚଳର ହଜାର ହଜାର ହେକ୍ଟର ହେକ୍ଟର ଜମିରେ ମାଡିଯିବାରୁ ଅନେକ ଚାଷ ନଷ୍ଟ ହେଇଯାଇଥିଲା। ଏହାପରେ ପାଣି ବଂଶଧାରା ନଦୀରେ ମିଶିଥିଲା। ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଆଜି ବଂଶଧାରା ନଦୀରେ କୁଢ କୁଢ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି। ନଦୀ କୂଳିଆବାସୀ ଭୟଭୀତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.