ପ୍ରମୂଖ ଖବର
  • IAS ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡ଼ୁଆ, ହାଇକୋର୍ଟ କରିଥିବା ଆବେଦନ ଖାରଜ, ୧୦ ହଜାର ଲାଞ୍ଚ ମାମଲାରେ ହୋଇପାରନ୍ତି ଗିରଫ
  • ||
  • ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ, ପୂଜାର୍ଚ୍ଚନା କରି ଏୟାରପୋର୍ଟରେ ବିଦାୟ ଦେଲେ କର୍ମୀ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଏକାଧିକ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଛାନ୍‌ଭିନ୍‌ କରୁଛି ଆୟକର ବିଭାଗ
  • ||
  • ଭୟଙ୍କର ଦୁର୍ଘଟଣା: କାର୍‌କୁ ପିଟିଲା ଟ୍ରକ, ୯ ମୃତ
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ବିଶାଳ ସମାବେଶରେ ଦେବେ ଯୋଗ

Published By : Prameya | June 20, 2025 8:08 AM

ଭୁବନେଶ୍ୱର,୨୦/୦୬: ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ  ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ । ମୋହନ  ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ଆୟୋଜିତ ମେଗା ସୋ’ରେ ଓଡ଼ିଶାକୁ ମୋଦି  ଭେଟିଦେବେ ୧୯ ହଜାର କୋଟିର ପ୍ରକଳ୍ପ । ଉପସ୍ଥିତ ଜନତାଙ୍କୁ କରିବେ ସମ୍ବୋଧନ । ଏ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ।  ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ କରିବେ  ବିଶାଳ ରୋଡ୍‌ ସୋ । ପ୍ରଧାନମନ୍ତ୍ରୀଙ୍କ ଏ ଗସ୍ତ  ପାଇଁ ରାଜଧାନୀ କଡ଼ା ସୁରକ୍ଷା ବଳୟରେ ରହିଛି ।  ଗୁରୁବାର ନିଜେ ମୁଖ୍ୟମନ୍ତ୍ରୀ ଜନତା ମଇଦାନ ଯାଇ  ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । 

ପ୍ରଧାନମନ୍ତ୍ରୀ ଜନତା ମଇଦାନର ଭବ୍ୟ  ସମାରୋହରେ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ  ଉଦ୍‌ଘାଟନ କରିବେ । ୬୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ହେବ ଲୋକାର୍ପଣ । ଏହି  ପ୍ରକଳ୍ପଗୁଡ଼ିକର ମୂଲ୍ୟ ହେଉଛି ୧୮ ହଜାର ୭୦୦  କୋଟି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା  ଓ ଭାରତ ଗଠନ ପାଇଁ ପ୍ରସ୍ତୁତ ‘ଭିଜନ ଡକ୍ୟୁମେଣ୍ଟ’  ପୁସ୍ତକ ଉନ୍ମୋଚନ କରିବେ । ଏହାସହ ଆୟୁଷ୍ମାନ  ବୟୋବନ୍ଦନା କାର୍ଡ ସହ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ  ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଘର  ବାଣ୍ଟିବେ । ୧୦୦ ଇ-ବସ୍‌ର ଶୁଭାରମ୍ଭ, ବୌଦ୍ଧକୁ  ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ‘ବରପୁତ୍ର  ସମ୍ମାନ’ ଯୋଜନାର ଶୁଭାରମ୍ଭ, ‘ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପୁସ୍ତିକା ମଧ୍ୟ ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହେବ । ଓଡ଼ିଶା ବର୍ଷକ ମଧ୍ୟରେ ୧୭  ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ରେକର୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ  ଭେଟିବା ସହ ସମ୍ବର୍ଦ୍ଧିତ କରିବେ । ଉପସ୍ଥିତ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନରେ  ଡବଲ ଇଞ୍ଜିନ ସରକାରର ରିପୋର୍ଟ କାର୍ଡ ମଧ୍ୟ ମୋଦି ରଖିପାରନ୍ତି । ସାରା ରାଜ୍ୟର  ଲୋକଙ୍କୁ କାର୍ଯ୍ୟକ୍ରମରେ ଏକାଠି କରିବାକୁ ବିଜେପି ପକ୍ଷରୁ ଯୋଜନା ହୋଇଛି । 

କାର୍ଯ୍ୟସୂଚୀ ଅନୁସାରେ, କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ସାମିଲ ହୋବକୁ ମୋଦି ଅପରାହ୍ନ  ୩.୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯିବ ।  ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାରୁ  ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ଯାଏ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ । ସେଠାରୁ ଆରମ୍ଭ ହେବ ରୋଡ୍‌ ସୋ । ୩.୪୫ରୁ ୪.୧୫ ଯାଏ ରୋଡ ସୋରେ ପ୍ରଧାନମନ୍ତ୍ରୀ  ଜନତା ମଇଦାନ ସଭାସ୍ଥଳୀକୁ ଯିବେ । ସେଠାରେ ସାଢ଼େ ୫ ଯାଏଁ କାର୍ଯ୍ୟକ୍ରମରେ  ସାମିଲ ହେବେ । ବିମାନବନ୍ଦରରୁ ଜନତା ମଇଦାନ ଭିତରେ ୨୮ଟି ଜାଗାରେ  ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ୫ଟା ୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ବିଶାଖାପାଟନମ୍‌ ଅଭିମୁଖେ  ଯିବେ ମୋଦି । 

ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଡ.ହରିବାବୁ କମ୍ଭମପାତି,  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ  ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟର ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ମଧ୍ୟ  ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଟକ-ଭୁବନେଶ୍ୱରରେ ସ୍କୁଲ ଛୁଟି  ଘୋଷଣା ହୋଇଥିଲା ବେଳେ ରାଜଧାନୀରେ ଦ୍ୱିତୀୟାର୍ଦ୍ଧ ସରକାରୀ ଅଫିସ ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ସୋ' ପାଇଁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା  ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ୧୩୩ ପ୍ଲାଟୁନ  ଫୋର୍ସ ସହ ୫୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି । 

ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି  ଖୁରାନିଆ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଜନତା ମଇଦାନରେ  ପ୍ରସ୍ତୁତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଯେଭଳି କୌଣସି ତ୍ରୁଟି  ନରୁହେ ତାକୁ ଧ୍ୟାନରେ ରଖି ବ୍ୟବସ୍ଥିତ ଢଙ୍ଗରେ ସମସ୍ତ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ  ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉଷେଣ୍ଡି ଏବଂ  ବିଜେପି ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବେଳେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.